ଜଣେ ବରକୁ ୨ ଥର ବିବାହ କଲେ ନାବାଳିକା

ନୟାଗଡ଼ ଅଫିସ,୧୯।୧: ମଙ୍ଗଳବାର ସନ୍ଧ୍ୟାରେ ନୟାଗଡ଼ ଚାଇଲ୍ଡ ଲାଇନ ବିବାହ ବେଦୀରୁ ଉଠାଇ ଆଣିଥିବା ଜଣେ ୧୫ ବର୍ଷର ନାବାଳିକା ବିଳମ୍ବିତ ରାତିରେ ପୁନଃ ବିବାହ କରିଥିବା ଅଭିଯୋଗ ହୋଇଛି । ଜଣେ ବରକୁ ନାବାଳିକା ଗୋଟିଏ ଦିନରେ ଦୁଇଥର ବିବାହ କରିବା ଘଟଣା ଚର୍ଚ୍ଚକୁ ଆସିଛି। ଏଭଳି ଘଟଣା ପଛରେ ନୟାଗଡ଼ର ସିଡବ୍ଲ୍ୟୁସିି(ଜିଲା ମଙ୍ଗଳ ସମିତି)ର କାର୍ଯ୍ୟ ସନ୍ଦେହ ଘେରକୁ ଆସିଛି । ୧୫ ହଜାର ଟଙ୍କା ଲାଞ୍ଚ ନେଇ ସିଡବ୍ଲ୍ୟୁସି ସଭାପତି ନାବାଳିକାଙ୍କୁ ଛାଡି ଦେଇଥିବା ଅଭିଯୋଗ ହୋଇଛି। କେତେଜଣ ଦାୟିତ୍ୱହୀନ ଲୋକଙ୍କ ପାଇଁ ନୟାଗଡ଼ ଜିଲାରେ ବାଲ୍ୟ ବିବାହ ନିରୋଧ ଆଇନରେ ବ୍ୟତିକ୍ରମ ଘଟିଛି । ଏ ସଂକ୍ରାନ୍ତରେ ପ୍ରଚାର ହେବା ପରେ ନାବାଳିକା ବିବାହକୁ ପଣ୍ଡ କରାଉଥିବା ଚାଇଲ୍ଡ ଲାଇନ ପାଇଁ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେବ ବୋଲି ଅଭିଯୋଗ ହେଉଛି । ଜିଲାପାଳ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ବାଲ୍ୟ ବିବାହ ନିରୋଧ ଆଇନ ବାଟବଣା ହୋଇଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା

ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ସିପାହି ଅସୁରୁଢ଼ିପା ଅଞ୍ଚଳରେ ଜଣେ ୧୫ ବର୍ଷର ନାବାଳିକା ବିବାହ କରୁଥିଲେ । ଏହି ବିବାହ ପାଇଁ କନ୍ୟା ଓ ବର ପକ୍ଷଙ୍କ ସମ୍ମତି ଥିଲା । ଭୋଜି ଭାତ ଚାଲିଥିଲା । ବିବାହ ହେଉଥିଲା । ଖବର ପାଇ ଚାଇଲ୍ଡ ଲାଇନ ନୟାଗଡ଼ ସଦର ଥାନା ପୋଲିସ ସହାୟତାରେ ବିବାହ ବେଦୀରୁ ନାବାଳିକାଙ୍କୁ ଉଠାଇ ଆଣି ବିବାହକୁ ପଣ୍ଡ କରିଥିଲା । ସନ୍ଧ୍ୟାରେ ନାବାଳିକାଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯାଇଥିଲା । ତେବେ ସିଡବ୍ଲ୍ୟୁସି ପ୍ରସଙ୍ଗକୁ ହାଲକା ଭାବେ ନେଇ ସେହି ନାବାଳିକାଙ୍କୁ ତାଙ୍କ ମା’ବାପାଙ୍କୁ ହସ୍ତାନ୍ତର କରିଥିଲା। ସିଡବ୍ଲ୍ୟୁସିିର ସଫେଇ ଅନୁସାରେ ନାବାଳିକା ଚେତାଶୂନ୍ୟ ହୋଇ ଯିବାରୁ ତାଙ୍କ ପରିବାର ଲୋକଙ୍କ ପାଖକୁ ପଠାଇ ଦିଆଯାଇଥିଲା । ସିଡବ୍ଲ୍ୟୁସି ଡାକ୍ତରଖାନାକୁ ନ ପଠାଇ ମା’ବାପାଙ୍କୁ ହସ୍ତାନ୍ତର କରିଥିବାରୁ ନାନା ପ୍ରକାର ସନ୍ଦେହ ସୃଷ୍ଟି ହେଉଛି । ଘରକୁ ଫେରିବା ପରେ ନାବାଳିକାଙ୍କ ପୁନଃ ବିବାହ କାର୍ଯ୍ୟ ଶେଷ ହୋଇଥିଲା । ପୋଲିସ ଜାଣି ଚୁପ୍‌ ରହିଥିଲା । ଚାଇଲ୍ଡ ଲାଇନ ଜାଣି ଅଜଣା ହୋଇଗଲା । ସିଡବ୍ଲ୍ୟୁସିି ନୀରବ ରହିଗଲା। ଏସବୁ ଘଟଣା ପାଇଁ ସିଡବ୍ଲ୍ୟୁସି ସଭାପତି ଲାଞ୍ଚ ନେଇଥିବା ଅଭିଯୋଗର ତଦନ୍ତ ହେବା ଦରକାର ବୋଲି ଦାବି ଉଠିଛି ।
ଏନେଇ ଆଇନଜିବୀ ରଣଜିତ ଦାଶ କୁହନ୍ତି, ନାବାଳିକାଙ୍କୁ ଛାଡିବା ଠିକ୍‌ ନୁହେଁ। ୧୫ ହଜାର ଲାଞ୍ଚ ପାଇଁ ନାବାଳିକାଙ୍କୁ ଛାଡି ଦେବା ପରେ ଭିନ୍ନ ବାର୍ତ୍ତା ଗଲା । ନାବାଳିକା ପୁନଃ ବିବାହ କରିବାରୁ ବାଲ୍ୟ ବିବାହ ନିରୋଧ ଆଇନରେ କଳଙ୍କ ଲାଗିଲା । ଏଥିପାଇଁ କାର୍ଯ୍ୟାନୁଷ୍ଠାନ କାହିଁ। ଯେଉଁମାନେ ଏଭଳି ଅନିୟମିତତା ପଛରେ ଅଛନ୍ତି ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସିଡବ୍ଲ୍ୟୁସି ସଭାପତି ସନ୍ତୋଷ କୁମାର ସାହୁ କୁହନ୍ତି, ନାବାଳିକା ସିଡବ୍ଲୁସିରେ ବାରମ୍ବାର ଚେତାଶୂନ୍ୟ ହୋଇଯିବାରୁ ମା’ବାପାଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ଡାକ୍ତରଖାନାକୁ ପଠାଇ ଥିଲେ ଭଲ ହୋଇଥାନ୍ତା,ଯାହାକି ଟେନଶନ ଦେଇଛି। ତେବେ ହସ୍ତାନ୍ତର ପଛରେ ୧୫ ହଜାର ଲାଞ୍ଚ କାରବାର ଠିକ୍‌ ନୁହେଁ ବୋଲି କହିଛନ୍ତି। ଏହା ଭିତ୍ତିହୀନ ଅଭିଯୋଗ । ସାବାଳିକା ନ ହେବା ପର୍ଯ୍ୟନ୍ତ ବିବାହ ନ ଦେବା ପାଇଁ ତାଙ୍କ ମା’ବାପା ଅଣ୍ଡରଟେକିଂ ଦେଇଛନ୍ତି । ନାବାଳିକା ବୁଧବାର ସିଡବ୍ଲ୍ୟୁସିରେ ହାଜର ହୋଇଥିଲେ । ପୁଣି ଆଉ ୨ଟି ତାରିଖରେ ହାଜର ହେବାର ଅଛି । ନାବାଳିକା ବିବାହ କରିବାର କୌଣସି ଲକ୍ଷଣ ବୁଧବାର ଦେଖିବାକୁ ମିଳି ନାହିଁ । ଏହି ଘଟଣାକୁ ଆମ୍ଭେ ଗୁରୁତର ସହ ନେଇଛୁ ବୋଲି ସଫେଇ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri