ବହୁ ସରକାରୀ ଜମି ଜବରଦଖଲ

ଭୁବନେଶ୍ୱର, ୨।୧୧ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବହୁ ସରକାରୀ ଜମି ଜବରଦଖଲରେ ରହିଛି। ଜମି ମାଫିଆଙ୍କ ଠାରୁ ସାଧାରଣଲୋକ ସରକାରୀ ଜମି ଉପରେ ଘର କରିବା ସହ ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରୁଛନ୍ତି। ଅନେକ ସ୍ଥାନରେ ବସ୍ତି ମଧ୍ୟ ଗଢ଼ିଉଠୁଛି। ବର୍ଷ ବର୍ଷ ଧରି ଏମାନେ ସରକାରଙ୍କ ବିନା ଅନୁମତିରେ ମୂଲ୍ୟବାନ ଜମିକୁ ନିଜ ଆୟତ୍ତରେ ରଖୁଛନ୍ତି। ତେଣୁ ଅନେକ ସମୟରେ ସରକାରଙ୍କ ପକ୍ଷରୁ ଉନ୍ନୟନମୂଳକ ପ୍ରକଳ୍ପ କରିବାରେ ବାଧା ସୃଷ୍ଟି ହେଉଛି। ପ୍ରଶାସନ ପକ୍ଷରୁ ଏହି ଜବରଦଖଲଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ଏବେ ଜୋର୍‌ଦାର ପ୍ରୟାସ ଚାଲିଛି। ଜଏଣ୍ଟ ଏଭିକ୍ସନ୍‌ ପ୍ରୋଗ୍ରାମ୍‌ ଅଫ୍‌ ସେଣ୍ଟ୍ରାଲ ଏନ୍‌ଫୋର୍ସମେଣ୍ଟ ମନିଟରିଂ କମିଟି (ସିଇଏମ୍‌ସି) ପ୍ରୋଗ୍ରାମ ଅଧୀନରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି। ଚଳିତ ମାସରେ ୨୩ଟି ସ୍ଥାନରୁ ଜବରଦଖଲ ହଟାଯିବ ବୋଲି ସୂଚନା ମିଳିଛି। ଏଥିରୁ ରାଜଧାନୀର ବହୁ ଅଞ୍ଚଳ ଜବରଦଖଲକାରୀଙ୍କ କବ୍‌ଜାରେ ରହିଥିବା ସ୍ପଷ୍ଟ ହୋଇଛି।
ନଭେମ୍ବର ୧ରେ ଖଣ୍ଡଗିରି ଥାନା ଅଧୀନରେ ଥିବା ପ୍ଲଟ୍‌ ନଂ ୭୪୮, ଖାତା ନଂ ୫୧୯ରୁ ଜବରଦଖଲ ହଟାଯାଇଛି। ୨ତାରିଖରେ ଏୟାରପୋର୍ଟ ଓ କ୍ୟାପିଟାଲ ଥାନା ଅନ୍ତର୍ଗତ ଭୀମପୁର ମୌଜାର ୩ଟି ସ୍ଥାନରେ ଉଚ୍ଛେଦ କରାଯିବ। ସେହିପରି ୩ ତାରିଖରେ ପାହାଳ ଥାନା ଅନ୍ତର୍ଗତ ହଂସପାଳଠାରେ, ୪ରେ ଖଣ୍ଡଗିରି ଓ ଭରତପୁର ଥାନା ଅଧୀନ ୪ଟି ସ୍ଥାନରୁ, ୫ରେ ଧଉଳି ଥାନା ଅନ୍ତର୍ଗତ ଏନ୍‌ଏଚ୍‌-୨୦୩ ଠାରୁ ଲିଙ୍ଗିପୁର ଅଞ୍ଚଳ, ୭ରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ୪ଟି ଅଞ୍ଚଳ, ୯ରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ୩ଟି ଅଞ୍ଚଳ, ୧୦ରେ ଖଣ୍ଡଗିରି ଓ ଭରତପୁର ଥାନ୍ତା ଅନ୍ତର୍ଗତ କସ୍‌ମୋପଲିସ ଛକଠାରୁ ଡିଏନ୍‌ ରେଗାଲିଆ ମଲ୍‌ ଏବଂ ରେଗାଲିଆଠାରୁ ଆଇଗିଣିଆ ଛକର ଉଭୟ ପାର୍ଶ୍ୱ ରାସ୍ତା, ଆଇଗିଣିଆ ମୌଜା, ୧୧ରେ କ୍ୟାପିଟାଲ ଥାନା ଅନ୍ତର୍ଗତ ସୂର୍ଯ୍ୟନଗର, ୧୪ରେ ଶହୀଦ ନଗର ଥାନା ଅନ୍ତର୍ଗତ ୩ଟି ସ୍ଥାନରେ ଉଚ୍ଛେଦ ହେବ। ୧୫ ତାରିଖରେ ଭରତପୁର ଥାନା ଅଧୀନ ୩ଟି ସ୍ଥାନ, ୧୬ରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ପାଇକ ନଗର ମୌଜା ଏବଂ ନୟାପଲ୍ଲୀ, ୧୩ରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ୩ଟି ସ୍ଥାନ, ୧୮ରେ ବଡ଼ଗଡ଼ ଥାନା ଅନ୍ତର୍ଗତ ୨ଟି ଅଞ୍ଚଳ, ୧୯ରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ୨ଟି ଅଞ୍ଚଳ, ୨୧ରେ ଖାରବେଳ ଥାନା ଅନ୍ତର୍ଗତ ୨ଟି ଅଞ୍ଚଳ, ୨୨ରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ମୌଜାର ୪ଟି ଅଞ୍ଚଳ, ୨୩ରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ୨ଟି ଅଞ୍ଚଳ, ୨୪ରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଓ ଯଦୁପୁର ମୌଜାର ୩ଟି ଅଞ୍ଚଳ, ୨୫ରେ ତମାଣ୍ଡୋ ଥାନା ଅନ୍ତର୍ଗତ ସୁବୁଦ୍ଧିପୁର ମୌଜାର ପ୍ଲଟ୍‌ ନଂ ୧୧୦, ୨୮ରେ ଇନ୍‌ଫୋସିଟି ଓ ନନ୍ଦନକାନନ ଥାନା ଅନ୍ତର୍ଗତ ୨ଟି ଅଞ୍ଚଳ, ୨୯ରେ ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ମୌଜାର ୩ଟି ଅଞ୍ଚଳ ଏବଂ ୩୦ ତାରିଖରେ ମଞ୍ଚେଶ୍ୱର ଓ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଗାଡ଼କଣ ମୌଜାର ୨ଟି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କରାଯିବା ନେଇ ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri