ଆଶଙ୍କାରେ ଆ-କା-ମା-ବୈ

ଅନୁଗୋଳ ଅଫିସ, ୨୧।୧୧ – କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସା ସହ ଦିଅଁ ଦର୍ଶନ କରି ମାସକର ବ୍ରତ ଉଦ୍‌ଯାପନ କରନ୍ତି ବ୍ରତଧାରୀ। କିନ୍ତୁ ମହାମାରୀ କରୋନା ପାଇଁ ଚଳିତବର୍ଷ ଏହି ପରମ୍ପରାରେ ରୋକ ଲାଗିବା ସମ୍ଭାବନା ବଢ଼ିଯାଇଛି। ସେହିପରି ଡଙ୍ଗାଭସା ବା ଆ-କା-ମା-ବୈ ମଧ୍ୟ ଆଶଙ୍କା ମଧ୍ୟକୁ ଠେଲି ହୋଇଯାଇଛି। ଫଳରେ ଅନୁଗୋଳର ନାରଣ ସାଗରରେ ଚଳିତବର୍ଷ ଡଙ୍ଗା ଭସାଇବେ କି ନାହିଁ ସେ ନେଇ ସହରବାସୀ ନିଶ୍ଚିତ ହୋଇପାରୁ ନାହାନ୍ତି। ଏଣେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶନାମା ଏଯାଏ ଆସି ନ ଥିବାରୁ ଡଙ୍ଗା ବ୍ୟବସାୟୀମାନେ ମଧ୍ୟ ଏଥିପାଇଁ ବରାଦ ଦେଇପାରୁ ନାହାନ୍ତି। ଦୀପାବଳି ପୂର୍ବରୁ ବାଣ ପାଇଁ ବଇନା ଦେଇ ସେମାନେ କ୍ଷତି ସହିଥିବାରୁ ଡଙ୍ଗାକୁ ନେଇ ଆଉ ଆଗୁଆ ଯୋଜନା କରିବାକୁ ଚାହୁଁ ନ ଥିବା ବ୍ୟବସାୟୀମାନେ କହିଛନ୍ତି।
ଆଠ ମାସ ହେବ କରୋନା ସଂକଟ ଟଳୁନାହିଁ। କିଛି ଦିନ ଥମିଯିବା ପରେ ଏହି ମହାମାରୀ ପୁଣି ତା’ର କାୟା ବିସ୍ତାର କରୁଥିବାରୁ ଅଧିକ ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ଚେତାଇ ଦିଆଯାଉଛି। ଏହାଛଡ଼ା ଗଣେଶ ପୂଜାଠାରୁ ଆରମ୍ଭ କରି ଦୀପାବଳି ଯାଏ ପୂରା ପାର୍ବଣ ଉତ୍ସବ କଡ଼ା କଟକଣା ଓ ବିନା ଆଡମ୍ବରରେ ପାଳନ ହୋଇସାରିଛି। କାର୍ତ୍ତିକ ଶେଷ ହେବାକୁ ବସିଥିଲେ ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଦ୍ୱାରା ଖୋଲାଗଲା ନାହିଁ। ଏପରି ସ୍ଥିତିରେ କାର୍ତ୍ତିକ ପୂର୍ଣ୍ଣିମାରେ ଦିଅଁ ଦର୍ଶନ ଓ ଡଙ୍ଗା ଭସାଇବାର ସୁଯୋଗ ଲୋକଙ୍କୁ ମିଳିବା ସମ୍ଭାବନା ଦେଖାଯାଉ ନାହିଁ। ସରକାରଙ୍କ ପକ୍ଷରୁ ମଧ୍ୟ ଏଯାଏ ନିର୍ଦ୍ଦେଶନାମା ଆସିନାହିଁ। ତେଣୁ କାର୍ତ୍ତିକ ପୂର୍ଣ୍ଣମୀ ଓ ଡଙ୍ଗା ଭସାକୁ ନେଇ ଚିନ୍ତା ବଢ଼ିଚାଲିଛି। ଏଥିପାଇଁ ବ୍ରତଧାରୀ ମନ କଷ୍ଟ କରୁଥିବା ବେଳେ ବ୍ୟବସାୟୀମାନେ ଅଧିକ ଆଶଙ୍କାରେ ରହିଛନ୍ତି। କାରଣ ବର୍ଷ ସାରା ପୂଜା ସରଞ୍ଜାମ ବିକି ଚଳୁଥିବା ଏହି ଛୋଟ ଛୋଟ ଦୋକାନୀ, ମୂର୍ତ୍ତି ଓ ଡଙ୍ଗା କାରିଗରମାନେ କେବଳ କ୍ଷତି ସହି ଚାଲିଛନ୍ତି। ଡଙ୍ଗାଭସା ଆଉ ଅଧିକ ଦିନ ନ ଥିବାରୁ ଏ ନେଇ ସରକାର ସ୍ଥିତି ସ୍ପଷ୍ଟ କରିଥିଲେ କାରିଗର ଓ ବ୍ୟବସାୟୀମାନେ ପ୍ରସ୍ତୁତି ପାଇଁ ସମୟ ପାଇପାରିଥାନ୍ତେ। ଡଙ୍ଗା ପାଇଁ ସୋଲଠାରୁ ଆରମ୍ଭ କରି ଅନ୍ୟ ଆନୁଷଙ୍ଗିକ ସାମଗ୍ରୀ ଯୋଗାଡ଼ ପୂର୍ବଭଳି ଏବେ ସହଜ ନୁହେଁ। ଏହାଛଡ଼ା ଲୋକଙ୍କ ଚାହିଦା ଅନୁଯାୟୀ ଡଙ୍ଗା ପ୍ରସ୍ତୁତ କରା ନ ଗଲେ ବିକ୍ରି ମଧ୍ୟ ପ୍ରଭାବିତ ହେବ। ତେଣୁ ଏଥିପାଇଁ ଆଗୁଆ ପ୍ରସ୍ତୁତିର ଆବଶ୍ୟକତା ରହିଛି। ଏହାଛଡ଼ା ନାରଣ ସାଗରରେ ଡଙ୍ଗା ଭସାଇବା ପାଇଁ ଅନୁଗୋଳବାସୀଙ୍କ ମଧ୍ୟରେ ବଡ଼ ଆଗ୍ରହ ପ୍ରତିବର୍ଷ ଲକ୍ଷ୍ୟ କରାଯାଇଛି। ଘର ନିକଟରେ ଅନ୍ୟ ଜଳାଶୟ ଥିଲେ ମଧ୍ୟ ନାରଣ ସାଗରର ଆକର୍ଷଣ ଅନନ୍ୟ। ତେଣୁ ସହରୀ ଲୋକଙ୍କ ମିଜାଜକୁ ଦେଖି ଡଙ୍ଗା ବ୍ୟବସାୟ ଜୋର ଧରିଥାଏ। ହେଲେ ଚଳିତବର୍ଷ ଡଙ୍ଗାଭସାକୁ ନେଇ ଅନୁଗୋଳର ଲୋକମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।
ଦ୍ୱନ୍ଦ୍ୱରେ ଅଛୁ, କିଛି ବରାଦ ଦେଇନାହୁଁ
କରୋନା କଟକଣା ଯୋଗୁ ପାର୍ବଣ ପୂରା ମାଡ଼ ଖାଇଗଲା। ଦୀପାବଳି ଭଳି ପର୍ବ ବିନା ବାଣରେ ପାଳନ ହେଲା। କାର୍ତ୍ତିକ ମାସ ଚାଲୁଥିଲେ ମଧ୍ୟ ଲୋକେ ଦିଅଁ ଦର୍ଶନ କରିପାରୁ ନାହାନ୍ତି। ତେଣୁ ଡଙ୍ଗାଭସାକୁ ନେଇ ଦ୍ୱନ୍ଦ୍ୱରେ ଥିବାରୁ ଏଯାଏ ଡଙ୍ଗା, ପାନ, ଗୁଆ, ମହମବତୀ ଆଦି ପାଇଁ ବରାଦ ଦିଆଯାଇ ନାହିଁ।
-ସିଦ୍ଧେଶ୍ୱର ନାୟକ, ବ୍ୟବସାୟୀ, ଅନୁଗୋଳ
ଘରେ ପୂଜାର୍ଚ୍ଚନା କରିବୁ
ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଥିବାରୁ ପ୍ରଶାସନ ଲୋକଙ୍କୁ ଏକାଠି ହେବାକୁ କେବେ ଦେବ ନାହିଁ। ତେଣୁ ଅନ୍ୟ ଉତ୍ସବ ଭଳି ଡଙ୍ଗାଭସା ମଧ୍ୟ ଉତ୍ସାହହୀନ ଭାବେ ଶେଷ ହେବ। ତେଣୁ ନାରଣ ସାଗରକୁ ନ ଯାଇ ଘରେ ରହି ପୂଜାର୍ଚ୍ଚନା କରିବୁ।
-ମମତା ଦାସ, ଅନୁଗୋଳବାସୀ
କଟକଣା ମଧ୍ୟରେ ସୁଯୋଗ ମିଳୁ
କାର୍ତ୍ତିକ ମାସରେ ଦେବାଳୟ ଟିକେ ଯାଇପାରିଲୁ ନାହିଁ। ବ୍ରତ କରିଥିଲେ ମଧ୍ୟ ଦିଅଁ ଦର୍ଶନର ସୁଯୋଗ ଦେଲେନି ସରକାର। କଟକଣା ଲଗାଇବାକୁ ବିରୋଧ କରାଯାଉ ନାହିଁ। ହେଲେ ପୋଲିସ ଉପସ୍ଥିତିରେ ସାମାଜିକ ଦୂରତ୍ୱ ପାଳନ ପୂର୍ବକ ଡଙ୍ଗାଭସା ଓ ମନ୍ଦିର ଯିବା ସୁବିଧା କରାଗଲେ ଭଲହୁଅନ୍ତା।
-ସୌଭାଗିନୀ ସାମଲ, ଅନୁଗୋଳବାସୀ
କଟକଣା ବଳବତ୍ତର ରହିବ
କାର୍ତ୍ତିକ ପୂର୍ଣ୍ଣିମା ଓ ଡଙ୍ଗାଭସା କାର୍ଯ୍ୟକ୍ରମ ନେଇ ସରକାରଙ୍କ ପକ୍ଷରୁ ଏଯାଏ କୌଣସି ନିର୍ଦ୍ଦେଶନାମା ଜାରି କରାଯାଇନାହିଁ। ଦିନେ ଦୁଇ ଦିନ ମଧ୍ୟରେ ଏହି ନିର୍ଦ୍ଦେଶ ଆସିଯାଇପାରେ। ଜିଲାରୁ ଏବେ କରୋନା ସଂକଟ ଦୂର ହୋଇ ନ ଥିବାରୁ କଟକଣା ବଳବତ୍ତର ରହିବା ଏକ ପ୍ରକାର ନିଶ୍ଚିତ। ତେଣୁ ଲୋକଙ୍କୁ ଗୋଟିଏ ସ୍ଥାନରେ ଏକତ୍ରିତ ହେବାକୁ ଦିଆଯିବ ନାହିଁ।
-ବାସୁଦେବ ଶତପଥୀ, ଉପଜିଲାପାଳ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri