ରାଜ୍ୟ ସଂଗ୍ରହାଳୟରେ ନୌବାଣିଜ୍ୟ ଗ୍ୟାଲେରି ଉଦ୍‌ଘାଟିତ

ଭୁବନେଶ୍ୱର, ୧।୮(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟଠାରେ ନୌ-ବାଣିଜ୍ୟ ଐତିହ୍ୟ ଗ୍ୟାଲେରି ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଭର୍ଚୁଆଲ ଉନ୍ମୋଚନ କରିଥିଲେ। ଏହି ଗ୍ୟାଲେରି ଆଗାମୀ ପିଢ଼ି ପାଇଁ ବହୁ ଉପାଦେୟ ହେବ। ଏଥିସହ ଏ କ୍ଷେତ୍ରରେ କାର୍ଯ୍ୟରତ ଗବେଷକ, ଜିଜ୍ଞାସୁ ଓ ଇତିହାସପ୍ରେମୀଙ୍କୁ ଏହା ବହୁ ମୂଲ୍ୟବାନ ତଥ୍ୟ ଯୋଗାଇପାରିବ ବୋଲି ମନ୍ତ୍ରୀ କହିଥିଲେ।
ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନର ସଚିବ ଡ. ସୁନୀଲ କୁମାର ପଟ୍ଟନାୟକ ଯୋଗଦେଇ ଗ୍ୟାଲେରି ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ। ତେବେ ନୌବାଣିଜ୍ୟ ଐତିହ୍ୟ ବିଷୟରେ ଗବେଷଣା କରୁଥିବା ଗବେଷକଙ୍କ ପାଇଁ ଏହି ଗ୍ୟାଲେରି ବେଶ୍‌ ଅତ୍ୟନ୍ତ ଉପଯୋଗୀ। ସାଧାରଣ ଦର୍ଶକ ଏବଂ ପର୍ଯ୍ୟଟକଙ୍କୁ ଏହା ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ଓ ଏହାର ବିକାଶ ତଥା ବ୍ୟାପକତା ବିଷୟରେ ସୂଚନା ଦେଉଛି। ଏଠାରେ ପ୍ରଦର୍ଶିତ ହୋଇଥିବା ସାମଗ୍ରୀଗୁଡ଼ିକ ଭାରତର ତଥା ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ କରାଯାଇଛି। ବିଶେଷ ଭାବେ ପ୍ରନତ୍ତାତ୍ତ୍ବିକ ପ୍ରମାଣଗୁଡ଼ିକ ପ୍ରଦର୍ଶିତ କରାଯାଇଛି। ସାମଗ୍ରିକ ଭାବେ ଏହା ଏକ ନୂତନ ପ୍ରୟାସ, ଯେଉଁଠାରେ କି ଓଡ଼ିଶାର ପ୍ରାଚୀନ ବୈଭବର ଅନେକ ଦୃଷ୍ଟାନ୍ତ ପ୍ରଦର୍ଶିତ ହୋଇଛି। ଏହି ନୌବାଣିଜ୍ୟ ଐତିହ୍ୟ ଗ୍ୟାଲେରି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସେ ସୂଚନା ଦେଇଛନ୍ତି।
ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇ ଓଡ଼ିଆମାନେ ନୌବାଣିଜ୍ୟରେ କିପରି ନିପୁଣ ଥିଲେ ସେ ଉପରେ ଆଲୋକପାତ କରିଥିଲେ। ତତ୍‌କାଳୀନ ଉତ୍କଳୀୟମାନେ ଦରିଆପାରି ଦେଶମାନଙ୍କରେ ବାଣିଜ୍ୟ କରି କେବଳ ଧନ ଅର୍ଜନ କରୁ ନ ଥିଲେ ବରଂ ସେଠାରେ ସେମାନେ ସାଂସ୍କୃତିକ ଔପନିବେଶ ପ୍ରତିଷ୍ଠା କରି ପାରିଥିଲେ। ଏବେ ବି ଜାଭା, ସୁମାତ୍ରା, ବାଲି, ଇଣ୍ଡୋନେସିଆରେ ହିନ୍ଦୁ କିମ୍ବଦନ୍ତୀ, ଐତିହ୍ୟ ଦେଖିବାକୁ ମିଳେ ବୋଲି ସେ କହିଥିଲେ। ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ କହିଲେ, ଆମ ଇତିହାସର ପ୍ରକୃତ ମୂଲ୍ୟାଙ୍କନ କରିବାରେ କିଛିଟା ତ୍ରୁଟି ରହିଛି। ନଚେତ୍‌ ଓଡ଼ିଆମାନେ ହିଁ ବୋଧହୁଏ ସର୍ବପ୍ରଥମ ଉପନିବେଶ ପ୍ରତିଷ୍ଠା କରିଥିଲେ ବୋଲି ସେ ମତ ରଖିଥିଲେ।
ଏହି ଅବସରରେ ପ୍ରତିଷ୍ଠାନ ତରଫରୁ ପ୍ରଣିତ ଇଂଲିଶ ପୁସ୍ତିକା ‘ଦି ଇଣ୍ଟିମେଟ୍‌ ଏନ୍‌କାଉଣ୍ଟର୍ସ, ଅର୍ଲି ଓଡ଼ିଶା ଆଣ୍ଡ୍‌ ସାଉଥ୍‌ ଇଷ୍ଟ ଏସିଆ’ ଏବଂ ବିଶ୍ୱ ମହାମାରୀ କରୋନା ପ୍ରପୀଡିତ ମାନବଜାତିର ପରିବର୍ତ୍ତିତ ଜୀବନଚର୍ଯ୍ୟା, ମାନସିକ ସ୍ଥିତି, ଆତଙ୍କ ଓ ଆଶୀର୍ବାଦର ଏକ ସୁନ୍ଦର ଉପସ୍ଥାପନାକୁ ନେଇ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଦ୍ୱାରା ଲିଖିତ ତଥା ‘ସୃଜନ’ ପ୍ରକାଶିତ କ୍ଷୁଦ୍ର ପୁସ୍ତିକା ‘ଲକ୍‌ ଡାଉନ୍‌’ ଉନ୍ମୋଚିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri