Posted inଖେଳ

ଭାରତୀୟ ମହିଳା ଦଳକୁ ଐତିହାସିକ ସ୍ବର୍ଣ୍ଣ

ଶାହା ଆଲାମ (ମାଲେସିଆ), ୧୯ା୨(ପି.ଟି):ବ୍ୟାଡ୍‌ମିଣ୍ଟନ ଏସିଆ ଟିମ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ଦଳ ଐତିହାସିକ ସ୍ବର୍ଣ୍ଣ ପଦକ ହାସଲ କରିଛି। ରବିବାର ସ୍ଥାନୀୟ ସେଟିଆ ସିଟି କନ୍‌ଭେନଶନ ସେଣ୍ଟରଠାରେ ଅନୁଷ୍ଠିତ ଫାଇନାଲରେ ଦଳ ଥାଇଲାଣ୍ଡକୁ ୩-୨ରେ ପରାସ୍ତ କରିଛି। ଦଳକୁ ଜିତାଇବାରେ ଉଦୀୟମାନ ପ୍ରତିଭା ଖେଳାଳି ଅନମୋଲ୍‌ ଖର୍ବ ପୁଣି ଥରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ଅଭିଜ୍ଞ ପି.ଭି. ସିନ୍ଧୁଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସମସ୍ତ ପ୍ରକାର କଳ୍ପନାଜଳ୍ପନା ଏଡାଇ ଦୁଇଥର ବ୍ରୋଞ୍ଜ ବିଜେତା ଥାଇଲାଣ୍ଡକୁ ପରାସ୍ତ କରି ଟାଇଟଲ ଜିତିବାରେ ସଫଳ ହୋଇଛି। ଏପ୍ରିଲ ୨୮ରୁ ମେ’ ୫ ପର୍ଯ୍ୟନ୍ତ ଚାଇନାର ଚେଙ୍ଗ୍‌ଡୁଠାରେ ଉବର କପ୍‌ ଖେଳାଯିବ। ଭାରତୀୟ ମହିଳା ଦଳର ଏହି ସଫଳତା ଦଳର ମନୋବଳ ବୃଦ୍ଧିରେ ସହାୟକ ହେବ। ଏହି ଚାମ୍ପିୟନଶିପ୍‌ରେ ଭାରତ ଅତୀତରେ କେବଳ ଦୁଇ ପଦକ ହାସଲ କରିପାରିଥିଲା। ପୁରୁଷ ଦଳ ୨୦୧୬ ଓ ୨୦୨୦ ସଂସ୍କରଣରେ ବ୍ରୋଞ୍ଜ ପଦକ ହାସଲ କରିଥିଲା। ରବିବାର ମହିଳା ଦଳର ଏହି ସଫଳତା ଭାରତୀୟ ବ୍ୟାଡ୍‌ମିଣ୍ଟନ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ବୋଲି ପୂର୍ବତନ କୋଚ୍‌ ବିମଲ କୁମାର କହିଛନ୍ତି। ଏଥିପାଇଁ ସେ ଯୁବ ଖେଳାଳିଙ୍କୁ ଶ୍ରେୟ ଦେଇଛନ୍ତି। ଭାରତ ଥୋମାସ କପ୍‌ ଜିତିବାବେଳେ ସମାନ ଅନୁଭବ ହୋଇଥିଲା। ଯଦିଓ ପ୍ରତିଯୋଗିତାରେ ଅଧିକାଂଶ ଦଳ ଭଳି ଥାଇଲାଣ୍ଡ ପୂର୍ଣ୍ଣ ଶକ୍ତିସମ୍ପନ୍ନ ଦଳ ନ ଥିଲା ତେବେ ଏହି ଦଳରେ ବହୁ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ରହିଥିଲେ। ବିଶ୍ୱର ୧୩ ନମ୍ବର ରାଚାନକ ଇଣ୍ଟାନନ ଏବଂ ୧୬ର଼୍ୟାଙ୍କିଙ୍ଗପ୍ରାପ୍ତ ପର୍ନପାଓ୍ବି ଚୋଚୁଓଙ୍ଗ୍‌ଙ୍କ ବିନା ଥାଇଲାଣ୍ଡ ଏହି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଥିଲା। ୪ ମାସ ଇଞ୍ଜୁରୀ ରହିବା ପରେ ପ୍ରତିଯୋଗିତାକୁ ଫେରିଥିବା ଦୁଇଥର ଅଲିମ୍ପିକ ପଦକ ବିଜେତା ସିନ୍ଧୁ ଦଳ ପାଇଁ ଭଲ ଆରମ୍ଭ କରିଥିଲେ। ସେ ପ୍ରଥମ ସିଙ୍ଗଲ୍ସରେ ବିଶ୍ୱର ୧୭ ନମ୍ବର ସୁପାନିଦା କେଟ୍‌ଥଙ୍ଗଙ୍କୁ ୨୧-୧୨, ୨୧-୧୨ରେ ପରାସ୍ତ କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ବିଶ୍ୱର ୨୩ ନମ୍ବର ଯୋଡ଼ି ତ୍ରିସା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ପ୍ରତିଯୋଗିତାରେ ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ବିଶ୍ୱର ୧୦ନମ୍ବର ଯୋଡ଼ି ଜଙ୍ଗ୍‌କୋଲଫାନ୍‌ କିଟିଥାରାକୁଲ ଓ ରାଓ୍ବିଣ୍ଡା ପ୍ରା ଜଙ୍ଗଜାଇଙ୍କୁ ୨୧-୧୬, ୧୮-୨୧, ୨୧-୧୬ରେ ପରାସ୍ତ କରି ଦଳରୁ ସ୍ଥିତିକୁ ସୁଦୃଢ କରିଥିଲେ। ତେବେ ଶନିବାର ପୂର୍ବତନ ବିଶ୍ୱ ଚାମ୍ପିୟନ ଜାପାନର ନୋଜୋମି ଓକୁହାରାଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିଥିବା ଅସ୍ମିତା ଛଲିଆ ଦ୍ୱିତୀୟ ସିଙ୍ଗଲ୍ସରେ ବିଶ୍ୱର ୧୮ନମ୍ବର ର଼୍ୟାଙ୍କିଙ୍ଗ ତଥା ଅଭିଜ୍ଞ ବୁସାନାନ ଅଙ୍ଗବାମ୍‌ରଙ୍ଗଫାନ୍‌ଙ୍କଠାରୁ ୧୧-୨୧, ୧୪-୨୧ରେ ପରାଜିତ ହୋଇଯାଇଥିଲେ। ପରେ ସିନିୟର ଜାତୀୟ ଚାମ୍ପିୟନ ଯୁବ ଯୋଡ଼ି ଶ୍ରୁତି ମିଶ୍ର ଓ ପ୍ରିୟା କୋନ୍‌ଜେଙ୍ଗବାମ୍‌ ବିଶ୍ୱର ୧୩ ନମ୍ବର ଯୋଡ଼ି ବେନ୍ୟାପା ଏମ୍‌ଦସାର୍ଦ ଓ ନୁତାକର୍ନ ଏମ୍‌ସାର୍ଦଙ୍କଠାରୁ ୧୧-୨୧, ୯-୨୧ରେ ସ୍ବାଭାବିକ ହାରିଯାଇଥିଲେ। ଏହି ପରାଜୟ ଦ୍ୱାରା ମୁକାବିଲା ୨-୨ ସ୍ତରକୁ ଚାଲି ଆସିଥିଲା। ଶେଷରେ ଅନମୋଲ ପୁଣି ସଙ୍କଟ ମୋଚକ ଭାବେ ଉଭା ହୋଇ ତୃତୀୟ ସିଙ୍ଗଲ୍ସରେ ବିଶ୍ୱର ୪୫ ନମ୍ବର ଖେଳାଳି ପର୍ନପିଚା ଚୋକିଓଙ୍ଗ୍‌ଙ୍କୁ ୨୧-୧୪, ୨୧-୯ରେ ପରାସ୍ତ କରି ଭାରତକୁ ବିଜୟୀ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri