ପାର୍ଲାମେଣ୍ଟର ଶୀତ ଅଧିବେଶନରେ ବିଜେଡି ଆଭିମୁଖ୍ୟ ଉପରେ ନଜର

ଭୁବନେଶ୍ବର, ୭।୧୨(ବ୍ୟୁରୋ): ପାର୍ଲାମେଣ୍ଟର ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ଦିଲ୍ଲୀଠାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡି ମହିଳା ସଂରକ୍ଷଣ ବିଲ୍‌ ପାସ୍‌ କରାଇବାକୁ ଦାବି କରିଥିବା ଜଣାପଡ଼ିଛି। ତେବେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଜେଡିର ପାର୍ଲାମେଣ୍ଟ ଦଳ ବୈଠକ ହୋଇନାହିଁ। ନିକଟରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଦୁଇଟି ଉପନିର୍ବାଚନରେ ବିଜେଡି ଏବଂ ଭାଜପା ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ଏପରିକି ଧାମନଗର ଉପନିର୍ବାଚନରେ ବିଜେଡିକୁ ହରାଇ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ବିଜୟୀ ହୋଇଛନ୍ତି। ଅନ୍ୟପଟେ ସୋମବାର ଶେଷ ହୋଇଥିବା ପଦ୍ମପୁର ଉପନିର୍ବାଚନରେ ମଧ୍ୟ ବିଜେଡି ଓ ଭାଜପା ଭିତରେ କଡ଼ା ମୁକାବିଲା ହୋଇଛି। ରାଜ୍ୟ ରାଜନୀତିରେ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ମୁକାବିଲା ହେଉଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦୋଷ ଲଦାଲଦି ରାଜନୀତି ଦେଖିବାକୁ ମିଳିଛି। ରାଜ୍ୟ ରାଜନୀତିରେ ଏଭଳି ସ୍ଥିତି ଦେଖିବାପରେ ପାର୍ଲାମେଣ୍ଟ ଅଧିବେଶନ ପୂର୍ବରୁ ବିଜେଡି ନିଜର ପାର୍ଲାମେଣ୍ଟ ଦଳ ବୈଠକ କରି ନିର୍ଦ୍ଦିଷ୍ଟ କେତେକ ରାଜ୍ୟ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନାକରି କେନ୍ଦ୍ରକୁ ଟାର୍ଗେଟ କରିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ରଖିଥିଲେ। ହେଲେ ଏଭଳି ନ ହୋଇ ବିଜେଡିର ଉଭୟ ରାଜ୍ୟ ସଭା ଏବଂ ଲୋକ ସଭା ସଦସ୍ୟମାନଙ୍କୁ ଚିଠି ଜରିଆରେ କେଉଁସବୁ ପ୍ରସଙ୍ଗ ଗୃହରେ ଉଠାଯିବ ସେନେଇ କୁହାଯାଇଥିବା ଜଣାପଡ଼ିଛି। ତେବେ ରାଜ୍ୟ ସଭା ସଦସ୍ୟା ସୁଲତା ଦେଓଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି, ବୁଧବାର ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଦଳୀୟ ସଦସ୍ୟଙ୍କ ପ୍ରକୋଷ୍ଠରେ ଏନେଇ ଆଲୋଚନା ହୋଇପାରେ। ଏ ପର୍ଯ୍ୟନ୍ତ କେଉଁସବୁ ପ୍ରସଙ୍ଗ ଉଠାଯିବ ସେନେଇ କିଛି ସୂଚନା ଆସିନାହିଁ। ଅଧିବେଶନ ଆରମ୍ଭ ପୂର୍ବରୁ ଜଣାଇପାରନ୍ତି ବୋଲି ସେ କହିଛନ୍ତି। ତେବେ ବିଜେଡି ଲୋକ ସଭା ଦଳ ନେତା ପିନାକୀ ମିଶ୍ର କହିଛନ୍ତି, ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି। ଏହା ବିଜେଡିର ପୁରୁଣା ଦାବି। ମହିଳାଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗକୁ ବିଜେଡି ଆଗାମୀ ଶୀତ ଅଧିବେଶନରେ ଉଠାଇ ବିଲ୍‌ ପାସ୍‌ କରାଇବା ପାଇଁ ଦାବି ରଖିବ। ପଦ୍ମପୁର ଏବଂ ଧାମନଗର ଉପନିର୍ବାଚନ ସମୟରେ ବିଜେଡି ଏକାଧିକ ପ୍ରସଙ୍ଗରେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବହେଳା କରୁଥିବାର ଅଭିଯୋଗ କରିଛିି। ପଦ୍ମପୁର ଉପନିର୍ବାଚନ ସମୟରେ ଫସଲ ବୀମା ରାଶି କେନ୍ଦ୍ର ସରକାରଙ୍କ ଯୋଗୁ ଚାଷୀଙ୍କୁ ନ ମିଳିବା, ପଦ୍ମପୁରକୁ ରେଳଲାଇନ କରିବାକୁ ପ୍ରତିଶ୍ରୁତି ଦେଇ ତାହା ପାଳନ ନ କରିବା ସହ ଆହୁରି କେତେକ କଥାରେ ଭାରତ ସରକାରଙ୍କ ଆଡ଼କୁ ଶାସକ ବିଜେଡି ଅଙ୍ଗୁଳି ଉଠାଇଥିଲା। କେବଳ ସେତିକି ନୁହେଁ, ବିଗତ ଦିନରେ କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ଯୋଗୁ ଦେଶରେ ଶତାଧିକ ଚାଷୀ ମୃତ୍ୟୁବରଣ କରିଥିବାର ଗୁରୁତର ଅଭିଯୋଗ ମଧ୍ୟ ବିଜେଡି କେନ୍ଦ୍ର ମୁଣ୍ଡରେ ଲଦିଥିଲା। ହେଲେ ଏଭଳି ସମୟରେ ପାର୍ଲାମେଣ୍ଟରେ କେଉଁ ପ୍ରସଙ୍ଗ ବିଜେଡି ଉଠାଇବ ସେନେଇ ଦଳୀୟ ଏମ୍‌ପିଙ୍କୁ ଜଣା ନ ଥିବା ବିଷୟ ଆଶ୍ଚର୍ଯ୍ୟ କରିବା ଭଳି ହୋଇଛି। ରାଜ୍ୟ ସଭା ସଦସ୍ୟ ପ୍ରଶାନ୍ତ ନନ୍ଦ କହିଛନ୍ତି, ଯେଉଁ ପ୍ରସଙ୍ଗ ନେଇ ବିଜେଡି ଦୀର୍ଘଦିନ ହେଲା ଦାବି କରିଆସୁଛି, ତାହା ପୂରଣ ହୋଇନାହିଁ ସେସବୁ କଥା ପାର୍ଲାମେଣ୍ଟରେ ଉଠିବ। ଯେପରିକି ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ୍‌ ଘୋଷଣା, ବିଧାନ ପରିଷଦ ବିଲ୍‌ ଆଣିବା ଆଦି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବ। ବୁଧବାର ଅଧିବେଶନ ଆରମ୍ଭ ପୂର୍ବରୁ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି। ତେଣୁ ଜଣେ ରାଜନୈତିକ ବିଶ୍ଲେଷକଙ୍କ କହିବାନୁଯାୟୀ, ଉପନିର୍ବାଚନ ସମୟରେ ବିଜେଡି ଯେଉଁଭଳି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିଲା ପାର୍ଲାମେଣ୍ଟରେ କ’ଣ ରହିବ ତାହା ଦେଖିବାକୁ ବାକି ରହିଲା । ବିଜେଡି ତା’ର ଆଭିମୁଖ୍ୟ ଦେଖିବାପରେ ହିଁ ବିଜେଡି ଏବଂ ଭାଜପା ମଧ୍ୟରେ ଚାଲିଥିବା ଲଢ଼େଇର ପ୍ରକୃତ ଉଦ୍ଦେଶ୍ୟ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?