ଭଙ୍ଗା କୁଡ଼ିଆରେ ଅସହାୟ ପରିବାର

ଚିତ୍ରଡ଼ା, ୬ା୭(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଭାଲିଆଡ଼ିହା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଚାଟିଆ ଗ୍ରାମର ଚାମଟୁ ବିନ୍ଧାଣିଙ୍କ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ରାଶନ କାର୍ଡ ଥାଇ ମଧ୍ୟ ସୁବିଧା ପାଉନାହାନ୍ତି। ଆବାସ ଯୋଜନାରେ ଘର ଖଣ୍ଡେ ମିଳି ନ ଥିବାରୁ ମୁଣ୍ଡ ଗୁଞ୍ଜିବାକୁ ହୀନସ୍ତା ହେଉଛନ୍ତି। ଦିନବେଳା ଯେତତେନ ଚଳିଯାଉଥିବା ବେଳେ ରାତିରେ ଭୟଭୀତ ଅବସ୍ଥାରେ ପରିବାର ସହ ରହୁଛନ୍ତି।
ଚାମଟୁଙ୍କ ପ୍ରଥମ ସ୍ତ୍ରୀ କୌଣସି କାରଣରୁ ବାପ ଘରକୁ ଚାଲି ଯିବାପରେ ୨୦୦୨ରେ ସେ ଜଣେ ଦୃଷ୍ଟିହୀନ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଦ୍ୱିତୀୟ ସ୍ତ୍ରୀଙ୍କୁ ଧରି ଗାଁ ମୁଣ୍ଡ ବିଲରେ ଛୋଟ କୁଡ଼ିଆଟିଏ କରି ସେଠାରେ ରହି ଆସୁଛନ୍ତି। ଜଙ୍ଗଲରୁ କାଠ ଆଣି ଖଟ ତିଆରି କରି ଗାଁରେ ବିକି ଗୁଜୁରାଣ ମେଣ୍ଟାଉଛନ୍ତି। ରାଶନକାର୍ଡରେ ସମସ୍ତଙ୍କ ନାଁ ଥିବା ବେଳେ ରାଶନ ସାମଗ୍ରୀ ତାଙ୍କ ପ୍ରଥମ ସ୍ତ୍ରୀ ନେଉଛନ୍ତି। ଫଳରେ ଦ୍ୱିତୀୟ ସ୍ତ୍ରୀ ଫୁଲମଣି ଓ ୩ ଝିଅ ଏଥିରୁ ବଞ୍ଚିତ ହେଉଥିବା ଚାମଟୁ କହିଛନ୍ତି। ୩ ଝିଅଙ୍କ ମଧ୍ୟରୁ ସାନ ଝିଅ ଦିବ୍ୟାଙ୍ଗ। ତାଙ୍କ ଚିକିତ୍ସା ପାଇଁ ଦୃଷ୍ଟିହୀନ ସ୍ତ୍ରୀ ପାଉଥିବା ଭତ୍ତା ଟଙ୍କା ଖର୍ଚ୍ଚ ହେଉଛି। ତାଙ୍କ ଚାଳଘର ଗତ ଅମ୍ଫନ ବାତ୍ୟାରେ ଭାଙ୍ଗିରୁଜି ଯାଇ ଏବେ ମାଟିରେ ମିଶିବାକୁ ବସିଲାଣି। ପ୍ରଥମ ସ୍ତ୍ରୀ ଓ ପୁଅଠାରୁ ରାଶନକାର୍ଡ ଅଲଗା କରି ଦ୍ୱିତୀୟ ସ୍ତ୍ରୀଙ୍କ ପରିବାର ସହିତ ଏକ ନୂତନ ରାଶନକାର୍ଡ ପାଇଁ ସେ ପ୍ରଶାସନଠାରେ ନିବେଦନ କରିଛନ୍ତି। ବିଭିନ୍ନ ସମୟରେ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଚାମଟୁଙ୍କୁ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘରଟିଏ ମିଳିପାରି ନାହିଁ। ଏନେଇ ଭାଲିଆଡ଼ିହା ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଶୁରାମ ମହାନ୍ତଙ୍କୁ ପଚାରିବାରୁ ରାଶନକାର୍ଡର ସମସ୍ୟା ଆଗାମୀ ୩ଦିନ ମଧ୍ୟରେ ସମାଧାନ କରାଯିବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ସେ ଦରଖାସ୍ତ କରି ନ ଥିବାରୁ ତାଲିକାରେ ତାଙ୍କ ନାମ ନାହିଁ । ତେବେ ବିଜୁ ପକ୍କାଘର ନିମନ୍ତେ ବିଡ଼ିଓଙ୍କୁ ଜଣାଇ ଶୀଘ୍ର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ମୋରଡ଼ାରେ ଭାରତ ବନ୍ଦର ପ୍ରଭାବ

ମୋରଡ଼ା,୧୨ା୨(ସ୍ମାରକ ମାଜୀ): ଗୁରୁବାର ସିପିଆଇ(ଏମ୍‌)ର ଶ୍ରମିକ, କୃଷକ ଓ କ୍ଷେତ ମଜଦୁର ସଂଘ ତରଫରୁ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି ଦିଆଯାଇଛି। ଫଳରେ…

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ସ୍କୁଟିକୁ ପିଟିଲା କାର: ୭ ଗୁରୁତର

ବାରିପଦା,୯।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ବେତନଟୀ ଥାନା  ଅଧିନ ୧୮ନଂ ଜାତୀୟ ରାଜପଥ ବୁଢ଼ୀଖମାରଠାରେ ଏକ ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନରେ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri