୧୯ ବର୍ଷୀୟା ଯୁବତୀଙ୍କୁ ବିବାହ କରୁଥିଲେ ନାବାଳକ, ଆଉ ତାପରେ…

ଦଶମନ୍ତପୁର, ୫ା୮(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପରଜାବେଡା ପଦର ପଞ୍ଚାୟତର ବି.ନୂଆଗୁଡା ଗ୍ରାମରେ ପ୍ରଶାସନ ସୋମବାର ଏକ ବାଲ୍ୟ ବିବାହକୁ ରୋକିଛି। ନୂଆଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ନାବାଳକ ପୁଅ (୧୬)ଙ୍କ ସହ ପୂର୍ବ ପ୍ରସ୍ତୁତି ଅନୁସାରେ ଲୁଲ୍ଲା ପଞ୍ଚାୟତ ମାରିଚମାଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ୧୯ ବର୍ଷର ଝିଅଙ୍କ ବିବାହ କରିବା ପାଇଁ ପ୍ରସ୍ତୁତି କରାଯାଉଥିଲା।

କୋରାପୁଟ ଏକତା ସ୍ବେଚ୍ଛାସେବୀ ଅନୁଷ୍ଠାନର କ୍ଷେତ୍ର ସଂଯୋଜକ ବେଣୁଧର ନାୟକ ଏବଂ ଲୁଲ୍ଲାରେ କାର୍ଯ୍ୟରତ ଏକତା ସ୍ବେଚ୍ଛାସେବୀ ମକର ମୁଦୁଲି ନୂଆଗୁଡା ଗ୍ରାମର ଏକ ବିଦ୍ୟାଳୟକୁ ଅନୁଧ୍ୟାନ ପାଇଁ ଯାଇଥିବା ବେଳେ ବାଲ୍ୟ ବିବାହ ହେଉଥିବା ନେଇ ସୂଚନା ପାଇଥିଲେ। ଉଭୟେ ଶିଶୁ ବିଭାଗକୁ ଏ ସମ୍ପର୍କରେ ଜଣାଇଥିଲେ। ବ୍ଲକ ସମନ୍ବିତ ଶିଶୁ ବିଭାଗ ଅଧିକାରୀ ଶକୁନ୍ତଳା ଦାସଙ୍କ ନିର୍ଦ୍ଦେଶରେ ଲୁଲ୍ଲା ଓ ପରଜାବେଡାପଦର ପଞ୍ଚାୟତ ସୁପରଭାଇଜର ଅଖବତୀ ମୁସ୍କା ଏବଂ ସୁକାନ୍ତି କୁଲିସିକା ଘଟଣା ସ୍ଥଳରେ ପହଞ୍ଚତ୍ ବାଲ୍ୟ ବିବାହ ହେଉଥିବା ସ୍ଥାନରେ ପରିବାର ଲୋକଙ୍କୁ ବାଲ୍ୟ ଦମ୍ପତିଙ୍କ ଆଧାର କାର୍ଡ ମାଗି ବୟସ ଯାଞ୍ଚ କରିଥିଲେ। ଏଥିରେ ନାବାଳକଙ୍କ ବୟସ ୧୬ ହୋଇଥିବା ବେଳେ ଝିଅର ବୟସ ୧୯ ହୋଇଥିଲା। ଫଳରେ ପୁଅର ବୟସ କମ୍‌ ଥିବାରୁ ବିବାହକୁ ବାରଣ କରି ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ ବୋଲି ସେମାନଙ୍କୁ ବୁଝାଇଥିଲେ। ଏହି ସମୟରେ ବିବାହ ସ୍ଥଳରୁ ନାବାଳକ ଜଣକ ଫେରାର ହୋଇଯାଇଥିଲେ।

ପ୍ରଶାସନ ନାବାଳକଙ୍କ ବାପା ଓ ସମ୍ପୃକ୍ତା ଝିଅକୁ ଗ୍ରାମରୁ ଉଦ୍ଧାର କରି ସ୍ଥାନୀୟ ଦଶମନ୍ତପୁର ଥାନାରେ ପୋଲିସ ଜିମା ଦେଇଥିବା ଜଣାପଡ଼ିଛି। ତେବେ ସମ୍ପୃକ୍ତ ଯୁବତୀ ଜଣକ ନୂଆଗୁଡ଼ାରେ ରହୁଥିବା ନିଜ ବଡ଼ ଭଉଣୀଙ୍କ ଘରକୁ ବୁଲିବାକୁ ଆସିଥିବା ବେଳେ ନାବାଳକ ଜଣକ ଘର ଟାଣି ନେଇଥିଲେ ବୋଲି ସମ୍ପୃକ୍ତା ଯୁବତୀ ଜଣକ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସଙ୍କୁ ପଚାରିବାରୁ ସେ କହିଲେ, ସେମାନଙ୍କୁ ଜିଲା ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri