ରାଇକିଆ,୨୬।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଆଦର୍ଶ ବିଦ୍ୟାଳୟ ସମ୍ମୁଖ ରେ ଥିବା ଯାତ୍ରୀ ବିଶ୍ରାମଗାର ପରିତ୍ୟକ୍ତ ଅବସ୍ଥାରେ ରହିଛି। ଚଳିତ ବର୍ଷ ଜାନୁଆରୀ ମାସରେ ଏହାକୁ ଉଦଘାଟନ କରଯାଇଥିଲା । ୭ ମାସ ମଧ୍ୟରେ ଏହାର ଅବସ୍ଥା ଶୋଚନୀୟ ହୋଇପଡିଛି । ବିଦ୍ୟାଳୟକୁ ଆସୁଥିବା ଛାତ୍ରୀଛାତ୍ରମାନେ ଖରା ବର୍ଷାରେ ଏଠାରେ ବସକୁ ଅପେକ୍ଷା କରି ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାକୁ ନିର୍ମାଣ କରଯାଇଥିଲା । ତେବେ ଏଥିରେ କୌଣସି ଗେଟ କିମ୍ବା କାଓ କ୍ୟାଚର ବ୍ୟବସ୍ଥା କରାଯାଇ ନ ଥିବାରୁ ଗୋରୁ ପ୍ରବେଶ କରିବା ସହ ଅଳିଆ ଆବର୍ଜ୍ଜନା ଓ ଦୂଷିତ ହୋଇ ରହୁଛି । ଫଳରେ ଛାତ୍ରୀଛାତ୍ରମାନେ ଏଠାରେ ବସକୁ ଅପେକ୍ଷା କରିବାରେ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି ।


