୨ଦିନରେ ୩ ଜୀବନ ନେଇଗଲେ ନାବାଳକ

ଭଦ୍ରକ,୨୧ା୬(ସନାତନ ରାଉତ): ଜଣେ ୧୫ ବର୍ଷୀୟ ନାବାଳକ ଦୁଇଦିନରେ ୩ଜଣଙ୍କ ଜୀବନ ନେଇଯାଇଛନ୍ତି। ପ୍ରଥମେ ନିଜ ଆଈଙ୍କୁ ମାରି ଦେବା ପରେ ଜଣେ ମହିଳା ଓ ତାଙ୍କ ଝିଅକୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଗଣିଜାଙ୍ଗ ପଞ୍ଚାୟତରେ। ବୁଧବାର ମା’ ଝିଅ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ନାବାଳକ ଥାନାରେ ଅଟକ ଥିବାବେଳେ ଗୁରୁବାର ଏକ ବୁଦାମୂଳରୁ ତାଙ୍କ ଆଈଙ୍କ ମୃତଦେହ ମିଳିଛି। ପୋଲିସର ପଚରାଉଚରା ବେଳେ ସେ ନିଜ ଆଈଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ମଙ୍ଗଳବାର ସେ ଓ ତାଙ୍କ ଆଈ ମାମୁଘରୁ ଫେରୁଥିଲେ। ଉକ୍ତ ରାସ୍ତାରେ ସେ ତାଙ୍କୁ ୨୦ଟଙ୍କା ମାଗିଥିଲେ। କିନ୍ତୁ ସେ ନ ଦେବାରୁ ଯୁକ୍ତିତର୍କ ହୋଇଥିଲା। ଆଈ ପାଖରେ ୨ହଜାର ଟଙ୍କା ଥିବା ସେ ପୂର୍ବରୁ ଦେଖିଥିଲେ। ଟଙ୍କା ନ ଦେବାରୁ ସେ ରାଗିଯାଇ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ ଆଗରେ ମାନିଛନ୍ତି।
ପ୍ରକାଶ ଯେ, ଗଣିଜାଙ୍ଗ ପଞ୍ଚାୟତର ବଙ୍ଗାଳିସାହି ନିକଟସ୍ଥ ଏକ ବିଲ ମଝିରୁ ବୁଧବାର ଅପରାହ୍ନରେ ମା’ ଝିଅଙ୍କ ମୃତଦେହ ମିଳିଥିଲା। ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ବିଲ ମଝିରେ ପଡ଼ିଥିବା ବେଳେ ତାଙ୍କ ୬ବର୍ଷୀୟା ଝିଅର ମୃତଦେହ ଏକ ପୋଲ ତଳୁ ମିଳିଥିଲା। ଏହି ଘଟଣାରେ ଅଭିଯୁକ୍ତ ନାବାଳକଙ୍କୁ ପୋଲିସ ଥାନାରେ ଅଟକ ରଖିଛି। ଗୁରୁବାର ଉକ୍ତ ସ୍ଥାନରେ ବୁଦାମୂଳରୁ ଆଉ ଏକ ମୃତଦେହ ମିଳିବା ପରେ ଅଭିଯୁକ୍ତ ନାବାଳକଙ୍କ ଆଈ ଶ୍ରୀମତୀ ମୁଣ୍ଡା(୬୦) ବୋଲି ଜଣାପଡ଼ିଥିଲା। ନାବାଳକ ତାଙ୍କ ଆଈଙ୍କୁ ହତ୍ୟା କରିଥିବା ସ୍ବୀକାର କରିବା ପରେ ଭଦ୍ରକ ସଦର ଏସ୍‌ଡିପିଓ ସୌରଭ ଓତା ଏବଂ ଗ୍ରାମାଞ୍ଚଳ ଥାନା ଅଧିକାରୀ ଅମିତାଭ ଦାଶ ତାଙ୍କୁ ସାଙ୍ଗରେ ନେଇ ଉକ୍ତ ସ୍ଥାନରୁ ମୃତଦେହ ଜବତ କରିଥିଲେ। ଅପରପକ୍ଷେ ମା’ ଝିଅ ହତ୍ୟାକାଣ୍ଡ ଘଟଣାରେ ମୃତ ମହିଳାଙ୍କ ସ୍ବାମୀ ରାଜୁ ମୁଣ୍ଡାଙ୍କ ଅଭିଯୋଗକ୍ରମେ ଗ୍ରାମାଞ୍ଚଳ ଥାନାରେ ଏକ ହତ୍ୟା ମାମଲା (ନଂ.୪୦୮/୨୪) ରୁଜୁ କରାଯାଇଛି। ମଜୁରି ଟଙ୍କାକୁ ନେଇ ରାଜୁଙ୍କ ସ୍ତ୍ରୀ ସୁକାନ୍ତି ଓ ନାବାଳକଙ୍କ ମଧ୍ୟରେ ପୂର୍ବରୁ ଝଗଡ଼ା ହୋଇଥିଲା। ବୁଧବାର ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାଖରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ବେଳେ ସେମାନେ ମଦ ପିଇଥିଲେ। ପୂର୍ବ ଝଗଡ଼ାକୁ କେନ୍ଦ୍ରକରି ନାବାଳକ ଜଣକ ସୁକାନ୍ତି ଓ ତାଙ୍କ ଝିଅ ମିନିଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନାବାଳକ ୩ଜଣଙ୍କୁ ହତ୍ୟା କରିଥିବା ବେଳେ ଏଥିରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ଦିଗରେ ଅଧିକ ତଦନ୍ତ ଚାଲିଛି ବୋଲି ଏସ୍‌ଡିପିଓ କହିଛନ୍ତି। ପ୍ରକାଶଥାଉ କି, ଗ୍ରାମାଞ୍ଚଳ ଥାନା ଅଧୀନ ଜଳଙ୍ଗାର ରାଜୁ ତାଙ୍କ ପରିବାର ସହ ଗଣିଜାଙ୍ଗ ପଞ୍ଚାୟତ ବଣିଆଗୁଡ଼ିରେ ରହି ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ସ୍ତ୍ରୀ ସୁକାନ୍ତି ଦିନମଜୁରିଆ ଭାବେ ସ୍ଥାନୀୟ ଅଞ୍ଚଳରେ କାମ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଭାଙ୍ଗିବା ପରେ ସ୍ମୃତିଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ ସୃଷ୍ଟି କଲା ହଇଚଇ, ଲେଖିଲେ ଏମିତି…

ନୂଆଦିଲ୍ଲୀ,୯।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଛନ୍ତି। ରବିବାର, ସେ ଏକ...

ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର

ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

ଆଇପିଏଲ ନାଁରେ ଏନଏଚଆରସିରେ ଅଭିଯୋଗ: ଦୂଷିତ ପାଣି ଗନ୍ଧରେ ଫାଟି ପଡୁଛି ଅଞ୍ଚଳ

ଭବାନୀପାଟଣା,୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ...

କଟକ ଟି-୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଲା ଜୋରଦାର ଝଟ୍‌କା: ଅଭିଯୋଗ ପରେ…

ଦୁବାଇ,୯ା୧୨ (ପି.ଟି.):ରାୟପୁରଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ ଓଭର-ରେଟ୍‌ ପାଇଁ ଭାରତକୁ ସୋମବାର ସେମାନଙ୍କ ମ୍ୟାଚ୍‌ ଫି’ର...

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ…

କୋରାପୁଟ,୯।୧୨(ଅମିତାଭ ବେହେରା ): କୋରାପୁଟ ଜିଲା ନାମ ସଂକୀର୍ତ୍ତନ ଭାଗବତ ସତସଙ୍ଗ ତରଫରୁ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri