‘ଶକ୍ତି କ୍ଷେତ୍ରରେ ସନ୍ତୁଳନ ପାଇଁ ମଡେଲ ତିଆରି ଚାଲିଛି’

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ଶକ୍ତି କ୍ଷେତ୍ରରେ ଉପଲବ୍ଧି ଏବଂ ଦରରେ ସନ୍ତୁଳନ ଆଣିବା ଲାଗି ଭାରତ ଊର୍ଜା ନ୍ୟାୟର ଏକ ବିଶ୍ୱସ୍ତରୀୟ ମଡେଲ ତିଆରି କରୁଛି। ସବୁଜ ଶକ୍ତି ରୂପାନ୍ତର ପାଇଁ ଋଣନୀତି ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗଳବାର ଡିଜିଟାଲ ମୋଡ୍‌ରେ ଆୟୋଜିତ ୧୧ତମ ବିଶ୍ୱ ପ୍ରୋଟୋକଲ କଂଗ୍ରେସ ଓ ବିଶ୍ୱ ଭବିଷ୍ୟତ ଇନ୍ଧନ ସମ୍ମିଳନୀ-୨୦୨୧ ଆଲୋଚନାରେ ଅଂଶଗ୍ରହଣ କରି ସେ ଏହି ସୂଚନା ଦେଇଛନ୍ତି। ଭବିଷ୍ୟତରେ ଭାରତର ଶକ୍ତି ଚାହିଦା ବୃଦ୍ଧି ପାଇବ। ସବୁଜ ଶକ୍ତିର ଅଧିକ ବ୍ୟବହାର ଏବଂ ପ୍ରଦୂଷଣ ହ୍ରାସ କରିବା ଲାଗି ଏବେଠାରୁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ୨୦୪୦ ସୁଦ୍ଧା ବିଶ୍ୱରେ ମୋଟ ପ୍ରାଥମିକ ଶକ୍ତିର ଚାହିଦା ବାର୍ଷିକ ୧%ରୁ କମ୍‌ ବୃଦ୍ଧି ପାଇପାରେ। ହେଲେ ଭାରତର ଏହା ୩% ଯାଏ ବୃଦ୍ଧି ପାଇବ ବୋଲି ଅନ୍ତର୍ଜାତୀୟ ଶକ୍ତି ସଂସ୍ଥା, ଓପେକ ଏବଂ ବ୍ରିଟିଶ ପେଟ୍ରୋଲିୟମ୍‌ର ରିପୋର୍ଟରେ ଆକଳନ କରାଯାଇଛି। ଗତ ୬ ବର୍ଷରେ ଏଲ୍‌ପିଜି ଦୃଶ୍ୟପଟ ପରିବର୍ତ୍ତନ ହୋଇଛି। ୨୦୧୪ରେ ଏଲ୍‌ପିଜି ଉପଭୋକ୍ତା ସଂଖ୍ୟା ୧୪.୫ କୋଟି ଥିବାବେଳେ ୨୦୨୧ରେ ଏହା ୨୯ କୋଟିରେ ପହଞ୍ଚତ୍ଛି। ଏଲ୍‌ପିଜି କଭରେଜ୍‌ ୫୬ ପ୍ରତିଶତରୁ ବଢ଼ି ୯୯.୫ ପ୍ରତିଶତ ହୋଇଛି। ଉଜ୍ଜ୍ୱଳା ଯୋଜନାରେ ୮ କୋଟି ବିପିଏଲ୍‌ ପରିବାରକୁ ଗ୍ୟାସ୍‌ ଦିଆଯାଇଛି। ଏହା ମହିଳାଙ୍କ ସାମାଜିକ ଓ ଅର୍ଥନୀତିକୁ ପରିବର୍ତ୍ତନ କରିବା ସହ ସଶକ୍ତୀକରଣ ମଧ୍ୟ କରିପାରିଛି। ଚଳିତ ସାଧାରଣ ବଜେଟରେ ଉଜ୍ଜ୍ୱଳା ଯୋଜନାରେ ଅଧିକ ୧ କୋଟି ହିତାଧିକାରୀଙ୍କୁ ଯୋଡ଼ିବା ଲାଗି ଘୋଷଣା କରାଯାଇଛି। ଏହା ସର୍ବଭାରତୀୟସ୍ତରରେ କଭରେଜ୍‌ ହାସଲ କରିବାରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri