ଆଶଙ୍କାରେ ଆ-କା-ମା-ବୈ

ଅନୁଗୋଳ ଅଫିସ, ୨୧।୧୧ – କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସା ସହ ଦିଅଁ ଦର୍ଶନ କରି ମାସକର ବ୍ରତ ଉଦ୍‌ଯାପନ କରନ୍ତି ବ୍ରତଧାରୀ। କିନ୍ତୁ ମହାମାରୀ କରୋନା ପାଇଁ ଚଳିତବର୍ଷ ଏହି ପରମ୍ପରାରେ ରୋକ ଲାଗିବା ସମ୍ଭାବନା ବଢ଼ିଯାଇଛି। ସେହିପରି ଡଙ୍ଗାଭସା ବା ଆ-କା-ମା-ବୈ ମଧ୍ୟ ଆଶଙ୍କା ମଧ୍ୟକୁ ଠେଲି ହୋଇଯାଇଛି। ଫଳରେ ଅନୁଗୋଳର ନାରଣ ସାଗରରେ ଚଳିତବର୍ଷ ଡଙ୍ଗା ଭସାଇବେ କି ନାହିଁ ସେ ନେଇ ସହରବାସୀ ନିଶ୍ଚିତ ହୋଇପାରୁ ନାହାନ୍ତି। ଏଣେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶନାମା ଏଯାଏ ଆସି ନ ଥିବାରୁ ଡଙ୍ଗା ବ୍ୟବସାୟୀମାନେ ମଧ୍ୟ ଏଥିପାଇଁ ବରାଦ ଦେଇପାରୁ ନାହାନ୍ତି। ଦୀପାବଳି ପୂର୍ବରୁ ବାଣ ପାଇଁ ବଇନା ଦେଇ ସେମାନେ କ୍ଷତି ସହିଥିବାରୁ ଡଙ୍ଗାକୁ ନେଇ ଆଉ ଆଗୁଆ ଯୋଜନା କରିବାକୁ ଚାହୁଁ ନ ଥିବା ବ୍ୟବସାୟୀମାନେ କହିଛନ୍ତି।
ଆଠ ମାସ ହେବ କରୋନା ସଂକଟ ଟଳୁନାହିଁ। କିଛି ଦିନ ଥମିଯିବା ପରେ ଏହି ମହାମାରୀ ପୁଣି ତା’ର କାୟା ବିସ୍ତାର କରୁଥିବାରୁ ଅଧିକ ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ଚେତାଇ ଦିଆଯାଉଛି। ଏହାଛଡ଼ା ଗଣେଶ ପୂଜାଠାରୁ ଆରମ୍ଭ କରି ଦୀପାବଳି ଯାଏ ପୂରା ପାର୍ବଣ ଉତ୍ସବ କଡ଼ା କଟକଣା ଓ ବିନା ଆଡମ୍ବରରେ ପାଳନ ହୋଇସାରିଛି। କାର୍ତ୍ତିକ ଶେଷ ହେବାକୁ ବସିଥିଲେ ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଦ୍ୱାରା ଖୋଲାଗଲା ନାହିଁ। ଏପରି ସ୍ଥିତିରେ କାର୍ତ୍ତିକ ପୂର୍ଣ୍ଣିମାରେ ଦିଅଁ ଦର୍ଶନ ଓ ଡଙ୍ଗା ଭସାଇବାର ସୁଯୋଗ ଲୋକଙ୍କୁ ମିଳିବା ସମ୍ଭାବନା ଦେଖାଯାଉ ନାହିଁ। ସରକାରଙ୍କ ପକ୍ଷରୁ ମଧ୍ୟ ଏଯାଏ ନିର୍ଦ୍ଦେଶନାମା ଆସିନାହିଁ। ତେଣୁ କାର୍ତ୍ତିକ ପୂର୍ଣ୍ଣମୀ ଓ ଡଙ୍ଗା ଭସାକୁ ନେଇ ଚିନ୍ତା ବଢ଼ିଚାଲିଛି। ଏଥିପାଇଁ ବ୍ରତଧାରୀ ମନ କଷ୍ଟ କରୁଥିବା ବେଳେ ବ୍ୟବସାୟୀମାନେ ଅଧିକ ଆଶଙ୍କାରେ ରହିଛନ୍ତି। କାରଣ ବର୍ଷ ସାରା ପୂଜା ସରଞ୍ଜାମ ବିକି ଚଳୁଥିବା ଏହି ଛୋଟ ଛୋଟ ଦୋକାନୀ, ମୂର୍ତ୍ତି ଓ ଡଙ୍ଗା କାରିଗରମାନେ କେବଳ କ୍ଷତି ସହି ଚାଲିଛନ୍ତି। ଡଙ୍ଗାଭସା ଆଉ ଅଧିକ ଦିନ ନ ଥିବାରୁ ଏ ନେଇ ସରକାର ସ୍ଥିତି ସ୍ପଷ୍ଟ କରିଥିଲେ କାରିଗର ଓ ବ୍ୟବସାୟୀମାନେ ପ୍ରସ୍ତୁତି ପାଇଁ ସମୟ ପାଇପାରିଥାନ୍ତେ। ଡଙ୍ଗା ପାଇଁ ସୋଲଠାରୁ ଆରମ୍ଭ କରି ଅନ୍ୟ ଆନୁଷଙ୍ଗିକ ସାମଗ୍ରୀ ଯୋଗାଡ଼ ପୂର୍ବଭଳି ଏବେ ସହଜ ନୁହେଁ। ଏହାଛଡ଼ା ଲୋକଙ୍କ ଚାହିଦା ଅନୁଯାୟୀ ଡଙ୍ଗା ପ୍ରସ୍ତୁତ କରା ନ ଗଲେ ବିକ୍ରି ମଧ୍ୟ ପ୍ରଭାବିତ ହେବ। ତେଣୁ ଏଥିପାଇଁ ଆଗୁଆ ପ୍ରସ୍ତୁତିର ଆବଶ୍ୟକତା ରହିଛି। ଏହାଛଡ଼ା ନାରଣ ସାଗରରେ ଡଙ୍ଗା ଭସାଇବା ପାଇଁ ଅନୁଗୋଳବାସୀଙ୍କ ମଧ୍ୟରେ ବଡ଼ ଆଗ୍ରହ ପ୍ରତିବର୍ଷ ଲକ୍ଷ୍ୟ କରାଯାଇଛି। ଘର ନିକଟରେ ଅନ୍ୟ ଜଳାଶୟ ଥିଲେ ମଧ୍ୟ ନାରଣ ସାଗରର ଆକର୍ଷଣ ଅନନ୍ୟ। ତେଣୁ ସହରୀ ଲୋକଙ୍କ ମିଜାଜକୁ ଦେଖି ଡଙ୍ଗା ବ୍ୟବସାୟ ଜୋର ଧରିଥାଏ। ହେଲେ ଚଳିତବର୍ଷ ଡଙ୍ଗାଭସାକୁ ନେଇ ଅନୁଗୋଳର ଲୋକମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।
ଦ୍ୱନ୍ଦ୍ୱରେ ଅଛୁ, କିଛି ବରାଦ ଦେଇନାହୁଁ
କରୋନା କଟକଣା ଯୋଗୁ ପାର୍ବଣ ପୂରା ମାଡ଼ ଖାଇଗଲା। ଦୀପାବଳି ଭଳି ପର୍ବ ବିନା ବାଣରେ ପାଳନ ହେଲା। କାର୍ତ୍ତିକ ମାସ ଚାଲୁଥିଲେ ମଧ୍ୟ ଲୋକେ ଦିଅଁ ଦର୍ଶନ କରିପାରୁ ନାହାନ୍ତି। ତେଣୁ ଡଙ୍ଗାଭସାକୁ ନେଇ ଦ୍ୱନ୍ଦ୍ୱରେ ଥିବାରୁ ଏଯାଏ ଡଙ୍ଗା, ପାନ, ଗୁଆ, ମହମବତୀ ଆଦି ପାଇଁ ବରାଦ ଦିଆଯାଇ ନାହିଁ।
-ସିଦ୍ଧେଶ୍ୱର ନାୟକ, ବ୍ୟବସାୟୀ, ଅନୁଗୋଳ
ଘରେ ପୂଜାର୍ଚ୍ଚନା କରିବୁ
ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଥିବାରୁ ପ୍ରଶାସନ ଲୋକଙ୍କୁ ଏକାଠି ହେବାକୁ କେବେ ଦେବ ନାହିଁ। ତେଣୁ ଅନ୍ୟ ଉତ୍ସବ ଭଳି ଡଙ୍ଗାଭସା ମଧ୍ୟ ଉତ୍ସାହହୀନ ଭାବେ ଶେଷ ହେବ। ତେଣୁ ନାରଣ ସାଗରକୁ ନ ଯାଇ ଘରେ ରହି ପୂଜାର୍ଚ୍ଚନା କରିବୁ।
-ମମତା ଦାସ, ଅନୁଗୋଳବାସୀ
କଟକଣା ମଧ୍ୟରେ ସୁଯୋଗ ମିଳୁ
କାର୍ତ୍ତିକ ମାସରେ ଦେବାଳୟ ଟିକେ ଯାଇପାରିଲୁ ନାହିଁ। ବ୍ରତ କରିଥିଲେ ମଧ୍ୟ ଦିଅଁ ଦର୍ଶନର ସୁଯୋଗ ଦେଲେନି ସରକାର। କଟକଣା ଲଗାଇବାକୁ ବିରୋଧ କରାଯାଉ ନାହିଁ। ହେଲେ ପୋଲିସ ଉପସ୍ଥିତିରେ ସାମାଜିକ ଦୂରତ୍ୱ ପାଳନ ପୂର୍ବକ ଡଙ୍ଗାଭସା ଓ ମନ୍ଦିର ଯିବା ସୁବିଧା କରାଗଲେ ଭଲହୁଅନ୍ତା।
-ସୌଭାଗିନୀ ସାମଲ, ଅନୁଗୋଳବାସୀ
କଟକଣା ବଳବତ୍ତର ରହିବ
କାର୍ତ୍ତିକ ପୂର୍ଣ୍ଣିମା ଓ ଡଙ୍ଗାଭସା କାର୍ଯ୍ୟକ୍ରମ ନେଇ ସରକାରଙ୍କ ପକ୍ଷରୁ ଏଯାଏ କୌଣସି ନିର୍ଦ୍ଦେଶନାମା ଜାରି କରାଯାଇନାହିଁ। ଦିନେ ଦୁଇ ଦିନ ମଧ୍ୟରେ ଏହି ନିର୍ଦ୍ଦେଶ ଆସିଯାଇପାରେ। ଜିଲାରୁ ଏବେ କରୋନା ସଂକଟ ଦୂର ହୋଇ ନ ଥିବାରୁ କଟକଣା ବଳବତ୍ତର ରହିବା ଏକ ପ୍ରକାର ନିଶ୍ଚିତ। ତେଣୁ ଲୋକଙ୍କୁ ଗୋଟିଏ ସ୍ଥାନରେ ଏକତ୍ରିତ ହେବାକୁ ଦିଆଯିବ ନାହିଁ।
-ବାସୁଦେବ ଶତପଥୀ, ଉପଜିଲାପାଳ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri