ନେତାଙ୍କୁ ଅଡୁଆ ଅଧାପନ୍ତରିଆ କାମ

ଯାଜପୁର,୧୭ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନ ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ରଖି ବିଜୁ ସେତୁ ଯୋଜନା ଏବଂ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ହେଲେ କେତେକ ସ୍ଥାନରେ ବିଭାଗ ସହିତ ଚୁକ୍ତି ହେବାର ୩ ରୁ ୪ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ଏପରି କି କେତେକ ପ୍ରକଳ୍ପ ଆରମ୍ଭ ହୋଇଛି ସତ ହେଲେ ୫ ବର୍ଷ ପରେ ଶେଷ ହେବାର ନାଁ ଧରୁନାହିଁ। ଏହିକ୍ରମରେ ସଂପୃକ୍ତ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ସହ ସେତୁ ଓ ରାସ୍ତା କାର୍ଯ୍ୟ ନ ସରିବାର କାରଣ ଦୁର୍ବଳ ନେତୃତ୍ୱ ଓ ଠିକାଦାରୀ ରାଜନୀତିକୁ ଦାୟୀ କରୁଛନ୍ତି। ଏଥିଯୋଗୁ ଚଳିତ ନିର୍ବାଚନରେ ସଂପୃକ୍ତ ପ୍ରାର୍ଥୀମାନେ ପ୍ରଚାର ପାଇଁ ଯାଉଥିବାବେଳେ ସେମାନେ ସମ୍ପୃକ୍ତ ଗ୍ରାମବାସୀଙ୍କ ରୋଷର ଶିକାର ହେଉଛନ୍ତି। ଏହି କ୍ରମରେ ନିର୍ବାଚନରେ ସେମାନେ ଅଡୁଆ ପରିସ୍ଥିତିର ସମ୍ମଖୀନ ହେବାର ଆଶଙ୍କା ପ୍ରକାଶ ପାଇଛି।
୨୦୧୭ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ଜିଲାର ବହୁ ସ୍ଥାନରେ ଝୁଣ୍ଟିଥିବା ଦେଖିବାକୁ ମିଳିଥିଲା। ଏଠାରେ ଦଳୀୟ ଚିହ୍ନରେ ନିର୍ବାଚନ ହେଉଥିବା ୩୯ ଜିଲା ପରିଷଦର ଆସନରୁ ଭାଜପା ହାତକୁ ୬ ଯାଇଥିଲା। ଏହାପରେ ପ୍ରଶାସନିକ ସଂସ୍କାର ଦିଗରେ ବିଶେଷ ଗୁରୁତ୍ୱ ଦେଇ ସରକାଳୀ କଳର ଦୁର୍ବଳତା ସମ୍ପର୍କରେ ସମୀକ୍ଷା ହୋଇଥିଲା। ସରକାରୀ କଳରେ ଦୁର୍ନୀତି, ଦଳଗତ ବିଫଳତା ଓ ଟେକ୍ନୋଲୋଜିରେ ପଛୁଆ ନୀତି ହିଁ ସରକାରଙ୍କୁ କ୍ରମଶଃ ଅପ୍ରିୟ କରୁଥିବା ଜଣାପଡିଥିଲା। ଏହାପରେ ସରକାର ଅନୁଷ୍ଠିତ ଜିଲାପାଳ ସମ୍ମିଳନୀରେ ୩-ଟି ଅର୍ଥାତ୍‌ ଟିମ୍‌ଓ୍ବାର୍କ, ଟେକ୍ନୋଲୋଜି ଓ ଟ୍ରାନ୍ସପରେନ୍ସି କୌଶଳ ଆପଣାଇବାକୁ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ସରକାର ୫-ଟି ନୀତି ଆପଣାଇଥିଲେ। ଫଳରେ ଗତ ସାଧାରଣ ଓ ପଞ୍ଚାୟତ ନିର୍ବାଚନରେ ସରକାରଙ୍କୁ ଜିଲାରେ ବହୁମାତ୍ରାରେ ସଫଳତା ମିଳିଥିଲା। ଦୁର୍ନୀତିକୁ ଦେଖ ଓ ଦୁର୍ନୀତିକୁ ରୋକ ସରକାରଙ୍କ ଆହ୍ବାନ ରହିଥିଲା। କିନ୍ତୁ ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନରେ ଏହାର କୌଣସି ପ୍ରଭାବ ପଡି ନ ଥିବା କେତେକ ପ୍ରକଳ୍ପକୁ ଅବଲୋକନ କଲେ ଜଳଜଳ ହୋଇ ଦିଶୁଛି। ୫ ନମ୍ବର ଜାତୀୟ ରାଜପଥଠାରୁ ସପନପୁର ରାସ୍ତାର ସଫେଇ ନାଳା ଉପରେ ଏକ ବିଜୁ ସେତୁ ପ୍ରକଳ୍ପ ନିର୍ମାଣ କରିବାକୁ ଚୁକ୍ତି ହୋଇଛି। ବିଞ୍ଝାରପୁର ଅଞ୍ଚଳର ପ୍ରଥମ ଶ୍ରେଣୀ ଇଞ୍ଜିନିୟର କଣ୍ଟ୍ରାକ୍ଟର ଆଶିଷ କୁମାର ସାମଲଙ୍କୁ ଏହାର ନିର୍ମାଣ ଦାୟିତ୍ୱ ମିଳିଥିବାବେଳେ ୧୫ା୧୨ା୨୦୨୩ରୁ ଆରମ୍ଭ ହୋଇ ୧୪ା୧୨ା୨୦୨୪ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଏହାର ୩ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କାମ ଆରମ୍ଭ ହୋଇନାହିଁ। ଏନେଇ ସଂପୃକ୍ତ ଠିକାଦାରଙ୍କୁ ପୂର୍ବରୁ ବିଭାଗୀୟ ନୋଟିସ ହୋଇଥିଲେ ହେଁ କୌଣସି ଉତ୍ତର ମିଳିନାହିଁ। ତେଣୁ ଗତ ୮ା୪ା୨୦୨୪ରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ଠିକାଦାରଙ୍କୁ ପୁଣି ନୋଟିସ ଦେଇଛନ୍ତି। ସେହିପରି ଉଦୟନଗର ଗ୍ରାମ ନିକଟ ସାନଗେଙ୍ଗୁଟି ନଦୀ ଉପରେ ପ୍ରସ୍ତାବିତ ବିଜୁ ସେତୁ କାର୍ଯ୍ୟ ଏଯାଏ ଆରମ୍ଭ ହୋଇନାହିଁ। କଟକ ନୂଆପଡା ଗୋଶାଳା ରୋଡର ଡିପିଏସ୍‌ କନଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ ଠିକାସଂସ୍ଥାକୁ ଏହି କାର୍ଯ୍ୟ ୧ା୩ା୨୦୨୪ରେ ଆରମ୍ଭ ହୋଇ ୩୧ା୮ା୨୦୨୪ ପର୍ଯ୍ୟନ୍ତ ଶେଷ କରିବାକୁ କାର୍ଯ୍ୟଦେଶ ଦିଆଯାଇଛି। କିନ୍ତୁ ଏହାର ୧ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ସୁଦ୍ଧା କାର୍ଯ୍ୟ ଆରମ୍ଭ ହୋଇନାହିଁ। ଧର୍ମଶାଳା ଚହଟା ଗ୍ରାମର ବିଜୟ କୁମାର ନାୟକଙ୍କୁ ମିଳିଥିବା ୨ଟି କାମ ଯଥା ବରକୋଳିପାଟଣା ଠାରୁ ନଠୁଆବର ରାସ୍ତାର ରକ୍ଷଣାବେକ୍ଷଣ କାର୍ଯ୍ୟ ଚୁକ୍ତିର ୨ ମାସ ଓ ବରଜୁପୁର ଠାରୁ ସାନଫୁଲଡି ରାସ୍ତାର ରକ୍ଷଣାବେକ୍ଷଣ କାର୍ଯ୍ୟ ଚୁକ୍ତିକୁ ୧ ମାସ, ଅଟଳପୁର ଗ୍ରାମର ରାମଚନ୍ଦ୍ର ସାହୁଙ୍କୁ ମିଳିଥିବା ୧୬ ନମ୍ବର ଜାତୀୟ ରାଜପଥ ଓରାଳି ଠାରୁ ମୁଗୁପାଳ ହାଇସ୍କୁଲ ଭାୟା ନିରଞ୍ଜନପୁର, ନୂଆ ମିର୍ଜାପୁର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟ ଚୁକ୍ତିକୁ ୨ ମାସ ଅତିକ୍ରାନ୍ତ ହୋଇଥିଲେ ତାହା ଏଯାଏ ଆରମ୍ଭ ହୋଇନାହିଁ। ଏହାସହ କୁମ୍ଭେଇ-ଉପୁଲା-ମୁଲିଝର ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କୁନ୍ଦଳ ଗ୍ରାମର ଦେବବ୍ରତ ସାମଲଙ୍କୁ ମିଳିଥିବାବେଳେ ୧୧ା୪ା୨୦୨୪ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ରହିଥିଲା। ଏହାର ଅବଧି ସମୟ ଶେଷ ହୋଇ ସାରିଥିଲେ ହେଁ ଏଯାଏ କାମ ଆରମ୍ଭ ହୋଇ ପାରିନାହିଁ। ଦିଲିପ କୁମାର ସାମଲଙ୍କୁ ମିଳିଥିବା ଚମ୍ପାପୁର ସ୍କୁଲ ଠାରୁ ଗୋପପୁର ରାସ୍ତାର ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ୨୮ା୨ା୨୦୨୪ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ରହିଥିଲା। ହେଲେ ଏଯାଏ ମାତ୍ର ୪୨% କାମ ହୋଇଛି। ଏଭଳି ଭାବେ ଗ୍ରାମାଞ୍ଚଳର ସାମୁହିକ ସ୍ବାର୍ଥ ପାଇଁ ସେତୁ ଓ ରାସ୍ତା ନିର୍ମାଣ ବାବଦକୁ ବିପୁଳ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲେ ହେଁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମାନି ଯୋଗୁ ଅଞ୍ଚଳବାସୀ ନାହିଁ ନ ଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କ୍ରମରେ ଜାରକା ଗ୍ରାମ୍ୟ ନିର୍ମାଣ ନିର୍ବାହୀ ଯନ୍ତ୍ରୀ ଅବିନାଶ ବାରିକ ସଂପୃକ୍ତ ଠିକାଦାରମାନଙ୍କୁ ଚେତାବନୀ ନୋଟିସ ଦେଇ ନିଜର ଦାୟିତ୍ୱ ସମ୍ପାଦନ କରିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri