ଶୁଣ୍ଢରେ ଟେକି ଜଣଙ୍କୁ କଚାଡ଼ି କଚାଡ଼ି ମାରିଲା ଦନ୍ତା, ଏଣେତେଣେ ପଡ଼ିଛି ମୃତଦେହର ସବୁ ଅଂଶ

ଜି.ଉଦୟଗିରି,୨୭ା୭(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳରେ ଦୀର୍ଘମାସ ଧରି ଦନ୍ତାହାତୀ ଉପଦ୍ରବ ଚାଲିଥିବା ବେଳେ ଶନିବାର ଏକ ଦନ୍ତାହାତୀ ଜଣଙ୍କୁ ଆକ୍ରମଣ କରି ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ପକାଇଛି। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜି.ଉଦୟଗିରିଠାରୁ ମାତ୍ର ୨ କିଲୋମିଟର ଦୂର ପାଜିମାହା ଗ୍ରାମ ନିକଟରେ।

ଶନିବାର ଦନ୍ତାହାତୀ ଆକ୍ରମଣରେ ମାଲାସୁଙ୍ଗା ଗ୍ରାମର ସାମନ୍ତ ଦିଗାଲ ନାମକ ଜଣେ ବ୍ୟକ୍ତି(୫୫)ଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମାଲାସୁଙ୍ଗା ଗ୍ରାମର ସାମନ୍ତ ଦିଗାଲ ସଂଜୀବ ପ୍ରଧାନ ଓ ଅନ୍ୟଜଣେ ବ୍ୟକ୍ତି ପଦାସାହି ଠାରେ ମୂଲ ମଜୁରୀ କାମ ସାରି ଘରକୁ ଫେରୁଥିବା ସମୟରେ ହଠାତ୍‌ ପାଜିମାହା ଠାରେ ଦନ୍ତାହାତୀ ଆକ୍ରମଣ କରିଥିଲା। ଦୁଇଜଣ ସାଥୀ ହାତୀ ଆକ୍ରମଣ ଦେଖି ଦୌଡ଼ି ପଳାଇ ଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ମୃତ ସାମନ୍ତ ଦିଗାଲଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡ଼ି କଚାଡ଼ି ମାରିବା ପରେ ପାଦରେ ଦଳି ଦେଇଥିଲା। ଫଳରେ ଖଣ୍ଡ ଖଣ୍ଡ କରି ଚାରିଆଡ଼େ ମୃତଦେହର ସବୁ ଅଂଶ ପଡ଼ିଥିବା କହିଛନ୍ତି ସାଥିରେ ଯାଉଥିବା ସଂଜୀବ।

ରବିବାର ସକାଳୁ ଜି.ଉଦୟଗିରି ବନ ଅଧିକାରୀ ପ୍ରଶାନ୍ତ ସାହୁ, କଳିଙ୍ଗା ବନଅଧିକାରୀ ରସ୍ମିତା ବକ୍ସି ଓ ଅନ୍ୟମାନେ ତଥା ସ୍ଥାନୀୟ ପୋଲିସ ଏସଡିପିଓ ବିଜୟ କୁମାର ବିଶି, ଆଇଆଇସି ବିଜୟ କୁମାର ସାଇଁ, ଏସଆଇ ରୂପକ ଦଲେଇ, ରଞ୍ଜିତା ବେହେରା, ଏଏସ୍‌ଆଇ ରବୀନ୍ଦ୍ର ସେଠୀ, ବୁଲୁ ବେହେରା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଘଟଣା ବିଷୟରେ ଡିଏଫ୍‌ଓଙ୍କ ସହ ଆଲୋଚନା କରି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ। ଖଣ୍ଡ ବିଖଣ୍ଡିତ ମୃତ ଶରୀର ଦେଖି ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ବହୁଦିନ ହେଲା ହାତୀପଲ ଯୋଗୁ ଧନ ଜୀବନ ନଷ୍ଟ ହେଉଥିବା ବେଳେ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ସରକାର କୌଣସି ଠୋସ୍‌ ପଦକ୍ଷେପ ନେଉନାହାନ୍ତି। ଯାହାଫଳରେ ଆଜି ଏହି ଘଟଣା ଘଟିଛି। ଯାଥା ଶୀଘ୍ର ହାତୀପଲ ଆମ ଅଞ୍ଚଳରୁ ଘଉଡ଼ାଇବା ପାଇଁ ଉଚିତ୍‌ ପଦକ୍ଷେପ ନିଅନ୍ତୁ ନଚେତ ଆମେ ଗ୍ରାମବାସୀ ନିଜ ପରିବାର ଲୋକଙ୍କ ଜୀବନ ସୁରକ୍ଷା ପାଇଁ ହାତୀ ମାରିବାକୁ ପଛାଇବୁ ନାହିଁ ବୋଲି ଚେତାବନୀ ଦେଇଥିଲେ। ଏଣେ ତେଣେ ପଡ଼ିଥିବା ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସ୍ଥାନୀୟ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

ଥୁଆମୂଳ ରାମପୁରରେ ରଜ ଉତ୍ସବ, ଦୋଳି ଖେଳିଲେ ଲାଞ୍ଜିଗଡ଼ ବିଧାୟକ; ଦଳୀୟ ଆଭିମୁଖ୍ୟ ଭୁଲି…

ଥୁଆମୂଳ ରାମପୁର, ୧୬।୬(ଦୁର୍ଗା କୀର୍ତ୍ତି): ଓଡ଼ିଶାର ଗଣପର୍ବ ‘ରଜ’ ଏବେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି। କଳାହାଣ୍ଡି ଜିଲା ଥୁଆମୂଳ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରମ୍ଭାକୁ ହରାଇ ଛତ୍ରପୁର ଚମ୍ପିୟାନ

ଛତ୍ରପୁର, ୧୬।୬(ବିଦ୍ୟାଧର ସାହୁ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରଜ ପର୍ବ ଉପଲକ୍ଷେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଏକ ୬-ଓଭର…

ରକ୍ତଦାନରେ ଉଲ୍ଲେଖନୀୟ ଅବଦାନ: ଜାତୀୟ ସ୍ତରରେ ସମ୍ମାନିତ ହେଲା ବରଗଡ଼ର ‘ନିଷ୍ଠା ପରିବାର’

ବରଗଡ଼, ୧୬ ଜୁନ୍ (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଷ୍ଠା ପରିବାର’ ପାଇଁ ଏକ ଗର୍ବର ବିଷୟ । ମଙ୍ଗଳବାର ଦିନ ଗୁଜରାଟର ଅହମଦାବାଦଠାରେ…

ଜୁନ୍ ୧୯ରୁ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ପ୍ରସିଦ୍ଧ ଯାତ୍ରା: ଖଣି ଖନନ ବିରୋଧରେ ବଜ୍ର ଶପଥ ନେବେ ହଜାର ହଜାର…

ଥୁଆମୂଳ ରାମପୁର,  ୧୬।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟ ପାର୍ଶ୍ୱ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ଆସନ୍ତା ଜୁନ୍ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri