ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ପାନ ମସଲା ଜବତ, ଟ୍ରକ୍‌ ଯାଞ୍ଚ କରିବାରୁ…

ପାରଳଖେମୁଣ୍ଡି/ମୋହନା,୧୨ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲା ଆଡ଼ବା ଥାନା ପୋଲିସ ଏମ୍ଭି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସନ୍ଦିଗ୍ଧ ପାନ ମସଲା ଓ ତମାଖୁଜାତ ସାମଗ୍ରୀ ଜବତ କରିଛି। ବୁଧବାର ସକାଳେ ଏନ୍‌ଏଚ-୨୩୬ର ୩ ନମ୍ବର ନିକଟରେ ଓଡି-୦୭-ଏୟୁ-୨୯୭୨ ନମ୍ବର ବିଶିଷ୍ଟ ଏକ ମାଲବାହୀ ଟ୍ରକ୍‌କୁ ପୋଲିସ ଅଟକାଇ ଯାଞ୍ଚ କରିଥିଲା।
ଯାଞ୍ଚ ବେଳେ ଟ୍ରକ୍‌ରୁ ‘ଆର୍‌ଏସ୍‌ ପାନ ମସଲା/ସାଫ୍ରନ କେଶର’ ଲେଖା ଥିବା ବହୁ ପ୍ୟାକେଟ ଓ ବ୍ୟାଗ ସହ ‘ଏନ୍‌ସିପି ଆର୍‌୯୦୯ ସାଫାରେ ୨୦୦୦/ସାଫ୍ରନ କେଶର’ ଲେଖା ସାଚେଟ ମିଳିଥିଲା। ଏହାର ବୈଧତା ନେଇ ସନ୍ଦେହ ହେବାରୁ ପୋଲିସ ସମସ୍ତ ସାମଗ୍ରୀ, ଟ୍ରକ ଓ ସମ୍ପୃକ୍ତ କାଗଜପତ୍ର ଜବତ କରିଛି।
ସାମଗ୍ରୀର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷ/ପରୀକ୍ଷାଗାରକୁ ପଠାଯାଉଛି। ଟ୍ରକ ଚାଳକ ଓ ଚାଲାଣ ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇ ଏହାର ଗନ୍ତବ୍ୟସ୍ଥଳ, ମାଲିକାନା ଓ ଯୋଗାଣ ଶୃଙ୍ଖଳ ଯାଞ୍ଚ କରାଯାଉଛି। ପରୀକ୍ଷା ଓ ଯାଞ୍ଚ ରିପୋର୍ଟ ଆଧାରରେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଆଡ଼ବା ପୋଲିସ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily