ବାଲେଶ୍ବରରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର

ବାଲେଶ୍ୱର ଅଫିସ,୧୧।୧୦: ବାଲେଶ୍ବରରେ ବଜ୍ରପାତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ । ବଜ୍ରପାତରେ ଅନେକ ଜୀବନ ଯାଉଥିବାରୁ ଲାଇଟେନିଂ ରିସର୍ଚ୍ଚି ସେଣ୍ଟରରେ ସଠିକ ପୂର୍ବ ସୂଚନା ଦିଆଯାଇପାରିବ ବୋଲି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଜୁନ୍‌ ଦିତୀୟ ସପ୍ତାହ ପରେ ବର୍ଷାର ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ଗତ ସାତ ଦିନ ହେବ ଭଲ ବର୍ଷା ହୋଇଛି । ସାମାନ୍ୟ ପରିମାଣ ଠାରୁ ୨୨ ପ୍ରତିଶତ ଅଧିକ ବର୍ଷା ହୋଇଛି । ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ପରେ ୧୪ ତାରିଖ ପାଖାପାଖି ପୁଣି ଉତ୍ତର ବଙ୍ଗୋପସାଗର ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୭ ଦିନ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟ କିମ୍ବା ସାମାନ୍ୟ ଠାରୁ ଅଧିକ ବର୍ଷା ହେବା ସହ ଅଳ୍ପ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ବାଲେଶ୍ବରର ଫକୀରମୋହନ ବିଶ୍ବ ବିଦ୍ୟାଳୟରେ ସୋମବାର ମହାପାତ୍ରଙ୍କୁ ବ୍ୟାସ ଗୌରବ ସମ୍ମାନ ୨୦୨୨ରେ ସମ୍ମାନିତ କରାଯାଇଛି । ଏଥିରେ ଯୋଗ ଦେଇ ସେ ଏହିପରି କହିଛନ୍ତି।