ମାଟି ତଳେ ପୋତା ଛୁଆକୁ ଜଗିଛି ମା’ ହାତୀ

ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨:ଜଙ୍ଗଲରୁ ଜନପଦ, ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି। ମା’ର ମମତା ଆଗରେ ସବୁ ଯେପରି ତୁଚ୍ଛ। ସନ୍ତାନ ହରାଇବାର ବେଦନା ସମସ୍ତଙ୍କର ରହିଥାଏ। ହେଲେ ନିଜ ଛୁଆକୁ ହରାଇ ଏକ ହାତୀ ଦୁଃଖରେ ମ୍ରିୟମାଣ ହୋଇ ମୃତ ଛୁଆହାତୀର ଚାରି ପାଖରେ ରାତିସାରା ପଇଁତରା ମାରିବା ଓ ମୃତଦେହ ପୋତା ଯାଇଥିବା ସ୍ଥାନକୁ ଆସି ନିଜ ଛୁଆକୁ ଖୋଜି ବୁଲିବା ଭାବବିହ୍ବଳ ପରିବେଶ ସୃଷ୍ଟି କରିଛି। କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଛୁଆହାତୀ ପୋତା ଯାଇଥିବା ସ୍ଥାନରେ ମା’ହାତୀ ପହଞ୍ଚତ୍ବା ଫଟୋ କେନ୍ଦୁଝର ବନ ବିଭାଗ ଜାରି କରିବା ପରେ ଅନେକଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିଛି। ମା’ ଓ ହାତୀ ଛୁଆ ମଧ୍ୟରେ ଥିବା ଅନାବିଳ ସ୍ନେହ ମମତା ପ୍ରାଣୀପ୍ରେମୀମାନଙ୍କୁ ଆନ୍ଦୋଳିତ କରିଛି।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ବୈତରଣୀ-ବି ସଂରକ୍ଷିତ ଜଙ୍ଗଲରେ ଏକ ୧୨ ଟିକିଆ ହାତୀପଲ ଶନିବାରଠାରୁ ଡେରା ପକାଇଛନ୍ତି। ଉକ୍ତ ଦଳର ଏକ ମାଈ ହାତୀ ରବିବାର ରାତି ପ୍ରାୟ ୮ଟା ବେଳେ ଡଡୁଆଁ ଗ୍ରାମ ନିକଟ ବିଲ ମଧ୍ୟରେ ରବିବାର ରାତିରେ ଛୁଆ ଜନ୍ମ ଦେଇଥିଲା। ପରେ ଉକ୍ତ ହାତୀ ଛୁଆର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ଦଳର ଅନ୍ୟ ହାତୀ ବୈତରଣୀ ନଦୀ ଅପରପାଶର୍‌ବ ଜଙ୍ଗଲକୁ ଚାଲିଯାଇଥିବା ବେଳେ ମା’ ଓ ଅନ୍ୟ ଏକ ଛୁଆହାତୀ ମୃତ ହାତୀଛୁଆର ଚାରି ପାଖରେ ରାତିସାରା ଜଗି ରହିଥିଲେ। ଖବର ପାଇ କେନ୍ଦୁଝର ଆଇଏଫ୍‌ଏସ୍‌ ଅଜିତ୍‌ ଖାନ, କେନ୍ଦୁଝର ଏସିଏଫ୍‌ ଅଶୋକ କୁମାର ଦାସ, ଚମ୍ପୁଆ ଏସିଏଫ୍‌ ଅକ୍ଷୟ କୁମାର ଛତ୍ରିଆ ଓ ବିଲେଇପଦା ଫାଣ୍ଡି ଅଧିକାରୀ ସୁରେଶ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। କେନ୍ଦୁଝରରୁ ଆସିଥିବା ଡାକ୍ତରୀ ଟିମ୍‌ ମୃତ ହାତୀଛୁଆର ବ୍ୟବଚ୍ଛେଦ କରିବା ପରେ ବନ ବିଭାଗ ଉକ୍ତ ସ୍ଥାନରେ ମୃତଦେହ ପୋତି ଦେବା ସହ ଫୁଲ ଓ ଧୂପ ଜାଳିଥିଲେ। କିଛି ସମୟ ପରେ ସେହି ସ୍ଥାନରେ ମା’ ହାତୀ ପହଞ୍ଚତ୍ ଲୁହ ଛଳ ଛଳ ଆଖିରେ ନିଜ ଛୁଆକୁ ଖୋଜି ବୁଲିଥିଲା। ଅନେକ ସମୟ ଧରି ସେଠାରେ ଛିଡ଼ା ହୋଇ ରହିଥିଲା। ସତେ ଯେପରି ସନ୍ତାନର ବିଚ୍ଛେଦକୁ ଭୁଲି ପାରୁନାହିଁ ଏବଂ ଅପେକ୍ଷା କରି ଲୋତକ ଚକ୍ଷୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲାଭଳି ମନେ ହେଉଥିଲା। ବନ ବିଭାଗ ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କେନ୍ଦୁଝର ଏସି୍‌ଏଫ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri