ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ ମଧ୍ୟରେ କଟକ ଏମ୍‌ପି ପ୍ରାର୍ଥୀ ସଂତୃପ୍ତ ମିଶ୍ର, କେନ୍ଦ୍ରାପଡ଼ା ଏମ୍‌ପି ପ୍ରାର୍ଥୀ ଅଂଶୁମାନ ମହାନ୍ତି, ମୟୂରଭଞ୍ଜ ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡି, ବିକ୍ରମ କେଶରୀ ଆରୁଖ, ପ୍ରମୋଦ ମଲ୍ଲିକ, ସୁଶାନ୍ତ ସିଂ ପ୍ରମୁଖ ପହଞ୍ଚି ଧନ୍ୟବାଦ ଜଣାଇଛନ୍ତି । ସେହିପରି ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆ, ସୁବାସ ବେହେରା, ନିରଞ୍ଜନ ପୂଜାରୀ, ବିପ୍ଳବ ପାତ୍ର ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଲୁଗା ପ୍ରଧାନ, ଅତନୁ ସବ୍ୟସାଚ୍ଚୀ ନାୟକ, ଦେବୀ ରଞ୍ଜନ ତ୍ରିପାଠୀ, ମାନସ ମଙ୍ଗରାଜ, ବିଷ୍ଣୁଦତ୍ତ ରାଉତରାୟ, ପ୍ରଫୁଲ୍ଲ ସାମଲ, ଅରବିନ୍ଦ ମହାପାତ୍ର, ଟୁକୁନି ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ସହ ଭାଗିରଥୀ ସେଠୀ, ଜଗନ୍ନାଥ ନାୟକ, ବଦ୍ରୀ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ ଓ ବ୍ୟୋମକେଶ ରାୟ, ଦିଲ୍ଲୀପ ତିର୍କୀ, ଶ୍ରୀକାନ୍ତ ସାହୁ, ଚନ୍ଦ୍ରସାରଥୀ ବେହେରା, ଆକାଶ ଦାସ ନାୟକ, ସୌଭିକ ବିଶ୍ୱାଳ, ପ୍ରତାପ ଦେବ, ସୁଶାନ୍ତ ସିଂ, ଜଗନ୍ନାଥ ନାୟକ ମଧ୍ୟ ନବୀନ ନିବାସରେ ପହଞ୍ଚିଛନ୍ତି।