ସୁପ୍ରିମକୋର୍ଟଙ୍କୁ ଇଡିର ପ୍ରତିଶ୍ରୁତି; ଚନ୍ଦା କୋଚ୍ଚରଙ୍କ ବିରୋଧରେ ଜୋର ଜବରଦସ୍ତି କାର୍ଯ୍ୟାନୁଷ୍ଠାନ ହେବନି

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କ ବିରୋଧରେ ଜୋର ଜବରଦସ୍ତି ଭାବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛି। ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମକୋର୍ଟ ଖଣ୍ଡପୀଠକୁ କହିଛନ୍ତି ଯେ, ଇଡି ଚନ୍ଦାଙ୍କ ବିରୋଧରେ ଜୋର ଜବର ଦସ୍ତି ଭାବେ କିଛି କାର୍ଯ୍ୟାନୁଷ୍ଠାନ ନେବ ନାହିଁ। ଜଷ୍ଟିସ ଏସ୍‌.କେ.କୌଲ, ଜଷ୍ଟିସ ଦିନେସ ମାହେଶ୍ୱରୀ ଏବଂ ଜଷ୍ଟିସ ହୃଷିକେଶ ରୟ ଏହି ମାମଲାର ଶୁଣାଣି କରୁଛନ୍ତି। ଚନ୍ଦାଙ୍କ ବିରୋଧରେ ଏବେ ବେଆଇନ ଅର୍ଥ କାରବାର ମାମଲାର ତଦନ୍ତ ହେଉଛି। ସେ ସିଇଓ ଥିବା ବେଳେ ଅନୁକମ୍ପା ଦେଖାଇ ଭିଡିଓକନ ଇଣ୍ଡଷ୍ଟ୍ରିଜକୁ ଋଣ ମଞ୍ଜୁର କରିଥିବା ଅଭିଯୋଗ ଆସିଛି। ଭିଡ଼ିଓକନ୍‌ ଗ୍ରୁପକୁ ଋଣ ଯୋଗାଣ ପରେ ଏହାର ଲାଭ ଚନ୍ଦାଙ୍କ ସ୍ବାମୀ ଦିପକ କୋଚ୍ଚର ପାଇଛନ୍ତି ବୋଲି ତଦନ୍ତକାରୀ ଏଜେନ୍ସିଗୁଡିକ କହିଛନ୍ତି। ଦିପକ କୋଚ୍ଚର ବର୍ତ୍ତମାନ ହାଜତରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ସାମଗ୍ରୀ ବିକ୍ରିରୁ ବାର୍ଷିକ କ୍ଷତି ହେଉଛି ୧ ଲକ୍ଷ କୋଟି

ନୂଆଦିଲ୍ଲୀ,୧୨-୮: ବିଭିନ୍ନ କ୍ଷେତ୍ରରେ ନକଲି ସାମଗ୍ରୀ ବିକ୍ରି ଯୋଗୁ ଦେଶକୁ ପ୍ରତିବର୍ଷ ପ୍ରାୟ ୧.୦୫ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡୁଛି। ଏହାକୁ ରୋକିବା...

ହ୍ୟାକିଂ ସମ୍ଭାବନା: ଅପ୍‌ଡେଟ୍‌ ଲାଗି ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୧୫-୫: ସିକ୍ୟୁରିଟି ଫିଚର୍ସରେ ତ୍ରୁଟି ପରିଲକ୍ଷିତ ହେବା ପରେ ହ୍ବାଟ୍ସଆପ୍‌ ଏହାର ୟୁଜରଙ୍କୁ ତୁରନ୍ତ ଏହି ଆପ୍‌କୁ ଅପ୍‌ଡେଟ୍‌ କରିନେବା ଲାଗି ଚେତାଇ ଦେଇଛି। କାରଣ...

ପୂର୍ବ ତୁଳନାରେ କାର୍‌ ଉପରେ କମିଛି ଜିଏସ୍‌ଟି; ରୟାଲଟି କମାଇ ଖର୍ଚ୍ଚ କମାନ୍ତୁ କମ୍ପାନୀ: ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପୂର୍ବରୁ କାର୍‌ ଉପରେ ଯେଉଁ ହାରରେ ଟିକସ ଲାଗୁ ଥିଲା ବର୍ତ୍ତମାନ ତାହା ଅପେକ୍ଷାକୃତ...

କରେନ୍ସି ମନିଟରିଂ ତାଲିକାରୁ ଭାରତୀୟ ମୁଦ୍ରାକୁ ବାଦ୍‌ ଦେଲା ଆମେରିକା

ଓ୍ବାଶିଂଟନ,୩୦ -୫: ଆମେରିକା ଏହାର କରେନ୍ସି ମନିଟରିଂ ତାଲିକାରୁ ଭାରତୀୟ ମୁଦ୍ରାକୁ ବାଦ୍‌ ଦେଇଛି। ତେବେ ଚାଇନାର ମୁଦ୍ରା ଏବେ ମଧ୍ୟ ଏହି ତାଲିକାରେ ରହିଛି।...

ଏଟିଏମ୍‌ରୁ ନକଲି ନୋଟ ବାହାରିଲେ କରିବେ କ’ଣ…କିପରି ଫେରି ପାଇବେ ଟଙ୍କା ଜାଣନ୍ତୁ

ଆଜିର ଅତ୍ୟାଧୁନିକ ସମୟରେ ଡିଜିଟାଲ ନେଣଦେଣ ଜନଆଦୃତି ଲାଭ କଲାଣି। ବିଶେଷକରି ଏଟିଏମ୍‌ର ବ୍ୟବହାର ଦିନକୁ ଦିନ ବଢ଼ୁଛି। ଏହାଦ୍ୱାରା ଦରକାର ସମୟରେ ଟଙ୍କା ଉଠାଯାଇପାରୁଛି।...

ତ୍ୱରିତ ହେବ ମୋବାଇଲ ନମ୍ବର ପୋର୍ଟେବିଲିଟି

ନୂଆଦିଲ୍ଲୀ,୧୧-୧୨: ସାରା ଦେଶରେ ମୋବାଇଲ ନମ୍ବର ପୋର୍ଟେବିଲିଟି(ଏମ୍‌ଏନ୍‌ପି) କୁ ତ୍ୱରିତ ଏବଂ ସରଳ କରିବା ଲାଗି ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ ( ଟ୍ରାଇ)...

ବିଓଆଇ ଅଫିସର୍ସ ଆସୋସିଏଶନ ପକ୍ଷରୁ ରିଲିଫ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୯।୫: ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ ଆସୋସିଏଶନ ପକ୍ଷରୁ ବାତ୍ୟା ପ୍ରଭାବିତ ଲୋକଙ୍କ ଲାଗି ରିଲିଫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଷତିଗ୍ରସ୍ତଙ୍କୁ ତାର୍ପୋଲିନ, ମଶାରୀ, ସୋଲାର...

ଖୋଲା ରହିବ ବଛା ବଛା ବ୍ୟାଙ୍କ ଶାଖା

ନୂଆଦିଲ୍ଲୀ,୨୪-୩: କରୋନା ଲାଗି ବର୍ତ୍ତମାନ ସାରା ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସ୍ଥାନଗୁଡିକରେ କେତେକ ବଛା ବଛା ଶାଖା ଖୋଲା ରଖିବାକୁ...


Coronavirus Update

Archives

Model This Week

Why Dharitri