ଆଣବିକ ଅସ୍ତ୍ର ପରସ୍ପର ଉପରେ ପ୍ରୟୋଗ ପାଇଁ ନୁହେଁ, ୫ ମହାଶକ୍ତିଙ୍କ ମିଳିତ ଘୋଷଣା…

ଓ୍ବାଶିଂଟନ, ୪।୧ : ୟୁରୋପ ଏବଂ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ୫ ମହାଶକ୍ତି ମିଳିତ ଭାବେ ସେମାନଙ୍କର ଆଣବିକ ଅସ୍ତ୍ର ସମ୍ବନ୍ଧରେ ଏକ ବଡ଼ ବିବୃତି ଦେଇଛନ୍ତି। ଏହି ଦେଶଗୁଡିକ ଘୋଷଣା କରିଛନ୍ତି ଯେ ସେମାନଙ୍କର ପରମାଣୁ ଅସ୍ତ୍ର ପରସ୍ପର ବିରୁଦ୍ଧରେ ନୁହେଁ। ସେମାନେ ଏହା ମଧ୍ୟ କହିଛନ୍ତି ଯେ କୌଣସି ଯୁଦ୍ଧରୁ ଦୂରେଇ ରହିବା ଏବଂ ଆଣବିକ ଅସ୍ତ୍ରଶସ୍ତ୍ର ଦେଶ ମଧ୍ୟରେ ରଣନୈତିକ ବିପଦକୁ କମ କରିବା ସେମାନଙ୍କର ସବୁଠାରୁ ବଡ ଦାୟିତ୍ୱ ବୋଲି ୫ ମହାଶକ୍ତି କହିଛନ୍ତି।

ଏହି ମିଳିତ ବିବୃତି ରୁଷିଆ, ଆମେରିକା, ଚାଇନା, ଫ୍ରାନ୍ସ ଏବଂ ବ୍ରିଟେନ ଦ୍ୱରା ଜାରି କରାଯାଇଛି। ରୁଷିଆର ରାଷ୍ଟ୍ରପତି କାର୍ଯ୍ୟାଳୟ, କ୍ରେମଲିନ ଏବଂ ଆମେରିକାର ରାଷ୍ଟ୍ରପତି କାର୍ଯ୍ୟାଳୟ ହ୍ବାଇଟ ହାଉସ ନିଜ ନିଜ ୱେବସାଇଟରେ ବିବୃତି ଜାରି କରି ଲେଖିଛନ୍ତି ଯେ ଆଣବିକ ଅସ୍ତ୍ରଶସ୍ତ୍ରର ଅନଧିକୃତ କିମ୍ବା ଅନିଚ୍ଛାକୃତ ବ୍ୟବହାରକୁ ରୋକିବା ପାଇଁ ଆମର ଜାତୀୟ ପଦକ୍ଷେପକୁ ବଜାୟ ରଖିବା ଏବଂ ଏହି ପ୍ରୟାସକୁ ଅଧିକ ଦୃଢ଼ କରିବା ପାଇଁ ଆମର ଉଦ୍ଦେଶ୍ୟ ରହିଛି।

ଏହା ଅନ୍ତର୍ଗତ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ପୂର୍ବରୁ ସର୍ବୋଚ୍ଚ ସ୍ତରୀୟ ଅନୁମୋଦନ ପ୍ରାପ୍ତି କରିବାକୁ ମଧ୍ୟ ସାମିଲ କରାଯାଇଥିବା ଓ୍ବେବସାଇଟ୍‌ରେ ଉଲ୍ଲେଖ କରାଯାଇଛି। ଏହା ବ୍ୟତୀତ ଏହି ପାଞ୍ଚଟି ଦେଶ କହିଛନ୍ତି ଯେ ଆଣବିକ ଅସ୍ତ୍ରଶସ୍ତ୍ର ଉପରେ ଆମର ପୂର୍ବ ବିବୃତିର ବୈଧତାକୁ ଆମେ ଦୋହରାଇଛୁ। ସେମାନେ କହିଛନ୍ତି ଯେ ଆମେ ନିଶ୍ଚିତ କରୁଛୁ ଯେ ଆମର କୌଣସି ଆଣବିକ ଅସ୍ତ୍ର ପରସ୍ପର ପ୍ରତି କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ନୁହେଁ। ସେମାନେ କହିଛନ୍ତି ଯେ ଆଣବିକ ଯୁଦ୍ଧକୁ ଜିତିବା ସମ୍ଭବ ନୁହେଁ। ତେଣୁ ଏଭଳି ଯୁଦ୍ଧ କେବେ ହେବା ଉଚିତ ନାହିଁ।

ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାରର ସୁଦୂରପ୍ରସାରୀ ପରିଣାମ ଭୋଗିବାକୁ ପଡ଼ିଥାଏ। ତେଣୁ ଆମେ ଏହାକୁ କେବଳ ପ୍ରତିରକ୍ଷା ଉଦ୍ଦେଶ୍ୟରେ ବ୍ୟବହାର କରିବୁ। ଆକ୍ରୋଶ ଏବଂ ଯୁଦ୍ଧକୁ ରୋକିବା ପାଇଁ ଏସବୁକୁ ବ୍ୟବହାର କରିବୁ। ଏହିପରି ଅସ୍ତ୍ରଶସ୍ତ୍ରର ବିସ୍ତାରକୁ ରୋକିବା ଆବଶ୍ୟକତା ରହିଛି। ଆଣବିକ ଅଣ ବିସ୍ତାର ପ୍ରସାର ଚୁକ୍ତିନାମା ପ୍ରତି ଏହି ପାଞ୍ଚଟି ଦେଶ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି।

ଏସ୍‌ଆଇପିଆରଆଇ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସମସ୍ତ ନଅଟି ଆଣବିକ ଅସ୍ତ୍ରଶସ୍ତ୍ର ସକ୍ଷମ ଦେଶଙ୍କ ପାଖରେ ସମୁଦାୟ ୧୩,୦୮୦ ପରମାଣୁ ୱାରହେଡ ଅଛି । ସେଥିମଧ୍ୟରୁ ରୁଷିଆ ପାଖରେ ସର୍ବାଧିକ ୬,୨୫୫ ଏବଂ ଆମେରିକା ନିକଟରେ ୫,୫୫୦ ଆଣବିକ ଅସ୍ତ୍ର ରହିଛି। ଏମାନଙ୍କ ବ୍ୟତୀତ ଫ୍ରାନ୍ସରେ ୨୯୦, ବ୍ରିଟେନରେ ୨୨୫, ଇସ୍ରାଏଲରେ ୯୦ ଥିବାବେଳେ ଉତ୍ତର କୋରିଆରେ ୪୦-୫୦ ଆଣବିକ ଅସ୍ତ୍ର ରହିଛି।

ଏହି ପରିସଂଖ୍ୟାନଗୁଡିକ ସମ୍ପୂର୍ଣ୍ଣ ସଠିକ ବୋଲି ଦାବି କରାଯାଇପାରିବ ନାହିଁ କାରଣ ପ୍ରତ୍ୟେକ ଦେଶ ଏହାର ପରମାଣୁ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିଛନ୍ତି।

ଚାଇନା ନିଜର ଆଣବିକ ଅସ୍ତ୍ରଶସ୍ତ୍ରକୁ ବୃଦ୍ଧି ଏବଂ ଆଧୁନିକୀକରଣ କରିବା ଲକ୍ଷ୍ୟ ଅଧାରୁ ଅଧିକ ପୂରଣ କରି ସାରିଛି। ପାକିସ୍ତାନ ମଧ୍ୟ ନିଜର ଆଣବିକ ଅସ୍ତ୍ରଶସ୍ତ୍ରକୁ ବୃଦ୍ଧି କରୁଛି ବୋଲି ଏସ୍‌ଆଇପିଆରଆଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri