Posted inଖେଳ

ଭାରତୀୟ ମହିଳା ଦଳକୁ ଐତିହାସିକ ସ୍ବର୍ଣ୍ଣ

ଶାହା ଆଲାମ (ମାଲେସିଆ), ୧୯ା୨(ପି.ଟି):ବ୍ୟାଡ୍‌ମିଣ୍ଟନ ଏସିଆ ଟିମ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ଦଳ ଐତିହାସିକ ସ୍ବର୍ଣ୍ଣ ପଦକ ହାସଲ କରିଛି। ରବିବାର ସ୍ଥାନୀୟ ସେଟିଆ ସିଟି କନ୍‌ଭେନଶନ ସେଣ୍ଟରଠାରେ ଅନୁଷ୍ଠିତ ଫାଇନାଲରେ ଦଳ ଥାଇଲାଣ୍ଡକୁ ୩-୨ରେ ପରାସ୍ତ କରିଛି। ଦଳକୁ ଜିତାଇବାରେ ଉଦୀୟମାନ ପ୍ରତିଭା ଖେଳାଳି ଅନମୋଲ୍‌ ଖର୍ବ ପୁଣି ଥରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ଅଭିଜ୍ଞ ପି.ଭି. ସିନ୍ଧୁଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସମସ୍ତ ପ୍ରକାର କଳ୍ପନାଜଳ୍ପନା ଏଡାଇ ଦୁଇଥର ବ୍ରୋଞ୍ଜ ବିଜେତା ଥାଇଲାଣ୍ଡକୁ ପରାସ୍ତ କରି ଟାଇଟଲ ଜିତିବାରେ ସଫଳ ହୋଇଛି। ଏପ୍ରିଲ ୨୮ରୁ ମେ’ ୫ ପର୍ଯ୍ୟନ୍ତ ଚାଇନାର ଚେଙ୍ଗ୍‌ଡୁଠାରେ ଉବର କପ୍‌ ଖେଳାଯିବ। ଭାରତୀୟ ମହିଳା ଦଳର ଏହି ସଫଳତା ଦଳର ମନୋବଳ ବୃଦ୍ଧିରେ ସହାୟକ ହେବ। ଏହି ଚାମ୍ପିୟନଶିପ୍‌ରେ ଭାରତ ଅତୀତରେ କେବଳ ଦୁଇ ପଦକ ହାସଲ କରିପାରିଥିଲା। ପୁରୁଷ ଦଳ ୨୦୧୬ ଓ ୨୦୨୦ ସଂସ୍କରଣରେ ବ୍ରୋଞ୍ଜ ପଦକ ହାସଲ କରିଥିଲା। ରବିବାର ମହିଳା ଦଳର ଏହି ସଫଳତା ଭାରତୀୟ ବ୍ୟାଡ୍‌ମିଣ୍ଟନ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ବୋଲି ପୂର୍ବତନ କୋଚ୍‌ ବିମଲ କୁମାର କହିଛନ୍ତି। ଏଥିପାଇଁ ସେ ଯୁବ ଖେଳାଳିଙ୍କୁ ଶ୍ରେୟ ଦେଇଛନ୍ତି। ଭାରତ ଥୋମାସ କପ୍‌ ଜିତିବାବେଳେ ସମାନ ଅନୁଭବ ହୋଇଥିଲା। ଯଦିଓ ପ୍ରତିଯୋଗିତାରେ ଅଧିକାଂଶ ଦଳ ଭଳି ଥାଇଲାଣ୍ଡ ପୂର୍ଣ୍ଣ ଶକ୍ତିସମ୍ପନ୍ନ ଦଳ ନ ଥିଲା ତେବେ ଏହି ଦଳରେ ବହୁ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ରହିଥିଲେ। ବିଶ୍ୱର ୧୩ ନମ୍ବର ରାଚାନକ ଇଣ୍ଟାନନ ଏବଂ ୧୬ର଼୍ୟାଙ୍କିଙ୍ଗପ୍ରାପ୍ତ ପର୍ନପାଓ୍ବି ଚୋଚୁଓଙ୍ଗ୍‌ଙ୍କ ବିନା ଥାଇଲାଣ୍ଡ ଏହି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଥିଲା। ୪ ମାସ ଇଞ୍ଜୁରୀ ରହିବା ପରେ ପ୍ରତିଯୋଗିତାକୁ ଫେରିଥିବା ଦୁଇଥର ଅଲିମ୍ପିକ ପଦକ ବିଜେତା ସିନ୍ଧୁ ଦଳ ପାଇଁ ଭଲ ଆରମ୍ଭ କରିଥିଲେ। ସେ ପ୍ରଥମ ସିଙ୍ଗଲ୍ସରେ ବିଶ୍ୱର ୧୭ ନମ୍ବର ସୁପାନିଦା କେଟ୍‌ଥଙ୍ଗଙ୍କୁ ୨୧-୧୨, ୨୧-୧୨ରେ ପରାସ୍ତ କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ବିଶ୍ୱର ୨୩ ନମ୍ବର ଯୋଡ଼ି ତ୍ରିସା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ପ୍ରତିଯୋଗିତାରେ ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ବିଶ୍ୱର ୧୦ନମ୍ବର ଯୋଡ଼ି ଜଙ୍ଗ୍‌କୋଲଫାନ୍‌ କିଟିଥାରାକୁଲ ଓ ରାଓ୍ବିଣ୍ଡା ପ୍ରା ଜଙ୍ଗଜାଇଙ୍କୁ ୨୧-୧୬, ୧୮-୨୧, ୨୧-୧୬ରେ ପରାସ୍ତ କରି ଦଳରୁ ସ୍ଥିତିକୁ ସୁଦୃଢ କରିଥିଲେ। ତେବେ ଶନିବାର ପୂର୍ବତନ ବିଶ୍ୱ ଚାମ୍ପିୟନ ଜାପାନର ନୋଜୋମି ଓକୁହାରାଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିଥିବା ଅସ୍ମିତା ଛଲିଆ ଦ୍ୱିତୀୟ ସିଙ୍ଗଲ୍ସରେ ବିଶ୍ୱର ୧୮ନମ୍ବର ର଼୍ୟାଙ୍କିଙ୍ଗ ତଥା ଅଭିଜ୍ଞ ବୁସାନାନ ଅଙ୍ଗବାମ୍‌ରଙ୍ଗଫାନ୍‌ଙ୍କଠାରୁ ୧୧-୨୧, ୧୪-୨୧ରେ ପରାଜିତ ହୋଇଯାଇଥିଲେ। ପରେ ସିନିୟର ଜାତୀୟ ଚାମ୍ପିୟନ ଯୁବ ଯୋଡ଼ି ଶ୍ରୁତି ମିଶ୍ର ଓ ପ୍ରିୟା କୋନ୍‌ଜେଙ୍ଗବାମ୍‌ ବିଶ୍ୱର ୧୩ ନମ୍ବର ଯୋଡ଼ି ବେନ୍ୟାପା ଏମ୍‌ଦସାର୍ଦ ଓ ନୁତାକର୍ନ ଏମ୍‌ସାର୍ଦଙ୍କଠାରୁ ୧୧-୨୧, ୯-୨୧ରେ ସ୍ବାଭାବିକ ହାରିଯାଇଥିଲେ। ଏହି ପରାଜୟ ଦ୍ୱାରା ମୁକାବିଲା ୨-୨ ସ୍ତରକୁ ଚାଲି ଆସିଥିଲା। ଶେଷରେ ଅନମୋଲ ପୁଣି ସଙ୍କଟ ମୋଚକ ଭାବେ ଉଭା ହୋଇ ତୃତୀୟ ସିଙ୍ଗଲ୍ସରେ ବିଶ୍ୱର ୪୫ ନମ୍ବର ଖେଳାଳି ପର୍ନପିଚା ଚୋକିଓଙ୍ଗ୍‌ଙ୍କୁ ୨୧-୧୪, ୨୧-୯ରେ ପରାସ୍ତ କରି ଭାରତକୁ ବିଜୟୀ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ: ଶିବମ ଦୁବେଙ୍କ ଧୂଆଁଧାର ଅର୍ଦ୍ଧଶତକ ବେକାର

ବିଶାଖାପାଟଣା,୨୮ା୧: ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନରେ ପରାସ୍ତ କରି ସିରିଜର ପ୍ରଥମ ବିଜୟ ହାସଲ କରିଛି।…

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri