‘ଗୋଟିଏ ପୁଅ ଥିବା ବ୍ୟକ୍ତି ଦୁଇଗୋଟି ପୁଅ ଥିବା ବ୍ୟକ୍ତିଙ୍କ ଠୁ ଲୁଗା ନେଇ ପୂଜାକଲେ ହୁଏ ସନ୍ତାନଙ୍କମଙ୍ଗଳ’, ଗୁଜବକୁ ନେଇ ତାରାତାରିଣୀ ପିଠ ଲୋକାରଣ୍ୟ

ପୁରୁଷୋତ୍ତମପୁର,୩୧।୧(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠକୁ ନେଇ ବହୁ କିମ୍ବଦନ୍ତି ଓ ଲୋକକଥା ପୁରାଣରେ ବର୍ଣ୍ଣିତ ରହିଛି। ଦେଶରେ ଥିବା ଚାରିଗୋଟି ଆଦିଶକ୍ତିପୀଠ ମଧ୍ୟରୁ ଏହି ପୀଠ ଅନ୍ୟତମ ା ପ୍ରତିବର୍ଷ ଚୈତ୍ର ମାସରେ ମା’ଙ୍କ ମଙ୍ଗଳବାର ଯାତ୍ରାରେ ଓ ସଂକ୍ରାନ୍ତିମାନଙ୍କରେ ଏଠାକୁ ଭକ୍ତଙ୍କ ସୁଅ ଛୁଟିଥାଏ । ଏଥିସହ ଏଠାରେ ଶିଶୁଙ୍କ ମୁଣ୍ଡନ କରିବାର ନିଆାରା ପରମ୍ପରା ରହିଛି । ତେବେ ତାରାତାରିଣୀଙ୍କ ଏଭଳି ପୂଜାର୍ଚ୍ଚନାରେ ବର୍ତ୍ତମାନ ଆଉ ଏକ ନିଆରା ନୂଆ ପରମ୍ପରା ଯୋଡି ହୋଇଯାଇଛି । ଯଦି ବ୍ୟକ୍ତିଙ୍କ ଗୋଟିଏ ପୁତ୍ର ସନ୍ତାନ ଥିବ ସେହି ସନ୍ତାନର ମାଆ ଯାଇ ଦୁଇଗୋଟି ପୁତ୍ର ସନ୍ତାନ ଥିବା ମା’ଙ୍କ ଘରୁ ଏକ ନୂଆ ଲୁଗା ମାଗିଆଣିବା ସହ ସେହି ଲୁଗାକୁ ନେଇ ତାରାତାରିଣୀଙ୍କ ଠାରେ ଲାଗି କରିବେ। ପୂଜାର୍ଚ୍ଚନା ପରେ ତାହାକୁ ପରିଧାନ କଲେ ନିଜ ସନ୍ତାନଙ୍କ ଦୀର୍ଘାୟୁ ହେବା ସହ ସେମାନଙ୍କୁ କୌଣସି ବିପଦ ପଡେନାହିଁ ବୋଲି ବିଶ୍ବାସ ରହିଛି ା ଏପରି ଘଟଣା କୁଆଡେ ତାରାତାରିଣୀ କାହାକୁ ସ୍ବପ୍ନାଦେଶ କରିଥିବା ନେଇ ଏଭଳି ଏକ ଗୁଜବ ପ୍ରଚାର ହେବା ପରେ ତୁଣ୍ଡବାଇଦ ସହସ୍ରକୋଷ ଉପାୟରେ ଏହି ଘଟଣା ସବୁ ଅଞ୍ଚଳକୁ ବ୍ୟାପିଯାଇଛିା ଏହି ଗୁଜବ ବ୍ୟାପିବା ପରେ ତାରାତାରିଣୀଙ୍କ ପୀଠକୁ ଜିଲାର ବିଭିନ୍ନ ସ୍ଥାନ ସହିତ ରାଜ୍ୟ ତଥା ରାଜ୍ୟ ବାହାରୁ ମହିଳା ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛିା । ଆଉ ଏହି ମହିଳା ମାନେ ମାଗିଆଣିଥିବା ଖଣ୍ଡିଏ ଖଣ୍ଡିଏ ନୂଆ ଲୁଗାକୁ ଆଣି ମାଙ୍କ ଠାରେ ପୂଜାର୍ଚ୍ଚନା କରିବାରେ ଲାଗିପଡିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଯୁବତୀଙ୍କ ବେକରେ ଖଣ୍ଡା ଲଗାଇଲେ ଯୁବକ, ମୋତେ ବାହା ନ ହେଲେ ହାଣିଦେବି କହି…

ଡେରାବିଶ,୬ା୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ କଲେଜ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା କ୍ରମରେ ପ୍ରେମ ପ୍ରତାରଣାର କରୁଣ ପରିଣତି ଦେଖିବାକୁ ମିଳିଛି। ଯୁକ୍ତ…

ସୂର୍ଯ୍ୟକୁମାରଙ୍କୁ ବଦଳାଇ ଶ୍ରେୟସ ଆୟରଙ୍କୁ କାହିଁକି କରାଗଲା ଅଧିନାୟକ ପ୍ରକୃତ କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ,୬।୬: ଶନିବାର ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଥିଲେ, ସେତେବେଳେ ତାଲିକାରୁ ଅଧିନାୟକ…

ଦୁଇ ଦୋକାନରୁ ଚୋରି, ଚାରିଆଡ଼େ ପଡ଼ିଛି ରକ୍ତର ଛିଟା

ଆଳି,୬ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଥାନାଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ମହାବୀର ବଜାରର ଦୁଇଟି ଦୋକାନରୁ ଚୋରି ହୋଇଛି। ମହାବୀର ବଜାରରେ ଥିବା…

ବକ୍ସ ଅଫିସରେ ଧମାକା କଲା ‘ପେଡ୍ଡି’: କ୍ଷମା ମାଗିଲେ ନିର୍ଦ୍ଦେଶକ

ତେଲୁଗୁ ସ୍ପୋଟର୍‌ସ ଆକ୍ସନ ଡ୍ରାମା ‘ପେଡ୍ଡି’ ରିଲିଜ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ଧମାକା କରିଛି। ରାମ ଚରଣ ଏବଂ ଜାହ୍ନବୀ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆରେ କାହିଁକି ମିଳିଲା ସୁଯୋଗ? ଏମିତି କହିଲେ ଅଗରକର

ନୂଆଦିଲ୍ଲୀ,୬।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ପ୍ରସ୍ତୁତ ଏବଂ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଚର୍ଚ୍ଚା ଯୋର…

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, କଚାଡ଼ି କଚାଡ଼ି ମାରିଲା ଦନ୍ତା

ଆନନ୍ଦପୁର/ବଞ୍ଚୋ,୬ା୬(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ନିଜ ଆମ୍ବତୋଟାରେ ଶନିବାର ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧା। ଆନନ୍ଦପୁର ଥାନା ଫକୀରପୁର…

ପାକିସ୍ତାନର ନୂଆ ଚାଲ୍‌: PoKରେ ନିର୍ବାଚନ କରିବାକୁ ଘୋଷଣା, ଭାରତ କହିଲା…

ନୂଆଦିଲ୍ଲୀ,୬।୬:ପାକିସ୍ତାନର ଗିଲଗିଟ-ବାଲ୍ଟିସ୍ତାନ ବିଧାନସଭା ପାଇଁ ନିର୍ବାଚନ ଆୟୋଜନ ଯୋଜନା କରୁଛି। ଏହି ଅଞ୍ଚଳଟି ପାକିସ୍ତାନ ଦ୍ୱାରା ଅବୈଧ ଏବଂ ବଳପୂର୍ବକ ଭାବରେ ଦଖଲ କରାଯାଇଥିବା ଭାରତୀୟ ଅଞ୍ଚଳ।…

ଜଳାଶୟ ମାଟି କାମକୁ ନେଇ କଂଗ୍ରେସ – ବିଜେଡି ମୁହାଁମୁହିଁ: ପୌର ପରିଷଦ ଅଧ୍ୟକ୍ଷା, କାଉନସିଲର ପହଞ୍ଚିବା ପରେ ହଙ୍ଗାମା

ବଲାଙ୍ଗୀର, ୬।୬( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର କରଙ୍ଗାକଟା ଓ ନରସିଂହ ବନ୍ଧ ଆଡିରେ ଶନିବାର ସକାଳେ କଂଗ୍ରେସ ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri