ଶୂନ୍ୟତାର ସ୍ମାରକ

Dillip Cherian

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରାଥମିକତାଭିତ୍ତିରେ କ’ଣ କରାଯିବ ତାହାର କୌଶଳ ଅର୍ଜନ କରିଛନ୍ତି। ଏହା ମଧ୍ୟ କହିବା ଉଚିତ ଯେ, ସେ ଯାହାକୁ ଅପ୍ରାସଙ୍ଗିକ ମନେକରନ୍ତି ତାହା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ। ଉଦାହରଣ ସ୍ବରୂପ, ମଧ୍ୟପ୍ରଦେଶ ରାଜ୍ୟ ସୂଚନା କମିଶନ(ଏସ୍‌ଆଇସି) ଏବେ ଶୂନ୍ୟତାର ସ୍ମାରକ ପାଲଟିଛି। ଏଥିରେ ଜଣେହେଲେ କମିଶନର ନାହାନ୍ତି। ସାଧାରଣତଃ ୧୧ ଜଣ କମିଶନରଙ୍କୁ ନେଇ ଗର୍ବ କରୁଥିବା ଏହି ପ୍ୟାନେଲ ବର୍ତ୍ତମାନ ସ୍ବଚ୍ଛତାର କେନ୍ଦ୍ର ଅପେକ୍ଷା ଏକ ଭୂତ ବା ନିର୍ଜନତାର ସହର ସଦୃଶ ହୋଇଯାଇଛି। ମାନବ ଅଧିକାର ବିଷୟରେ ଭୁଲିଯିବା ଉଚିତ ନୁହେଁ। ଏବେ ରାଜ୍ୟ ମାନବ ଅଧିକାର ଆୟୋଗ ମଧ୍ୟ ଏସ୍‌ଆଇସି ଭଳି ସମାନ ପ୍ରକାର ଜଟିଳ ସ୍ଥିତିରେ ଅଛି, କାରଣ ଏହାର ଚେୟାରମ୍ୟାନ ଏବଂ ଜଣେ ସଦସ୍ୟଙ୍କ ପଦବୀ ଖାଲିରହିଛି। ହାତରେ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିବାବେଳେ ମାନବ ଅଧିକାର ପାଇଁ କାହାର ସମୟ ନ ଥିବା ଭଳି ମନେହେଉଛି। ଏହା ବ୍ୟତୀତ ଗ୍ରାହକମାନଙ୍କ ସମସ୍ୟାର ସମାଧାନ ପାଇଁ ଦାୟିତ୍ୱରେ ଥିବା କଞ୍ଜ୍ୟୁମର ଡିସ୍‌ପ୍ୟୁଟ୍‌ ରିଡ୍ରେସାଲ କମିଶନରେ ମଧ୍ୟ ଯାଦବଙ୍କ ସର୍ବନିମ୍ନ ଆଭିମୁଖ୍ୟ ଶାସନର ପ୍ରଭାବ ଅନୁଭୂତ ହେଉଛି। ଏଥିରେ ଉଭୟ ଚେୟାରମ୍ୟାନ ଏବଂ ଜଣେ ସଦସ୍ୟଙ୍କ ପଦବୀ ଖାଲିରହିଛି। ତେବେ କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ଏହି ତିନୋଟି ଆୟୋଗରେ ୧୯,୫୦୦ ଆବେଦନ ସମାଧାନ ନ ହୋଇ ପଡ଼ିରହିଛି। ଯାଦବ ଯାହା ଉପରେ ପ୍ରାଥମିକତା ଦେଇ କାମ କରୁଛନ୍ତି ତାହା ହୁଏତ କେତେଜଣଙ୍କ ପାଇଁ ଅସାଧାରଣ ମନେହେଉଥିବ। କିନ୍ତୁ ଏହା ନିଶ୍ଚିତ ଯେ, ସେ କିଛି ଭଲ କରିବାକୁ ଯାଇ ପାଗଳାମି ପ୍ରକାଶ କରୁଥିବା ଆମେ ମନେକରୁଛୁ।
କର୍ପୋରେଟ୍‌ରେ ପୂର୍ବତନ ବାବୁ
ଲଦାଖର ପୂର୍ବତନ ଲ୍ୟୁଟ୍‌ନାଣ୍ଟ ଗଭର୍ନର ତଥା ପୂର୍ବତନ ମୁଖ୍ୟ ସୂଚନା କମିଶନର (ସିଆଇସି) ଆର୍‌.କେ. ମାଥୁର ଏବଂ ପୂର୍ବତନ ଆର୍‌ଏଆଣ୍ଡ୍‌ଡବ୍ଲ୍ୟୁ ମୁଖ୍ୟ ଏ.କେ. ଧସ୍‌ମାନାଙ୍କୁ ସମ୍ମାନ୍‌ଜନକ ପଦବୀରେ ନିଯୁକ୍ତି ପାଇଁ ମୋଦି ଚୟନ କରିଥିବା ଖବରକୁ ନେଇ ବାବୁ ପରିସରରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ଉଭୟ ଟାଟା ସନ୍ସ ବୋର୍ଡରେ ଯୋଗଦେଉଥିବା ଜଣାପଡ଼ିଛି। ପ୍ରମୁଖ କର୍ପୋରେଶନର ବରିଷ୍ଠ ପଦବୀରେ ଅବସରପ୍ରାପ୍ତ ବାବୁ ଯୋଗଦେବା ନୂଆ ନୁହେଁ, ଯଦିଓ ଏହା ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ର ପାଇଁ ଲାଭଦାୟକ କି ନୁହେଁ ତାହା ଉପରେ ବିତର୍କ ଚାଲିଛି। ତେବେ ପୂର୍ବତନ ବୈଦେଶିକ ସଚିବ ଏସ୍‌. ଜୟଶଙ୍କର ଟାଟାର ଗ୍ଲୋବାଲ କର୍ପୋରେଟ୍‌ ବ୍ୟାପାରର ସଭାପତି ଭାବରେ ଯୋଗଦେବା କଥା ମନେଥିବ। ମୋଦି ତାଙ୍କୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ନିଯୁକ୍ତ କରିବା ପୂର୍ବରୁ ଏହା ହୋଇଥିଲା। ଜନସେବା କ୍ଷେତ୍ରରେ ମାଥୁର ଏବଂ ଧସ୍‌ମାନାଙ୍କ ପୃଷ୍ଠଭୂମି ସରକାରୀ ସମ୍ପର୍କ ତଥା ରଣନୈତିକ ନିଷ୍ପତ୍ତି ନେବାରେ ଟାଟାକୁ ଉପାଦେୟ ଦୃଷ୍ଟିକୋଣ ଦେଇପାରେ। ନିୟାମକ ଢାଞ୍ଚା ବିଷୟରେ ସେମାନଙ୍କର ବୁଝାମଣା ନିଗମଗୁଡ଼ିକ ବିଶେଷକରି ଅଧିକ ନିୟନ୍ତ୍ରିତ ଶିଳ୍ପ ପାଇଁ ଲାଭଦାୟକ ହୋଇପାରେ। ଅବସରପ୍ରାପ୍ତ ବାବୁମାନଙ୍କୁ କର୍ପୋରେଟ୍‌ ଦାୟିତ୍ୱରେ ଅବସ୍ଥାପିତ କରାଗଲେ ବିପରୀତ ପରିଣାମ କିମ୍ବା ସ୍ବାର୍ଥକୈନ୍ଦ୍ରିକତାର ଆଶଙ୍କା ରହିଛି। ଏଠାରେ ଗୁରୁତ୍ୱପୂର୍ଣ୍ଣ ନୈତିକ ପ୍ରସଙ୍ଗ ହେଉଛି ଶାନ୍ତ ଭାବେ ଉତ୍ତମ ବୁଝାମଣାରେ କାମ କରିବା ଏବଂ ଏ ଦିଗରେ ଏହି ବାବୁମାନେ ଭଲଭାବେ ଅବଗତ ଅଛନ୍ତି। କାରଣ ଯେକୌଣସି ଏଭଳି ନିଯୁକ୍ତିରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ ଜାଣନ୍ତି।
କଡ଼ା ସନ୍ଦେଶ
୨୦୦୪ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ସୋମନାଥ ଶିବରୁଦ୍ରପ୍ପା ଉକ୍କାଲିଙ୍କୁ କେନ୍ଦ୍ରୀୟ ଡେପୁଟେଶନ ଏବଂ ବୈଦେଶିକ ଦାୟିତ୍ୱରୁ ବାଦ୍‌ ଦେବା ପ୍ରଶାସନର ଉତ୍ତରଦାୟିତ୍ୱର ମହତ୍ତ୍ୱ ଏବଂ ବିଶ୍ୱସନୀୟତା ବିଷୟରେ ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି। ଭାରି ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ବେଙ୍ଗାଲୁରୁର ଏଚ୍‌ଏମ୍‌ଟି ଲିମିଟେଡ୍‌ରେ ମୁଖ୍ୟ ଭିଜିଲାନ୍ସ ଅଫିସର ଭାବରେ ଉକ୍କାଲି ଦାୟିତ୍ୱ ଗ୍ରହଣ କରିବାରେ ବିଫଳତା ଯୋଗୁ ଏଭଳି ପରିଣାମ ସୃଷ୍ଟି ହୋଇଛି। କେନ୍ଦ୍ରୀୟ ଡେପୁଟେଶନ ଏବଂ ବୈଦେଶିକ ଦାୟିତ୍ୱରୁ ତାଙ୍କୁ ୫ ବର୍ଷ ପାଇଁ ବାଦ୍‌ ଦିଆଯାଇଛି। ବିଡ଼ମ୍ବନାର ବିଷୟ, ତାଙ୍କ ସରକାରୀ କାର୍ଯ୍ୟ ସତ୍ତ୍ୱେ ଉକ୍କାଲି ଏହି ପଦବୀର ଦାୟିତ୍ୱ ଗ୍ରହଣ କରିବାକୁ ଅକ୍ଷମତା ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ, ଗତମାସରେ ରାଜସ୍ବ ବିଭାଗ ଏକ ନିର୍ଦ୍ଦେଶ ଜାରି କରିଥିଲା। ଏଥିରେ ବାବୁଙ୍କୁ ତାଙ୍କ ନିର୍ଦ୍ଦିଷ୍ଟ ଭୂମିକାରେ ଯୋଗଦେବାରେ ବିଫଳ ହେବାର ନକାରାମତ୍କ ପରିଣାମ ସମ୍ପର୍କରେ ଅବଗତ କରାଯାଇଥିଲା। ବିଶେଷ ସୂତ୍ରରୁ ପ୍ରକାଶ ଯେ, ଏହି ପ୍ରାଥମିକ ପଦକ୍ଷେପଟି ଆଦେଶ ଅନୁପାଳନର ପ୍ରତିକୂଳ ଫଳାଫଳ ବିଷୟରେ ତଥା ଭବିଷ୍ୟତରେ ଅଣଦେଖା ମନୋଭାବକୁ ରୋକିବା ପାଇଁ ଲକ୍ଷ୍ୟ ରଖିଛି। ଏହି ଘଟଣା ସରକାରରେ ପ୍ରମୁଖ ପଦବୀରେ ଅବସ୍ଥାପିତ ହୋଇଥିବା ଅଧିକାରୀଙ୍କଠାରୁ ଅତ୍ୟଧିକ ପ୍ରତିବଦ୍ଧତାର ଆବଶ୍ୟକତାକୁ ଦର୍ଶାଯାଇଛି। ଏହା ମଧ୍ୟ ନିର୍ଦ୍ଦିଷ୍ଟ ଦାୟିତ୍ୱ ବହନରେ ବିଫଳ ହେବା ଏବଂ ଅକ୍ଷମତା ପାଇଁ ସମ୍ଭାବ୍ୟ ନକାରାମତ୍କ ପ୍ରତିକ୍ରିୟାକୁ ସୂଚିତ କରେ। ଆଶା କରାଯାଏ, ନିୟମକୁ କଡ଼ାକଡ଼ି ପାଳନ କିମ୍ବା ଠିକ୍‌ଭାବେ କାମ ନ କରିବାର ପରିଣାମସ୍ବରୂପ ଉକ୍କାଲିଙ୍କ ଦୃଷ୍ଟାନ୍ତ ସମସ୍ତ ବାବୁଙ୍କ ପାଇଁ ଏକ କଡ଼ା ସନ୍ଦେଶ ଭାବେ କାମ କରିବ।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri