ଅଭିଷେକଙ୍କ ସାମ୍ନାରେ ଐଶ୍ୱର୍ଯ୍ୟାଙ୍କୁ ପ୍ରପୋଜ୍‌ କଲେ ଜଣେ ବ୍ୟକ୍ତି: ସ୍ବାମୀ ଦେଲେ ଏମିତି ଉତ୍ତର

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ସୁପୁତ୍ର ଅଭିଷେକ ଶାନ୍ତ ଏବଂ ସରଳ ବ୍ୟକ୍ତିତ୍ୱ ଭାବରେ ଜଣାଶୁଣା। ସେ ଏକ ସରଳ ଜୀବନଯାପନ କରନ୍ତି। ସେ ଅନାବଶ୍ୟକ ଆଲୋଚନାରୁ ଦୂରେଇ ରୁହନ୍ତି। କିନ୍ତୁ ଏସବୁ ସତ୍ତ୍ୱେ, ବେଳେବେଳେ ସେ ଚର୍ଚ୍ଚାକୁ ଆସିଥାନ୍ତି। ଥରେ ଜଣେ ପ୍ରଶଂସକ ଅଭିଷେକଙ୍କ ସାମ୍ନାରେ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ଅଭିଷେକ ଏହା ଉପରେ ଏକ ଜବରଦସ୍ତ ପ୍ରତିକ୍ରିୟା ଦେଇଥିବାବେଳେ ଐଶ୍ୱର୍ଯ୍ୟା ହସୁଥିବା ଦେଖିବାକୁ ମିଳିଥିଲା। ଉଭୟଙ୍କ ଏହି ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ପୁରୁଣା ଭିଡିଓଟି ୨୦୧୦ କାନ୍ସ ଫିଲ୍ମ ଫେଷ୍ଟିଭାଲର ଥିଲା। ସେହି ସମୟରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ରେଡ କାର୍ପେଟରେ ଏକାଠି ପ୍ରବେଶ କରିଥିଲେ। ଦୁହେଁ ସେମାନଙ୍କ ପ୍ରଶଂସକଙ୍କ ସହ ସାକ୍ଷାତ କରୁଥିଲେ, ତା’ପରେ ଜଣେ ପ୍ରଶଂସକଙ୍କ ଉଭୟଙ୍କ ହାତରେ ଧରିଥିବା ଏକ କାର୍ଡ ଦେଖାଇଥିଲେ। ଯେଉଁଥିରେ ‘ମ୍ୟାରି ମି ଐଶ୍ୱର୍ଯ୍ୟା’ ଲେଖା ଥିଲ। ଐଶ ଏବଂ ଅଭିଷେକଙ୍କ ଧ୍ୟାନ ମଧ୍ୟ ସେହି ବ୍ୟକ୍ତିଙ୍କ ନିକଟକୁ ଯାଇଥିଲା। ଏହି ସମୟରେ, ଐଶ୍ୱର୍ଯ୍ୟା ଦୂରରୁ ସେହି ପ୍ରଶଂସକଙ୍କୁ ହେଲୋ କହି ହସନ୍ତି। ଏଥି ସହିତ ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ସୂଚାଇ କହିଥିଲେ ଯେ ସେ ମୋତେ ବିବାହ କରିଛନ୍ତି କହି ହସନ୍ତି। ଅଭିଷେକଙ୍କ ଏହି ପ୍ରତିକ୍ରିୟାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ଏବଂ ଲୋକମାନେ ଉଭୟଙ୍କ ଯୋଡିକୁ ପସନ୍ଦ ମଧ୍ୟ କରନ୍ତି। ୨୦୦୭ରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବିବାହ କରିଥିଲେ। ଉଭୟଙ୍କ ଏକ ଝିଅ ମଧ୍ୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri