ପାର୍ଲାମେଣ୍ଟର ଶୀତ ଅଧିବେଶନରେ ବିଜେଡି ଆଭିମୁଖ୍ୟ ଉପରେ ନଜର

ଭୁବନେଶ୍ବର, ୭।୧୨(ବ୍ୟୁରୋ): ପାର୍ଲାମେଣ୍ଟର ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ଦିଲ୍ଲୀଠାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡି ମହିଳା ସଂରକ୍ଷଣ ବିଲ୍‌ ପାସ୍‌ କରାଇବାକୁ ଦାବି କରିଥିବା ଜଣାପଡ଼ିଛି। ତେବେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଜେଡିର ପାର୍ଲାମେଣ୍ଟ ଦଳ ବୈଠକ ହୋଇନାହିଁ। ନିକଟରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଦୁଇଟି ଉପନିର୍ବାଚନରେ ବିଜେଡି ଏବଂ ଭାଜପା ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ଏପରିକି ଧାମନଗର ଉପନିର୍ବାଚନରେ ବିଜେଡିକୁ ହରାଇ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ବିଜୟୀ ହୋଇଛନ୍ତି। ଅନ୍ୟପଟେ ସୋମବାର ଶେଷ ହୋଇଥିବା ପଦ୍ମପୁର ଉପନିର୍ବାଚନରେ ମଧ୍ୟ ବିଜେଡି ଓ ଭାଜପା ଭିତରେ କଡ଼ା ମୁକାବିଲା ହୋଇଛି। ରାଜ୍ୟ ରାଜନୀତିରେ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ମୁକାବିଲା ହେଉଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦୋଷ ଲଦାଲଦି ରାଜନୀତି ଦେଖିବାକୁ ମିଳିଛି। ରାଜ୍ୟ ରାଜନୀତିରେ ଏଭଳି ସ୍ଥିତି ଦେଖିବାପରେ ପାର୍ଲାମେଣ୍ଟ ଅଧିବେଶନ ପୂର୍ବରୁ ବିଜେଡି ନିଜର ପାର୍ଲାମେଣ୍ଟ ଦଳ ବୈଠକ କରି ନିର୍ଦ୍ଦିଷ୍ଟ କେତେକ ରାଜ୍ୟ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନାକରି କେନ୍ଦ୍ରକୁ ଟାର୍ଗେଟ କରିବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ରଖିଥିଲେ। ହେଲେ ଏଭଳି ନ ହୋଇ ବିଜେଡିର ଉଭୟ ରାଜ୍ୟ ସଭା ଏବଂ ଲୋକ ସଭା ସଦସ୍ୟମାନଙ୍କୁ ଚିଠି ଜରିଆରେ କେଉଁସବୁ ପ୍ରସଙ୍ଗ ଗୃହରେ ଉଠାଯିବ ସେନେଇ କୁହାଯାଇଥିବା ଜଣାପଡ଼ିଛି। ତେବେ ରାଜ୍ୟ ସଭା ସଦସ୍ୟା ସୁଲତା ଦେଓଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି, ବୁଧବାର ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଦଳୀୟ ସଦସ୍ୟଙ୍କ ପ୍ରକୋଷ୍ଠରେ ଏନେଇ ଆଲୋଚନା ହୋଇପାରେ। ଏ ପର୍ଯ୍ୟନ୍ତ କେଉଁସବୁ ପ୍ରସଙ୍ଗ ଉଠାଯିବ ସେନେଇ କିଛି ସୂଚନା ଆସିନାହିଁ। ଅଧିବେଶନ ଆରମ୍ଭ ପୂର୍ବରୁ ଜଣାଇପାରନ୍ତି ବୋଲି ସେ କହିଛନ୍ତି। ତେବେ ବିଜେଡି ଲୋକ ସଭା ଦଳ ନେତା ପିନାକୀ ମିଶ୍ର କହିଛନ୍ତି, ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି। ଏହା ବିଜେଡିର ପୁରୁଣା ଦାବି। ମହିଳାଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗକୁ ବିଜେଡି ଆଗାମୀ ଶୀତ ଅଧିବେଶନରେ ଉଠାଇ ବିଲ୍‌ ପାସ୍‌ କରାଇବା ପାଇଁ ଦାବି ରଖିବ। ପଦ୍ମପୁର ଏବଂ ଧାମନଗର ଉପନିର୍ବାଚନ ସମୟରେ ବିଜେଡି ଏକାଧିକ ପ୍ରସଙ୍ଗରେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବହେଳା କରୁଥିବାର ଅଭିଯୋଗ କରିଛିି। ପଦ୍ମପୁର ଉପନିର୍ବାଚନ ସମୟରେ ଫସଲ ବୀମା ରାଶି କେନ୍ଦ୍ର ସରକାରଙ୍କ ଯୋଗୁ ଚାଷୀଙ୍କୁ ନ ମିଳିବା, ପଦ୍ମପୁରକୁ ରେଳଲାଇନ କରିବାକୁ ପ୍ରତିଶ୍ରୁତି ଦେଇ ତାହା ପାଳନ ନ କରିବା ସହ ଆହୁରି କେତେକ କଥାରେ ଭାରତ ସରକାରଙ୍କ ଆଡ଼କୁ ଶାସକ ବିଜେଡି ଅଙ୍ଗୁଳି ଉଠାଇଥିଲା। କେବଳ ସେତିକି ନୁହେଁ, ବିଗତ ଦିନରେ କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ଯୋଗୁ ଦେଶରେ ଶତାଧିକ ଚାଷୀ ମୃତ୍ୟୁବରଣ କରିଥିବାର ଗୁରୁତର ଅଭିଯୋଗ ମଧ୍ୟ ବିଜେଡି କେନ୍ଦ୍ର ମୁଣ୍ଡରେ ଲଦିଥିଲା। ହେଲେ ଏଭଳି ସମୟରେ ପାର୍ଲାମେଣ୍ଟରେ କେଉଁ ପ୍ରସଙ୍ଗ ବିଜେଡି ଉଠାଇବ ସେନେଇ ଦଳୀୟ ଏମ୍‌ପିଙ୍କୁ ଜଣା ନ ଥିବା ବିଷୟ ଆଶ୍ଚର୍ଯ୍ୟ କରିବା ଭଳି ହୋଇଛି। ରାଜ୍ୟ ସଭା ସଦସ୍ୟ ପ୍ରଶାନ୍ତ ନନ୍ଦ କହିଛନ୍ତି, ଯେଉଁ ପ୍ରସଙ୍ଗ ନେଇ ବିଜେଡି ଦୀର୍ଘଦିନ ହେଲା ଦାବି କରିଆସୁଛି, ତାହା ପୂରଣ ହୋଇନାହିଁ ସେସବୁ କଥା ପାର୍ଲାମେଣ୍ଟରେ ଉଠିବ। ଯେପରିକି ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ୍‌ ଘୋଷଣା, ବିଧାନ ପରିଷଦ ବିଲ୍‌ ଆଣିବା ଆଦି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବ। ବୁଧବାର ଅଧିବେଶନ ଆରମ୍ଭ ପୂର୍ବରୁ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି। ତେଣୁ ଜଣେ ରାଜନୈତିକ ବିଶ୍ଲେଷକଙ୍କ କହିବାନୁଯାୟୀ, ଉପନିର୍ବାଚନ ସମୟରେ ବିଜେଡି ଯେଉଁଭଳି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିଲା ପାର୍ଲାମେଣ୍ଟରେ କ’ଣ ରହିବ ତାହା ଦେଖିବାକୁ ବାକି ରହିଲା । ବିଜେଡି ତା’ର ଆଭିମୁଖ୍ୟ ଦେଖିବାପରେ ହିଁ ବିଜେଡି ଏବଂ ଭାଜପା ମଧ୍ୟରେ ଚାଲିଥିବା ଲଢ଼େଇର ପ୍ରକୃତ ଉଦ୍ଦେଶ୍ୟ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri