ଶାନ୍ତି ପଦଯାତ୍ରାରେ ବିଶ୍ୱଶାନ୍ତିର ବାର୍ତ୍ତା

ଭୁବନେଶ୍ୱର,୨୮।୧୦(ବ୍ୟୁରୋ):ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ବିଶ୍ୱର ବିଭିନ୍ନ ଦେଶରୁ ବୌଦ୍ଧ ସନ୍ନ୍ୟାସୀଙ୍କ ସମାଗମ ହୋଇଛି। ଗୁରୁବାର ଏହି ବୌଦ୍ଧ ସନ୍ନ୍ୟାସୀମାନେ ଶାନ୍ତି ପଦଯାତ୍ରା ମାଧ୍ୟମରେ ଭୁବନେଶ୍ୱରରୁ ବିଶ୍ୱଶାନ୍ତିର ବାର୍ତ୍ତା ଦେଇଛନ୍ତି। ସକାଳ ପ୍ରାୟ ୯ଟାରେ ଭୁବନେଶ୍ୱର ସର୍କିଟ୍‌ ହାଉସ୍‌ଠାରେ ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ଉପସ୍ଥିତିରେ ଜାପାନର ବୌଦ୍ଧ ଭିକ୍ଷୁ ଟାକା ଓ ଟାକାଡୋ ଅତିଥି ଭାବେ ଯୋଗଦେଇ ଏହି ଶାନ୍ତି ପଦଯାତ୍ରାକୁ ଉଦ୍‌ଘାଟନ କରିଥିଲେ। ଏହି ପଦଯାତ୍ରାରେ ଆମେରିକା, ୟୁକ୍ରେନ୍‌, ଜାପାନ ଆଦି ବିଭିନ୍ନ ଦେଶରୁ ଆସିଥିବା ବୌଦ୍ଧ ଭିକ୍ଷୁ, ସନ୍ନ୍ୟାସୀ ଓ ସାଧୁସନ୍ଥମାନେ ଯୋଗ ଦେଇଥିଲେ। ବୌଦ୍ଧ ଭିକ୍ଷୁ ଓ ଅତିଥିମାନେ ଢୋଲ ବାଦନ ପୂର୍ବକ ଶାନ୍ତି ମନ୍ତ୍ର ‘ନା-ମ୍ୟୁ-ମ୍ୟୋ-ହୋ-ରେନ୍‌-ଗେ-କ୍ୟୋ…’ ଉଚ୍ଚାରଣ କରି ରାଜଭବନ ଛକ ଦେଇ ଏଜି ଛକ ପର୍ଯ୍ୟନ୍ତ ଆସିଥିଲେ। ଏହା ପରେ ସେମାନେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସ୍ବତନ୍ତ୍ର ବସ୍‌ ଯୋଗେ ଧଉଳି ଛକରେ ପହଞ୍ଚତ୍ବା ପରେ ସେଠାରୁ ଧଉଳି ଶାନ୍ତିସ୍ତୁପ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଶାନ୍ତିସ୍ତୂପ ପଦଦେଶରେ ଥିବା ସମ୍ରାଟ ଅଶୋକଙ୍କ ଶିଳାଲେଖଠାରେ ପ୍ରାର୍ଥନା କରିଥିଲେ। ଖୋର୍ଦ୍ଧା ଜିଲା ପ୍ରଶାସନ ତଥା ଭୁବନେଶ୍ୱର ଉପଖଣ୍ଡ ପ୍ରଶାସନର ସମସ୍ତ ଅଧିକାରୀ ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବୌଦ୍ଧ ଭିକ୍ଷୁମାନଙ୍କୁ ସାକ୍ଷାତ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟ ସରକାର, କଳିଙ୍ଗ ନିପ୍ପନ ବୁଦ୍ଧ ସଂଘ ଓ ଧଉଳି ଉନ୍ନୟନ ପରିଷଦ କମିଟି ପକ୍ଷରୁ ଏହି ଜୟନ୍ତୀ ଅନୁଷ୍ଠିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri