Posted inଜାତୀୟ

ଦ୍ୱିତୀୟ ବିବାହ ପରେ ବି ପ୍ରଥମ ସ୍ତ୍ରୀଙ୍କୁ ଦେବାକୁ ପଡିବ ଗୁଜୁରାଣ ଭତ୍ତା, ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨।୪: ଛାଡପତ୍ର ପରେ ଜଣେ ମହିଳା ପରିବାର ଅଦାଲତରେ ସ୍ଥାୟୀ ଭରଣପୋଷଣ ଦାବି କରିପାରିବେ କି? ଯଦି ମହିଳା ଜଣକ ପୁନର୍ବାର ବିବାହ କରନ୍ତି, ତେବେ କ’ଣ ଭରଣପୋଷଣ ପରିବର୍ତ୍ତନ କରାଯାଇପାରିବ? ଏନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।

ଏହି ମାମଲା ଗୁଜୁରାଟ ହାଇକୋର୍ଟ ଦେଇ ସୁପ୍ରିମକୋର୍ଟରେ ପହଞ୍ଚିଛି। ହାଇକୋର୍ଟ ଅହମ୍ମଦାବାଦ ପରିବାର କୋର୍ଟର ନିଷ୍ପତ୍ତିକୁ ବଜାୟ ରଖିଥିଲେ, ଯେଉଁଥିରେ ତାରିଫ ରସିଦ୍ଭାଇ କୁରେଶୀଙ୍କୁ ଛାଡପତ୍ର ପରେ ତାଙ୍କ ପୂର୍ବତନ ପତ୍ନୀ ଆସମା ବାନୁଙ୍କୁ ୧୦ ଲକ୍ଷ ଟଙ୍କାର ସ୍ଥାୟୀ ଭରଣପୋଷଣ ରାଶି ଦେବାକୁ କୁହାଯାଇଥିଲା। ୨୦୧୯ ମସିହାରେ ଦିଆଯାଇଥିବା ଏହି ନିଷ୍ପତ୍ତିରେ, ପରିବାର ଅଦାଲତ ପତ୍ନୀଙ୍କ ଆବେଦନକୁ ଗ୍ରହଣ କରିଥିଲେ ଏବଂ ୨୦୦୯ ମସିହାର ବିବାହକୁ ଅସିଦ୍ଧ ଘୋଷଣା କରିଥିଲେ। ଏହା ବ୍ୟତୀତ, ଏକକାଳୀନ ଏବଂ ସ୍ଥାୟୀ ଭରଣପୋଷଣ ରାଶି ମଧ୍ୟ ସ୍ଥିର କରାଯାଇଥିଲା।

ହାଇକୋର୍ଟରେ ସ୍ବାମୀଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ ଆଇନ ଅନୁଯାୟୀ ଜଣେ ମୁସଲିମ ପତ୍ନୀ କେବଳ ମାଜିଷ୍ଟ୍ରେଟଙ୍କ ନିକଟରେ ଭରଣପୋଷଣ ଭତ୍ତା ପାଇଁ CrPC 125 ଅନୁଯାୟୀ ଆବେଦନ କରିପାରିବେ। ଏହି ଦେୟ କେବଳ ଇଦ୍ଦତ ଅବଧି (3 ମାସ) ପାଇଁ ସୱାମୀଙ୍କୁ ଦେବାକୁ ପଡିବ। ସୱାମୀ ମୁସଲିମ ମହିଳା (ଛାଡ଼ପତ୍ର ଉପରେ ଅଧିକାର ସୁରକ୍ଷା) ଆଇନ, 1986 ଆଧାରରେ ଏହି ଦାବି କରିଛନ୍ତି।

ସ୍ବାମୀ ତାରିଫ ରସିଦଭାଇଙ୍କ ଓକିଲମାନେ ମଧ୍ୟ କହିଛନ୍ତି ଯେ ଯଦି ସ୍ତ୍ରୀ କୌଣସି ଆୟ କରିବାକୁ ସକ୍ଷମ ନୁହଁନ୍ତି, ତେବେ ସେ ପୁନଃବିବାହ ନ କରିବା ପର୍ଯ୍ୟନ୍ତ ମାସିକ ଭରଣପୋଷଣର ବ୍ୟବସ୍ଥା ଅଛି। ଏପରି ପରିସ୍ଥିତିରେ, ପରିବାର ଅଦାଲତ ପକ୍ଷରୁ ଏକକାଳୀନ ଭରଣପୋଷଣ ରାଶି ସ୍ଥିର କରିବା ଭୁଲ ଥିଲା। ହାଇକୋର୍ଟ ଏହି ଯୁକ୍ତିଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଥିଲେ।

୨୦୨୦ ମସିହାରେ ଦିଆଯାଇଥିବା ଏକ ନିଷ୍ପତ୍ତିରେ, ତତ୍କାଳୀନ ହାଇକୋର୍ଟ ବିଚାରପତି ଜଷ୍ଟିସ ଜେବି ପାରଡିୱାଲା (ବର୍ତ୍ତମାନ ସୁପ୍ରିମକୋର୍ଟ ବିଚାରପତି) କହିଥିଲେ ଯେ ୧୯୩୯ ମସିହାର ମୁସଲିମ ଛାଡପତ୍ର ଆଇନ ମୁସଲିମ ମହିଳାଙ୍କୁ ବିବାହ ବାତିଲ କରିବା ପାଇଁ ସିଭିଲ କୋର୍ଟ ଯିବାର ଅଧିକାର ଦେଇଛି। ପରିବାର ଅଦାଲତ ଆଇନ, ୧୯୮୪ ଆଇନଗତ ଭାବରେ ବାତିଲ ହୋଇଥିବା ବିବାହ କ୍ଷେତ୍ରରେ ସ୍ଥାୟୀ ଭରଣପୋଷଣ ପ୍ରଦାନ କରିବାର କ୍ଷମତା ପରିବାର ଅଦାଲତକୁ ପ୍ରଦାନ କରେ। ଏପରି ପରିସ୍ଥିତିରେ, ପରିବାର ଅଦାଲତର ନିର୍ଦ୍ଦେଶ ଆଇନଗତ ଭାବରେ ଠିକ। ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସୱାମୀଙ୍କୁ ଏକାଥରକେ ଏକକାଳୀନ ଭରଣପୋଷଣ ରାଶି ଦେବାକୁ ପଡିବ। ମହିଳା ପୁନଃବିବାହ କରିବେ କି ନାହିଁ, ଏହା ସହିତ ଏହାର କୌଣସି ସମ୍ପର୍କ ନାହିଁ।

ହାଇକୋର୍ଟର ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯାଇଥିବା ସୱାମୀଙ୍କ ଆବେଦନର ଶୁଣାଣି କରି, ବିଚାରପତି ସଞ୍ଜୟ କାରୋଲ ଏବଂ ବିଚାରପତି ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ ଦୁଇଜଣ ବରିଷ୍ଠ ଆଇନଜୀବୀଙ୍କୁ ଆମିକସ କ୍ୟୁରି ଭାବରେ ନିଯୁକ୍ତ କରିଥିଲେ। କୋର୍ଟ ଉଭୟ ବରିଷ୍ଠ ଓକିଲଙ୍କୁ ଲିଖିତ ଯୁକ୍ତି ଦାଖଲ କରିବାକୁ କହିଛନ୍ତି, ପରବର୍ତ୍ତୀ ଶୁଣାଣି ଏପ୍ରିଲ 15 ରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?