ମହଙ୍ଗା ପଡିଲା ପ୍ରେମ:କଲେଜ ଛାତ୍ରଙ୍କୁ ବୀଭତ୍ସ ହତ୍ୟା

କୁଆମରା ୨।୫: ମୟୁରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଜୟପୁର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ରୀନାଥପୁର ଗ୍ରାମର ନବୀନ ଆଚାର୍ଯ୍ୟଙ୍କ ବାଡିରେ ସ୍ଥାନୀୟ ଜଣେ ଯୁବକଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ତେବେ ଏହା ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଯାଇଛି। ମୃତକ ହେଉଛନ୍ତି ଜୟପୁର ଗ୍ରାମର ଲକ୍ଷ୍ମୀଧର ବାରିକଙ୍କ ପୁଅ ଶୁଭାଶିଷ (୨୧)। ଶୁଭାଶିଷ କୁଆମରା ସାରସ୍ବତ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଥିବା ବେଳେ ତାଙ୍କ ପ୍ରେମିକା ମଧ୍ୟ କୁଆମରା ସାରସ୍ବତ କନିଷ୍ଠ ମହାବିଦ୍ୟାଳୟ ଯୁକ୍ତ ଦୁଇର ଛାତ୍ରୀ ଅଟନ୍ତି। ତେବେ ଉଭୟଙ୍କ ମଧ୍ୟରେ ପ୍ରାୟ ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା ବୋଲି ଶୁଭାଶିଷଙ୍କ ବାପା ଲକ୍ଷ୍ମୀଧର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ବିଭିନ୍ନ ସମୟରେ ଫୋନରେ କଥାବାର୍ତ୍ତା ହେଉଥିବା ବେଳେ ଉଭୟ ପରିବାର ଏହାକୁ ବିରୋଧ କରି ଆସୁଥିଲେ। ଏପରିକି ଶୁଭାଶିଷ ପୂର୍ବରୁ ପ୍ରେମିକାଙ୍କ ଘର ନିକଟକୁ ଯାଇଥିବାବେଳେ କେତେକ ସମୟରେ ଗଣ୍ଡଗୋଳ ସୃଷ୍ଟି ହୋଇଛି। ଏପରିକି ତାକୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିଲା। ତେବେ ଶନିବାର ଶୁଭାଶିଷଙ୍କ ନିକଟକୁ ପ୍ରାୟ ରାତି ୧୦ଟାରେ ତାଙ୍କ ପ୍ରେମିକାଙ୍କଠାରୁ ଶେଷ ଫୋନ ଯିବା ପରେ ଶୁଭାଶିଷ ଘରୁ ଏକ ସାଇକେଲ ଯୋଗେ ଶ୍ରୀନାଥପୁର ଗ୍ରାମର ଉମାକାନ୍ତ ମହାନ୍ତି ନାମକ ଏକ ସାଙ୍ଗ ସହିତ ଘରୁ ଆସିଥିଲେ ଓ ତାଙ୍କ ଘରେ ସାଇକେଲ ରଖିଦେଇ ଶୁଭାଶିଷ ପ୍ରେମିକାଙ୍କ ଘରେ ପହଞ୍ଚିଥିବାର ପୋଲିସ ଅନୁମାନ କରିଛି। ଉଭୟଙ୍କ ଘର ଦୂରତ୍ୱ ୧ କିଲୋମିଟର ବ୍ୟବଧାନ ହେବ। ତେବେ ନବୀନଙ୍କ ଘର ପଛପଟେ ଥିବା ବାଡିରେ ଶୁଭାଶିଷଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ପକାଇ ଦିଆଯାଇଥିବାର ଦେଖିବାକୁ ମିଳିଛି। ଶୁଭାଶିଷଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାବେଳେ ରକ୍ତ ଛିଟା ଲାଗିଛି।
ଲକ୍ଷ୍ମୀଧରଙ୍କ କହିବା ଅନୁଯାୟୀ ରାତିରେ ପୁଅ ଫେରି ନ ଥିବା ବେଳେ ସକାଳେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ପାଇ ନ ଥିଲେ। ଦିନ ଗୋଟାଏ ସମୟରେ ନବୀନଙ୍କ ଘର ପଛପଟ ବାଡିରେ ପୁଅର ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ। ତେବେ ଖବର ପ୍ରଚାରିତ ହେବାପରେ ସେଠାରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଉଦଳା ଥାନା ଅଧିକାରୀ ନିରୋଜ କୁମାର ସାମଲ, ଏସ ଡିପିଓ ସାର୍ଥକ ରାୟ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ପହଞ୍ଚି ଥିଲେ ମଧ୍ୟ କୌଣସି ସୁରାକ ମିଳି ନାହିଁ। ପରେ ଏସପି ରୁଷିକେଷ ଜ୍ଞାନଦେଓ ଖିଲାରୀ ପହଞ୍ଚି ତଦନ୍ତକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦେବା ସହ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ପୋଲିସ ପ୍ରାଥମିକ ତଦନ୍ତ ପରେ ପ୍ରେମିକା, ପ୍ରେମିକାଙ୍କ ମାଆ, ବାପା ଓ କେତେକ ସମ୍ପର୍କୀୟ ଥାନାକୁ ନେଇ ପଚରାଉଚରା କରୁଛି। ଉକ୍ତ ଘଟଣାର ୧୩୫/୨୨ରେ ଉଦଳା ଥାନାରେ ଏକ ମାମଲା ରୁଜୁ ହୋଇଛି। ଆଜି ମୃତଦେହ ବ୍ୟବଚ୍ଛେଦ ହେବ, ରିପୋର୍ଟ ଆସିଲେ ସମସ୍ତ ଘଟଣା ଜଣାପଡିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri