Categories: ଗଞ୍ଜାମ

ନାବାଳିକାଙ୍କୁ ବଳାତ୍କାର କରି ଜଣେ ଗିରଫ

ହିଞ୍ଜିଳିକାଟୁ,୨୨ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଘଟଣା ନେଇ ବୁଧବାର ହିଞ୍ଜିଳି ଥାନାରେ ନାବାଳିକାଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଥାନାରେ ଏକ ବଳାତ୍କାର ମାମଲା ରୁଜୁ ହୋଇ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଛି। ଅଭିଯୁକ୍ତ ବଳରାମ ସାହୁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ଅଭିମନ୍ୟୁ ଦାସଙ୍କ ଠାରୁ ପ୍ରକାଶ।