ମାଟିର ମଣିଷ ଅଶ୍ରୁମୋଚନ

ପିଲାଟି ଦିନରୁ ଘାରି ଥିଲା ଅଭିନୟର ନିଶା: କେନ୍ଦୁଝର ଜିଲାର ଓରାଳିରେ ମୋ ଗାଁ। ବାପା ଆନନ୍ଦପୁରରେ ଓକିଲାତି କରୁଥିଲେ। ଜେଜେ ମଧ୍ୟ ରାଜାଙ୍କ ଓକିଲ ଥିଲେ। ଆନନ୍ଦପୁରରେ ଆମର ଏକ ଘର ଅଛି। ସେଇଠି ଆମର ପାଠପଢା ହୋଇଛି। ତେବେ ପିଲାଟି ଦିନରୁ ମୋର ଅଭିନୟର ନିଶା ଥିଲା। ଗାଁରେ ଗଣେଶ ଗୀତିନାଟ୍ୟରେ ଅଭିନୟ କରିବା ସହ ପ୍ରତିବର୍ଷ ସରସ୍ବତୀ ପୂଜାରେ ଆମ ପରିବାର ସଦସ୍ୟଙ୍କ ଦ୍ୱାରା ମଞ୍ଚସ୍ଥ ହେଉଥିବା ଡ୍ରାମାରେ ବି ଅଭିନୟ କରୁଥିଲି। ଆଉ ଅଭିନୟର ନିଶା ଏତେ ଥିଲା ଯେ, ପଢାରେ ମନ ଲାଗୁ ନ ଥିଲା। ସେଥିପାଇଁ ବଡ ଭାଇ ମତେ ପଢିବା ପାଇଁ ଖଡଗପୁର ନେଇଯାଇଥିଲେ। ସେଠି ମୁଁ ମାଟ୍ରିକ ପାସ୍‌ କଲି। ତା’ପରେ ଫେରି ଆସି ଆନନ୍ଦପୁର କଲେଜରେ ପଢିଲି। ସେତେବେଳେ କାହିଁକି କେଜାଣି ଏୟାରଫୋର୍ସରେ ଚାକିରି କରିବାକୁ ମୋର ଭାରି ଇଛା ଥିଲା। ତେଣୁ ଭୁବନେଶ୍ୱର ଯାଇ ଇଣ୍ଟରଭ୍ୟୁ ଦେଇଥିଲି। ସେଇଦିନ ଜାଣିବାକୁ ପାଇଲି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଡ୍ରାମା ବିଭାଗରେ ବି ଇଣ୍ଟରଭ୍ୟୁ ଅଛି। ଅଭିନେତା ହେବାର ଯୋଉ ଇଛା ପିଲାଟି ଦିନରୁ ଥିଲା ସେଇଟା ପୁଣିଥରେ ଉଜାଗର ହେଇଗଲା। ଆଉ ସେ ଇଣ୍ଟରଭ୍ୟୁ ବି ଦେଲି। ଭାଗ୍ୟକୁ ଉଭୟ ଇଣ୍ଟରଭ୍ୟୁରେ ସଫଳ ହେଲି। କିନ୍ତୁ ଶେଷରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଲି। ଧୀରେ ଧୀରେ ଶତାବ୍ଦିର କଳାକାରଙ୍କ ସହ ସାମିଲ ହେଲି। ଆଉ ବଡ଼ ବଡ଼ କଳାକାର ଯେମିତିକି ଅସୀମ ବସୁ, ଧୀର ମଲ୍ଲିକ, ହର ପଟ୍ଟନାୟକ, ବାଞ୍ଛାନିଧି ପଟ୍ଟନାୟକ ଆଦିଙ୍କ ସଂସ୍ପର୍ଶରେ ଆସିଲି। ସେମାନଙ୍କ ପ୍ରେରଣା ଓ ସହଯୋଗରେ ମୋର ନାଟକରେ ଅଭିନୟର ଧାରା ଆଗେଇଲା।
ସିନେମା ମୁହଁା: ସେତେବେଳେ ଥିଏଟର୍‌ର ଏତେଟା ପ୍ରାଧାନ୍ୟ ନ ଥିଲା। ସରକାରୀ ପ୍ରୋତ୍ସାହନ ବି ନ ଥିଲା। କେବଳ କେତେଜଣ ଚାକିରିଆଙ୍କ ଅର୍ଥିକ ସହାୟତା ପାଇଁ ନାଟକ ହୋଇପାରୁଥିଲା। ତେଣୁ ଚାକିରିଆ ଲୋକ ଅଧିକ ଥିଏଟର କରିବାର ସୁଯୋଗ ପାଉଥିଲେ। ହେଲେ ତାଲିମପ୍ରାପ୍ତ କଳାକାର ଥିଏଟର୍‌ କରିବାକୁ ସୁଯୋଗ ପାଉ ନ ଥିଲେ। ତେଣୁ ଆମ ଭଳି କଳାକାର ସିନେମା ମୁହାଁ ହେଲୁ।
ସଂଘର୍ଷର କଥା: ମୁଁ କୌଣସି ଅଭିନେତା ପରିବାରର ନ ଥିଲି କି ମୋର କେହି ଗଡ ଫାଦର ନ ଥିଲେ। ତେଣୁ ନିଜକୁ ନିଜେ ଆଗକୁ ବଢାଇବାକୁ ପଡୁଥିଲା। ସେଥିପାଇଁ ଯେତେବେଳେ ଯୋଉ କାମ ମିଳିଥିଲା ସବୁ କରିଛି। ପ୍ରଥମେ ବାଞ୍ଛାନିଧି ପଟ୍ଟନାୟକଙ୍କ ପାଖରେ ‘ପର ଝିଅ ଘର ଭାଙ୍ଗେନା’ ଚଳଚ୍ଚିତ୍ରରେ ଓ ତା’ପରେ ସମରେଶ ପାଲଙ୍କ ସହ ‘ନଳ ଦମୟନ୍ତୀ’ରେ ମେକ୍‌ଅପ୍‌ ଆସିଷ୍ଟାଣ୍ଟ ଭାବେ କାମ କଲି। ଏହାପରେ ଅସୀମ ବସୁଙ୍କ ସହ ‘ଛ’ ମାଣ ଆଠଗୁଣ୍ଠ’, ‘ଡୋରା’ ଆଦି ଚଳଚ୍ଚିତ୍ରରେ ଆର୍ଟ ସେକ୍ସନରେ ଛୋଟମୋଟ କାମ କଲି। ଏହାପରେ ରାଜୁ ମିଶ୍ରଙ୍କ ପାଖରେ ଆସିଷ୍ଟାଣ୍ଟ କାମ କଲି। ସେତେବେଳେ ସ୍ବର୍ଗତ ବିଜୟ ମହାନ୍ତି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଲେକ୍ଚର ଥିଲେ। ତାଙ୍କର ‘ରଙ୍ଗମଞ୍ଚ’ ନାମକ ଏକ ଥିଏଟର ଗ୍ରୁପ ଥିଲା। ଏହି ଗ୍ରୁପ୍‌ର କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ ‘ଥାଙ୍କ ୟୁ ମିଷ୍ଟର ଗ୍ଲାଡ’ ନାମକ ନାଟକରେ ମୁଁ ବି ଏକ ଚରିତ୍ରରେ ଅଭିନୟ କରିଥିଲି। ସେଇ ନାଟକକୁ ଦେଖିବା ପାଇଁ ସେଦିନ ଶ୍ରୀରାମ ପଣ୍ଡା ଆସିଥିଲେ। ମୋ ଅଭିନୟକୁ ସେ ବହୁତ ପସନ୍ଦ କରିଥିଲେ। ଆଉ ମତେ କହିଲେ, ‘ମୋ ସାଙ୍ଗରେ କାମ କରିବୁ?’। ମୁଁ ବହୁତ ଖୁସିରେ ହଁ କହିଥିଲି। ତାଙ୍କର ଆସିଷ୍ଟାଣ୍ଟଭାବେ କାମ କରିବା ସହ ଅଭିନୟ ବି କଲି। ମୋର ପ୍ରଥମ ଚଳଚ୍ଚିତ୍ର ଥିଲା ‘କୁରୁକ୍ଷେତ୍ର’। ଏହାପରେ ମୋର ଚଳଚ୍ଚିତ୍ରର ଧାରା ଚାଲିଲା। ଏବେ ଶତାଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଲିଣି। ତା’ସହ ଟିଭି ସିରିୟଲ, ଶର୍ଟ ଫିଲ୍ମ, ମ୍ୟୁଜିକ୍‌ ଭିଡିଓ ଆଦିରେ ବି ଅଭିନୟ କରିଛି।

‘ଛୋଟ ମୋର ଗାଁ’ଟି ଦେଇଥିଲା ଭିନ୍ନ ପରିଚୟ
ଅଶୋକ ବଳବନ୍ତରାୟ ମତେ ‘ଛୋଟ ମୋର ଗାଁ’ଟି କାର୍ଯ୍ୟକ୍ରମ କରିବାକୁ ଅନୁରୋଧ କରିଥିଲେ। ହେଲେ ଗାଁ ଗାଁ ବୁଲି ଦେହ ଖରାପ ହେବା ଭୟରେ ପ୍ରଥମେ କରିବାକୁ ମନା କରିଦେଇଥିଲି। ହେଲେ ବହୁତ ବାଧ୍ୟ କରିବାରୁ ପରେ ରାଜି ହେଲି। ଆଉ ପ୍ରଥମ ଏପିସୋଡ ଯେବେ ପ୍ରସାରିତ ହେଲା ଦର୍ଶକ ଏତେ ଭଲ ପାଇବା ଦେଲେ ଯେ, ଗାଁ ବୁଲିବାର କଷ୍ଟ ସବୁ ଭୁଲିଗଲି। ମୋର ମନେ ଅଛି ସେଇ ସମୟରେ ମୁଁ ‘ଗାୟତ୍ରୀ’ ନାମକ ସିରିୟଲରେ ଭିଲିଆନ୍‌ ଚରିତ୍ରରେ ଅଭିନୟ କରୁଥାଏ। ସପ୍ତାହ ସାରା ଲୋକେ ମତେ ଗାଳି ଦିଅନ୍ତି। ଫୋନ୍‌ କରି ରାଗନ୍ତି। ହେଲେ ସପ୍ତାହକୁ ଥରେ ପ୍ରସାରିତ ହେଉଥିବା ଛୋଟ ମୋର ଗାଁଟି ଦେଖିବା ପରେ ଲୋକେ ସବୁକିଛି ଭୁଲି ତାଙ୍କ ସ୍ନେହ ଅଜାଡି ଦେଉଥିଲେ।

ପ୍ରିୟ ଚରିତ୍ର: ଚକା ଆଖି ସବୁ ଦେଖୁଛି, ସାଗର ଗଙ୍ଗା, କାଶିଆ କପିଳା, ମାଗୁଣିର ଶଗଡ, ମୁକ୍ତି ମଶାଲ, ମୁଁର ମୂର୍ଚ୍ଛନା, ଦୂର ଦିଗନ୍ତେ, ଦେବ ଦାସୀ, ବିଜୁ ବାବୁ ଆଦି ଚଳଚ୍ଚିତ୍ରରେ କରିଥିବା ଚରିତ୍ର ମତେ ଆତ୍ମସନ୍ତୋଷ ଦେଇଛି।
ମୋ ଆଦର୍ଶ: ପୁରୁଣା ଗପ, ପୁରୁଣା ଚରିତ୍ରକୁ ମୁଁ ଆଦର୍ଶ ଭାବେ ଗ୍ରହଣ କରିଥାଏ। ଏହାବାଦ୍‌ ହେମନ୍ତ ଦାସ, ଦୁଃଖିରାମ ସ୍ବାଇଁ, ଅଜିତ ଦାସ, ବିଜୟ ମହାନ୍ତି ଭଳି ବିଶିଷ୍ଟ କଳାକାର ବି ମୋର ଆଦର୍ଶ ରହି ଆସିଛନ୍ତି।
ଡ୍ରିମ୍‌ ରୋଲ: ହିରୋ, ଟାଉଟର, ମାଇଚିଆଠୁ ଆରମ୍ଭ କରି ଭିଲିଆନ୍‌ ପ୍ରାୟ ସବୁ ପ୍ରକାରର ଚରିତ୍ରରେ ଅଭିନୟ କରିସାରିଲିଣି। ତେଣୁ ସେମିତି କିଛି ଡ୍ରିମ ରୋଲ୍‌ ମୋର ନାହିଁ। ତେବେ ନିର୍ଦ୍ଦେଶକ ଯଦି ମୋ’ ଦ୍ୱାରା ଭିନ୍ନ କିଛି ଚରିତ୍ର ଫୁଟେଇବାକୁ ଚାହିଁବେ ତାକୁ କରିବାକୁ ମୁଁ ଚେଷ୍ଟା କରିବି।
ଅଭିନେତା ନ ହେଇଥିଲେ: ଏୟାର ଫୋର୍ସ ଅବା ସେନା ବିଭାଗରେ ଚାକିରି କରିଥାନ୍ତି। ନହେଲେ ଚାଷୀଟିଏ ହୋଇଥାନ୍ତି।
ଅନ୍ୟ ଭାଷାଭାଷୀ ଚଳଚ୍ଚିତ୍ର: ବଙ୍ଗାଳୀ, ତାମିଲ, ଆସାମୀ, ସାନ୍ତାଳୀ ଭାଷାର ଚଳଚ୍ଚିତ୍ର କରିଛି।
ପ୍ରେମ କେବେ ହେଇଛି: (ହସି ହସି)ଆଗରୁ ମୋ ଚେହେରା ଏତେଟା ଖାସ୍‌ ନ ଥିଲା। ପତଳା ସାବନା ଶରୀରକୁ କୁଞ୍ଚୁ କୁଞ୍ଚତ୍ଆ ଝାମ୍ପୁରା କେଶ। ଏମିତିରେ କୋଉ ଝିଅ ପସନ୍ଦ କରିବ। ତେବେ ଯଦି ବି କିଏ ପସନ୍ଦ କରୁଥିଲା, ଟଙ୍କା ଖର୍ଚ୍ଚ ହେବା ଭୟରେ ଦୂରେଇ ରହୁଥିଲୁ। ପରେ ଘରଲୋକେ ପାଟପୁରର ଝିଅ
ନୟନାଙ୍କ ସହ ମୋର ବାହାଘର ଠିକ କଲେ।
ସ୍ତ୍ରୀ ସବୁକିଛି: ସ୍ତ୍ରୀ ନୟନା ପିଲାଙ୍କ ପାଠପଢା, ବାପାବୋଉଙ୍କ ଯତ୍ନ ସହ ଘର ଚଳାଇବା ଆଦି ସବୁକିଛିର ଦାୟିତ୍ୱ ତୁଲାଇ ଆସିଛନ୍ତି। ତେଣୁ ସେ ହିଁ ମୋ ପାଇଁ ସବୁକିଛି।
ମୋ ପିଲାମାନେ ବହୁତ ଆଡଜଷ୍ଟିଭ: ମୋ ପିଲାମାନେ କେବେ କିଛି ଡିମାଣ୍ଡ କରି ନାହାନ୍ତି। ସବୁଥିରେ ଆଡଜଷ୍ଟ କରି ନିଅନ୍ତି। ପୁଅ ଆଶୀର୍ବାଦ ଏବେ ଓଜେଏସ୍‌ ପାଇଁ ପ୍ରସ୍ତୁତ ହେଉଛି। ଆଉ ଝିଅ ଆଶ୍ରିତା ସାଇକୋଲୋଜିରେ ପିଜି କରୁଛି।
ଖୁସିର ମୁହୂର୍ତ୍ତ: ମୋ ବାହାଘର।
ଦୁଃଖର ମୁହୂର୍ତ୍ତ: ବାପା ବୋଉ ଚାଲିଯିବା।
ଅବସରରେ: ବହିପଢିବା, ଗଛ ଲଗାଇବାକୁ ପସନ୍ଦ କରେ।
ପ୍ରିୟ ଖାଦ୍ୟ: ପଖାଳ ଭାତକୁ ଚୁନା ମାଛ, ଗରମ ଭାତରେ ଖୀର ଓ ଚକୁଳି ପିଠା ମୋର ଭାରି ପ୍ରିୟ।
ଇଛା ଅଛି: ନ୍ୟାଶନାଲ ଆଓ୍ବାର୍ଡ ପାଇବାର ଇଛା ଅଛି। -ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?