‘ଶକ୍ତି କ୍ଷେତ୍ରରେ ସନ୍ତୁଳନ ପାଇଁ ମଡେଲ ତିଆରି ଚାଲିଛି’

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ଶକ୍ତି କ୍ଷେତ୍ରରେ ଉପଲବ୍ଧି ଏବଂ ଦରରେ ସନ୍ତୁଳନ ଆଣିବା ଲାଗି ଭାରତ ଊର୍ଜା ନ୍ୟାୟର ଏକ ବିଶ୍ୱସ୍ତରୀୟ ମଡେଲ ତିଆରି କରୁଛି। ସବୁଜ ଶକ୍ତି ରୂପାନ୍ତର ପାଇଁ ଋଣନୀତି ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗଳବାର ଡିଜିଟାଲ ମୋଡ୍‌ରେ ଆୟୋଜିତ ୧୧ତମ ବିଶ୍ୱ ପ୍ରୋଟୋକଲ କଂଗ୍ରେସ ଓ ବିଶ୍ୱ ଭବିଷ୍ୟତ ଇନ୍ଧନ ସମ୍ମିଳନୀ-୨୦୨୧ ଆଲୋଚନାରେ ଅଂଶଗ୍ରହଣ କରି ସେ ଏହି ସୂଚନା ଦେଇଛନ୍ତି। ଭବିଷ୍ୟତରେ ଭାରତର ଶକ୍ତି ଚାହିଦା ବୃଦ୍ଧି ପାଇବ। ସବୁଜ ଶକ୍ତିର ଅଧିକ ବ୍ୟବହାର ଏବଂ ପ୍ରଦୂଷଣ ହ୍ରାସ କରିବା ଲାଗି ଏବେଠାରୁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ୨୦୪୦ ସୁଦ୍ଧା ବିଶ୍ୱରେ ମୋଟ ପ୍ରାଥମିକ ଶକ୍ତିର ଚାହିଦା ବାର୍ଷିକ ୧%ରୁ କମ୍‌ ବୃଦ୍ଧି ପାଇପାରେ। ହେଲେ ଭାରତର ଏହା ୩% ଯାଏ ବୃଦ୍ଧି ପାଇବ ବୋଲି ଅନ୍ତର୍ଜାତୀୟ ଶକ୍ତି ସଂସ୍ଥା, ଓପେକ ଏବଂ ବ୍ରିଟିଶ ପେଟ୍ରୋଲିୟମ୍‌ର ରିପୋର୍ଟରେ ଆକଳନ କରାଯାଇଛି। ଗତ ୬ ବର୍ଷରେ ଏଲ୍‌ପିଜି ଦୃଶ୍ୟପଟ ପରିବର୍ତ୍ତନ ହୋଇଛି। ୨୦୧୪ରେ ଏଲ୍‌ପିଜି ଉପଭୋକ୍ତା ସଂଖ୍ୟା ୧୪.୫ କୋଟି ଥିବାବେଳେ ୨୦୨୧ରେ ଏହା ୨୯ କୋଟିରେ ପହଞ୍ଚତ୍ଛି। ଏଲ୍‌ପିଜି କଭରେଜ୍‌ ୫୬ ପ୍ରତିଶତରୁ ବଢ଼ି ୯୯.୫ ପ୍ରତିଶତ ହୋଇଛି। ଉଜ୍ଜ୍ୱଳା ଯୋଜନାରେ ୮ କୋଟି ବିପିଏଲ୍‌ ପରିବାରକୁ ଗ୍ୟାସ୍‌ ଦିଆଯାଇଛି। ଏହା ମହିଳାଙ୍କ ସାମାଜିକ ଓ ଅର୍ଥନୀତିକୁ ପରିବର୍ତ୍ତନ କରିବା ସହ ସଶକ୍ତୀକରଣ ମଧ୍ୟ କରିପାରିଛି। ଚଳିତ ସାଧାରଣ ବଜେଟରେ ଉଜ୍ଜ୍ୱଳା ଯୋଜନାରେ ଅଧିକ ୧ କୋଟି ହିତାଧିକାରୀଙ୍କୁ ଯୋଡ଼ିବା ଲାଗି ଘୋଷଣା କରାଯାଇଛି। ଏହା ସର୍ବଭାରତୀୟସ୍ତରରେ କଭରେଜ୍‌ ହାସଲ କରିବାରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳରାତ୍ରୀ ବେଶରେ ମା’: ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ସମାଗମ

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ସପ୍ତମ ଦିବସ ବୁଧବାର ଦେବୀ କାଳରାତ୍ରୀ ବେଶରେ ଦର୍ଶନ…

ମିଳୁନି ଗ୍ୟାସ୍‌ ସିଲିଣ୍ଡର, ବିକଳ୍ପ ଚୁଲା କଲେ ହୋଟେଲ ମାଲିକ, ଜାଣିଲେ ହୋଇଯିବ ତାଜୁବ

ବଲାଙ୍ଗୀର,୨୫ା୩(ବୀରେନ୍ଦ୍ର କୁମାର ଝାଙ୍କର): ଆମେରିକା-ଇସ୍ରାଏଲ-ଇରାନ୍‌ ଯୁଦ୍ଧ ପରେ ଭାରତରେ ଦେଖାଦେଇଥିବା ଏଲପିଜି ଗ୍ୟାସ୍‌ ସିଲିଣ୍ଡର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏହାର ପ୍ରଭାବ ବଲାଙ୍ଗୀରରେ ବିଶେଷକରି…

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri