ଗାଁ ମୁଣ୍ଡରେ ଘୁରିବୁଲୁଛି ମଣିଷମରା ଦନ୍ତାହାତୀ, ନିଆଁଜାଳି ରାତିରେ ଜଗି ବସୁଛନ୍ତି ଗାଁଲୋକେ

ଲାଞ୍ଜିଗଡ଼, ୨୩।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜୀ ପଞ୍ଚାୟତ ଅନ୍ତର୍ଗତ ଦକ୍ଷିଣ ବନଖଣ୍ଡ ବିଶ୍ବନାଥପୁର ରେଞ୍ଜ ତୁର୍କା ଗାଁ ମୁଣ୍ଡରେ ଦନ୍ତାହାତୀ ବୁଲୁଛି। ସେଥିପାଇଁ ରାତିହେଲେ ଗାଁ ମୁଣ୍ଡରେ ନିଆଁଜାଳି ଜଗି ବସୁଛନ୍ତି ତୂର୍କା ଗ୍ରାମବାସୀ I ବିଶ୍ବନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷସାରା ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ପ୍ରତ୍ୟେକ ଦିନ ଜଙ୍ଗଲୀ ହାତୀପଲ ଗାଁ ମୁହାଁ ହୋଇ ଅନେକ ଲୋକଙ୍କ ଘର ଭାଙ୍ଗିବା, ଜମିରେ ଫସଲ ନଷ୍ଟ କରିବା, ଘରେ ଥିବା ଶସ୍ୟ ଖାଇ ନଷ୍ଟ କରିବା ସହିତ ଧନଜୀବନ ନଷ୍ଟ କରୁଛି ।

ସୂଚନାଯୋଗ୍ୟ ଯେ ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତର କାଦମାଳି ଗ୍ରାମରେ ଏହି ଫେବୃଆରି ମାସ ୨ ତାରିଖ ଶନିବାର ବିଳମ୍ବିତ ରାତିରେ ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ମୁଗୁନା ମାଝୀ (୭୦) ଓ ଗାଦ ମାଝୀ (୬୫)। ମୃତ ଦମ୍ପତିଙ୍କ ମୂଳ ଘର ଦୋରାସାର୍ଲି ଗ୍ରାମରେ ହୋଇଥିବାବେଳେ କାଦମାଳି ଗାଁରେ କିଛି ବର୍ଷ ପୂର୍ବେ ଚାଷ ଜମିରେ ଘର ତିଆରି କରି ସେଠାରେ ରହୁଥିଲେ । ପୋଡୁ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ଘରେ ଶୋଇଥିବା ବେଳେ ଦନ୍ତା ସେମାନଙ୍କ ଝାଟିମାଟି କୋଠରି ଭାଙ୍ଗି ଦଳି ଦେଇଥୁଲା । ଏପରିକି ସେମାନଙ୍କ ଶରୀରକୁ ଦଳିଚକଟି ଖଣ୍ଡ ବିଖଣ୍ଡିତ କରି ଦେଇଥିଲା। ଏହି ସମୟରେ ପାଖ ଘରେ ଶୋଇଥିବା ମୁଗାନାଙ୍କ ପୁଅ ନାଥ ମାଝୀ(୨୧), ସାନଭାଇ ସାଧୁ ମାଝୀ (୬୫) ଓ ସମ୍ପର୍କୀୟ କୁଲୁ ମାଝୀ (୪୦) କୌଣସିମତେ ସେଠାରୁ ଦୌଡି ପଳାଇ ଯାଇ ଜୀବନ ବଞ୍ଚାଇଥିଲେ।

ତେବେ ଏହି ଏକୁଟିଆ ଦନ୍ତାଟି ଗତ ୨୧ ଦିନ ତଳେ ଦୁଇ ଜଣଙ୍କୁ ର୍ନିମମ ଭାବେ ହତ୍ୟା କରିବା ପରେ ବର୍ତ୍ତମାନ ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ତୁର୍କା ଗାଁ ନିକଟରେ ଥିବା ଜଙ୍ଗଲରେ ରହି ସଂଧ୍ୟା ହେଲେ ଗାଁ ମୁହାଁ ହେଉଛି। ସେହି ଦିନଠାରୁ ଏହି ନରହନ୍ତା ଦନ୍ତା ହାତୀଟି ଲାଞ୍ଜିଗଡ଼ ବ୍ଲକର ପ୍ରତ୍ୟେକ ଅଞ୍ଚଳରେ ଘୁରିବୁଲୁ ଦେଖୁବାକୁ ମିଳୁଛି। ଏହି ହାତୀ ଗତ ସପ୍ତାହରେ ବନ୍ଦପାରି ଓ ବେନଗାଁ ଅଞ୍ଚଳରେ ଘୁରି ବୁଲୁଥିବା ଲୋକେ ଦେଖି ଆତଙ୍କିତ ହୋଇ ପଡ଼ିଥିଲେ। ସେହିପରି ଗତ ତିନିଦିନ ଧରି ଲାଞ୍ଜି ପଞ୍ଚାୟତର ତୁର୍କାଗାଁ ନିକଟରେ ଥିବା ଜଙ୍ଗଲରେ ରହିଥିବା ବେଳେ ସଞ୍ଜ ହେଲେ ଗାଁ ମୁହାଁ ହେଉଛି ଓ ପ୍ରବଳ ଗର୍ଜନ ଦେଉଛି। ଫଳରେ ତୁର୍କାଗାଁ ଲୋକେ ଭୟଭୀତ ହୋଇ ନିଆଁ ଜାଳି ଗାଁର ଚାରିଆଡେ ରହିବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି। ତେବେ ଲାଞ୍ଜିଗଡ଼ ଅଞ୍ଚଳ ଲୋକେ ଚଳିତ ମାସ ଫେବୃଆରୀ ୨ ତାରିଖରେ ଘଟିଥିବା ଲୋମହର୍ଷଣକାରି ଘଟଣାକୁ ଏବେ ଯାଏଁ ଭୁଲି ନ ଥିବା ବେଳେ ବନବିଭାଗ ସେହି ଅଞ୍ଚ ଅଞ୍ଚଳକୁ ଯାଇ ହାତୀର ଗତିପଥ ଉପରେ ଲକ୍ଷ ନରଖି ଚୁପଚାପ ରହୁଛି ବୋଲି ଅଞ୍ଚଳବାସୀ ନିରାଶ ହୋଇ ମତପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏସିଏଫ ନରୋତ୍ତମ ମାଝୀଙ୍କୁ ପଚାରିବାରୁ ସେ କହିଲେ ତୁର୍କI ଅଞ୍ଚଳ ଆମ ସେକ୍ସନରେ ଆସୁନାହିଁ ଏବଂ ତାହା ଭବାନୀପାଟଣା ଉତ୍ତର ବନଖଣ୍ଡ ଭଟାଙ୍ଗପଦର ରେଞ୍ଜ ଅଞ୍ଚଳର ବୋଲି କହିଛନ୍ତି। ଲାଞ୍ଜିଗଡ଼ ଅଞ୍ଚଳରେ ହାତୀ ମଣିଷ ଲଢେଇ ଭିତରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ। କିନ୍ତୁ ବହୁଦିନ ଧରି ଅଞ୍ଚଳରେ ଗୋଟିଏ ଦନ୍ତା ହାତୀ ଘୁରି ବୁଲୁଥିବା ବେଳେ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି। ଜିଲା ପ୍ରଶାସନ ଓ ଜିଲା ବନବିଭାଗ ଏତି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri