୩ ମହିଳାଙ୍କ ଜଣେ ସ୍ବାମୀ

ଭବାନୀପାଟଣା,୧୮।୪(ସ୍ବ.ପ୍ର): ସ୍ବାମୀ ଜଣେ, ସ୍ତ୍ରୀ ତିନୋଟି। ଫିଲ୍ମ ଷ୍ଟାଇଲରେ ପ୍ରେମ। କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଏପରି ଏକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲା ଭବାନୀପାଟଣାରେ। ଏଠିକାର ଜଣେ ବ୍ୟକ୍ତି ୩ ମହିଳାଙ୍କୁ ଠକି ବିବାହ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସୋମବାର ୩ମହିଳା ଭବାନୀପାଟଣା ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତେବେ ଏହାକୁ ନେଇ ସେମାନେ ଏତଲା ଦେଇ ନ ଥିବାବେଳେ ସେଥିମଧ୍ୟରୁ ଜଣେ ମହିଳା ଗତ କିଛି ମାସ ତଳେ ଏତଲା ଦେଇଥିବା ଥାନାଧିକାରୀ ପ୍ରଦୀପ ଧରୁଆଙ୍କ ଠାରୁ ଜଣାପଡିଛି। ସେହିପରି ରିପୋର୍ଟ ଦେଲା ପରେ ଏହାର ପଦକ୍ଷେପ ନିଆଯିବ ବୋଲି କହିଥିଲେ।