ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶନିବାର ବନ ବିଭାଗକୁ ନାକେଦମ୍‌ ହେବାକୁ ପଡ଼ିଛି।
ସୂଚନା ଅନୁଯାୟୀ, ଧାମରା ବନ୍ଦର ୩ ନଂ. ଗେଟ୍‌ ଆଗରେ ଏକ ମହାବଳ ବାଘ ବୁଲୁଥିବାର ଭିଡିଓ କେହି ଜଣେ ଭାଇରାଲ କରିଛନ୍ତି। ପ୍ରକୃତରେ ସେଠାରେ ବାଘ ଅଛି ନା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ମାଧ୍ୟମରେ ପ୍ରସ୍ତୁତ କରାଯାଇ ଭାଇରାଲ ହୋଇଛି, ତାହାର ପ୍ରକୃତ ତଥ୍ୟ ଜଣାପଡ଼ିନାହିଁ। ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଧାମରା ବନପାଳ କୁମୁଦ ଚନ୍ଦ୍ର ସାହୁ ଏବଂ କରଞ୍ଜମାଳ ବନପାଳ ସନ୍ତୋଷ ମାଝୀ ୫ଜଣ ବନରକ୍ଷୀଙ୍କୁ ନେଇ କଇଥଖୋଲା, କରଞ୍ଜମାଳ ଅଞ୍ଚଳ ବୁଲି ଦେଖିବା ସହ କୌଣସି ସ୍ଥାନରେ ବାଘର ପାଦଚିହ୍ନ ମଧ୍ୟ ପାଇନାହାନ୍ତି। ପ୍ରଥମେ ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ସିସି କ୍ୟାମେରାରେ ଏହି ଭିଡିଓ କଏଦ ହୋଇଥିବା କଥା ଶୁଣିବାକୁ ମିଳିଥିବା ବେଳେ ଧାମରା ବନ୍ଦର କର୍ତ୍ତୃପକ୍ଷ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଶନିବାର ଦିନତମାମ ବନପାଳ ଏବଂ ବନରକ୍ଷୀମାନେ ସମସ୍ତ ସ୍ଥାନ ବୁଲି ଦେଖିଥିଲେ ମଧ୍ୟ ମହାବଳ ବାଘର କୌଣସି ସୁରାକ୍‌ ପାଇନାହାନ୍ତି। ଏଣୁ କେଉଁ ପରିସ୍ଥିତିରେ ଏବଂ କିଏ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି, ସେଥିପ୍ରତି ଜିଲା ପ୍ରଶାସନ ସଜାଗ ହେବା ସହ ତୁରନ୍ତ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି। ତେବେ ଭାଇରାଲ ଭିଡିଓକୁ ଦେଖି ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଏନେଇ ଡିଏଫ୍‌ଓ ସୌଭାଗ୍ୟ ରଞ୍ଜନ ସାହୁ କହିଛନ୍ତି, ଏହା ଏଆଇ ଭିଡିଓ। ଧାମରାକୁ ବାଘ ଆସିବା ପାଇଁ କୌଣସି ଜଙ୍ଗଲ କରିଡର୍‌ ନାହିଁ। ଏଣୁ ବାଘ ଏଠାକୁ ଆସିବା ଅସମ୍ଭବ। ତଥାପି ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ଅନୁସନ୍ଧାନ କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri