ନୀରୋଗ ଶରୀର ଅନ୍ତରାଳେ…

ସାରା ବିଶ୍ୱରେ ନିଜ ନିଜର ପାରମ୍ପରିକ ଚିକିତ୍ସା ବିଜ୍ଞାନ ରହିଥିବା ବେଳେ ଆମ ଭାରତବର୍ଷରେ ଆୟୁର୍ବେଦୀ ଚିକିତ୍ସା ବିଜ୍ଞାନ ବହୁ ପୁରାତନ। ଏପରି ଚିକିତ୍ସା ପ୍ରଣାଳୀକୁ ସର୍ବଶ୍ରେଷ୍ଠ ସ୍ବାସ୍ଥ୍ୟରକ୍ଷା ବିଜ୍ଞାନ ଭାବେ ପ୍ରାଧାନ୍ୟ ଦିଆଯାଉଅଛି। ଯୁଗ ଯେତେ ଆଧୁନିକ ହେଲେ ସୁଦ୍ଧା ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ବର୍ଣ୍ଣିତ ବିଭିନ୍ନ ଆୟୁର୍ବେଦ ଔଷଧୀୟ ବୃକ୍ଷର ପତ୍ର, ଫୁଲ, କାଣ୍ଡ, ଓ ଚେରମୂଳିକୁ ଔଷଧ ରୂପେ ବ୍ୟବହାର ଧାରା ଏବେ ମଧ୍ୟ ଜାରି ରହିଛି। ଏଥିରେ ଦ୍ବିମତ ହେବାର ଅବକାଶ ନାହିଁ। ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ବିଭିନ୍ନ ରୋଗ ନିରୂପଣ ନିମନ୍ତେ ‘ତ୍ରିଦୋଷଜ’ ନାମରେ ଜଣା- ବାତ, ପିତ, କଫ ଆଧାର କରି ଏବଂ ରୋଗୀ ନାଡିର ଗତିବିଧିକୁ ଅନୁଧ୍ୟାନ କରି ରୋଗକୁ ନିରୂପଣ କରି ତାହାର ଉପଯୁକ୍ତ ଚିକିତ୍ସା କରାଯାଇଥାଏ। ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ ବିଭିନ୍ନ ରୋଗର ଉପଶମ ଓ ପ୍ରତିରୋଧ ନିମନ୍ତେ ବିଭିନ୍ନ ଔଷଧୀୟ ବୃକ୍ଷଲତା ମଧ୍ୟରୁ ଗନ୍ଧପସାରୁଣୀ, ବେଲ ଓ ତୁଳସୀ ଗଛର ମହତ୍ତ୍ୱପୂର୍ଣ ଭୂମିକା ରହିଛି।
ଗନ୍ଧପସାରୁଣୀ : ଏହି ଲତା ଭାରତର ସମସ୍ତ ଜାଗାରେ ଦେଖାଯାଇଥାଏ। ସ୍ବାସ୍ଥ୍ୟ ନିମନ୍ତେ ଏହାର ମୁଖ୍ୟତଃ ପତ୍ର ବ୍ୟବହାର କରାଯାଏ। ତା’ ସହ ଏହାର କାଣ୍ଡ ଓ ଚେରକୁ ମଧ୍ୟ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ଗନ୍ଧପସାରୁଣୀରେ ବିଭିନ୍ନ ରାସାୟନିକ ପଦାର୍ଥ ସହ ଭିଟାମିନ ‘ସି’ ଭରି ରହିଛି। ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ ଏବଂ ଏହାକୁ ବ୍ୟବହାର କରିବା ଦ୍ୱାରା ବହୁ ରୋଗରୁ ଉପଶମ ମିଳିଥାଏ। ଶରୀର ବେଦନାନାଶକ, ଆଣ୍ଟିଅକ୍ସିଡେଣ୍ଟ, ରୁମାଟିଜମ, ପାରାଲିସିସ ତଥା ବିଭିନ୍ନ ପ୍ରକାର ବଥ, ବାତ, ଅତିରିକ୍ତ ତରଳ ଝାଡ଼ା, ଆମାଶୟ ଝାଡ଼ା,ବନ୍ଧ୍ୟାତ୍ୱ ଦୂରୀକରଣ, ଅନ୍ତ୍ରଶୂଳ ବେଦନା, ପେଟରେ ବାୟୁ ବୃଦ୍ଧି ଆଦି ସମସ୍ୟା ପାଇଁ ଗନ୍ଧପସାରୁଣୀ ଅମୃତ ତୁଲ୍ୟ କାମ କରିଥାଏ। ଏହାର ପତ୍ର, କିଛି ପରିମାଣର ଅଦା, ରସୁଣ ଓ ଗୋଲମରିଚକୁ ଶିଳରେ ବାଟି ତାକୁ ସିଝାଇ ଉଷୁମ ଥିବା ଅବସ୍ଥାରେ ସେବନ କଲେ ବିଭିନ୍ନ ଥଣ୍ଡାଜନିତ ରୋଗରୁ ଶୀଘ୍ର ଉପଶମ ମିଳିଥାଏ।
ବେଲପତ୍ର: ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ବେଲ ବୃକ୍ଷର ଫଳ,ପତ୍ର ଓ ଚେର ବିଭିନ୍ନ ଔଷଧ ରୂପେ ବ୍ୟବହାର କରାଯାଏ। ଅନ୍ୟପକ୍ଷରେ ଏହାର କାଣ୍ଡ ଓ ପତ୍ରକୁ ବିଭିନ୍ନ ଦେବ କାର୍ଯ୍ୟରେ ଉପଯୋଗ କରାଯାଇଥାଏ। ବେଲ ସାଧାରଣତଃ ଆଜ୍‌ମା, ଡାଇରିଆ ଓ ରକ୍ତରେ ଶର୍କରା ପରିମାଣ ହ୍ରାସ କରିଥାଏ। ବେଲପତ୍ର ଭଗବାନ ଶିବଙ୍କୁ ସମର୍ପଣ କରାଯାଇଥାଏ, ଯଦ୍ଦ୍ବାର ମାନସିକ ସ୍ତରରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୋଇଥାଏ। କେବଳ ସେତିକି ନୁହେଁ ବେଲପତ୍ର ଖାଇବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ବିଭିନ୍ନ ଦୁରାରୋଗ୍ୟ ଦୂରହେବା ବିଷୟରେ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଆଧୁନିକ ସ୍ବାସ୍ଥ୍ୟ ବିଜ୍ଞାନ ମତରେ ବେଲପତ୍ରରେ ଭିଟାମିନ -ଏ, ବି-୧, ବି-୨ ଏବଂ ସି ସମେତ କ୍ୟାଲସିୟମ, ପୋଟାସିୟମ, ଆଇରନ ଆଦି ଖଣିଜ ପଦାର୍ଥ ଭରପୂର ରହିଛି, ଯାହାକି ସ୍ବାସ୍ଥ୍ୟ ପାଇଁ ହିତକାରକ। ବେଲପତ୍ର ଖାଇବା ଦ୍ୱାରା ରାଜଯକ୍ଷ୍ମା, ଯକୃତ୍‌ ଜନିତ ରୋଗ, ଅନ୍ତ୍ରାଶୟର ସଂକ୍ରମଣରୁ ଉପଶମ ମିଳିଥାଏ। ତା’ସହ ପାଚନ କ୍ରିୟା ଆହୁରି ସକ୍ରିୟ ହୋଇଥାଏ। ବେଲ ଫଳକୁ ଖାଇବା ଦ୍ୱାରା ଶରୀରରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଫୋଙ୍ଗାଲ,ଆମାଶୟ ଜନିତ ସମସ୍ୟାକୁ ଦୂର କରିଥାଏ। ବେଲରେ ଟେନିନ ନାମକ ଏକ ତତ୍ତ୍ୱ ରହିଛି, ଯାହାକି ଶରୀରରେ ଡାଇରିଆ, ହଇଜା ଆଦି ସଂକ୍ରମଣକୁ ପ୍ରତିରୋଧ କରିଥାଏ। ବେଲପତ୍ର ଓ ଏହାର ଫଳ ଶରୀର ପାଇଁ ଥଣ୍ଡାଜନିତ ଓ ପେଟଜନିତ ରୋଗରୁ ଆଶୁ ଉପକାର ଦେଇଥାଏ। ଏହାବ୍ୟତୀତ ଶରୀରର ପାଚନ ଗ୍ରନ୍ଥିରେ ଶର୍କରାର ମାତ୍ରାକୁ ସନ୍ତୁଳିତ କରିବାରେ ସହାୟକ ହୋଇଥାଏ। ବେଲପତ୍ରରୁ ପ୍ରସ୍ତୁତ ତୈଳ ଦ୍ୱାରା ବିଭିନ୍ନ ଚର୍ମ ରୋଗରୁ ଅନେକାଂଶରେ ଉପଶମ ମିଳିଥାଏ। ବେଲଫଳ ରସ ସେବନ ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ। ଅନ୍ୟପକ୍ଷରେ ଏହି ରସ ପିଇବା ଦ୍ୱାରା ବିଭିନ୍ନ ଜୈବପଦାର୍ଥରୁ ନିଃସୃତ ବିଷକ୍ରିୟା ଜନିତ ଚର୍ମରୋଗ ଦୂର ହୋଇଥାଏ। ବେଲଫଳ ରସ ସହ କିଛି ପରିମାଣର ଅଦା ଏବଂ ଗୁଡ଼ ମିଶାଇ ସେବନ କରିବା ଦ୍ୱାରା ମା’ କ୍ଷୀର ଅଭାବ ଜନିତ ସମସ୍ୟା ଦୂର ହୋଇଥାଏ।
ତୁଳସୀ: ଭାରତରେ ବିଭିନ୍ନ ପ୍ରକାର ତୁଳସୀ ବୃକ୍ଷ ଦେଖା ଦେଇଥାଏ। ତୁଳସୀର ପ୍ରକାର ଭେଦ ମଧ୍ୟରେ କୃଷ୍ଣ ତୁଳସୀ,ରାମ ତୁଳସୀ,ବଣ ତୁଳସୀ, କର୍ପୂର ତୁଳସୀ, ମରୁଆ ତୁଳସୀ ଆଦି ଅନ୍ୟତମ। ଏହାକୁ ସ୍ବାସ୍ଥ୍ୟ ନିମନ୍ତେ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ଦେବ କାର୍ଯ୍ୟ ତଥା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟରେ ମଧ୍ୟ ତୁଳସୀର ଆବଶ୍ୟକତା ପଡିଥାଏ। ଭଗବାନ ବିଷ୍ଣୁ , ଶିବଙ୍କୁ ତୁଳସୀ ପତ୍ର, ତୁଳସୀ ଜଟା ଆଦି ସମର୍ପଣ କରିବା ଦ୍ୱାରା ମାନସିକ ସ୍ତରରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି ହୋଇଥାଏ। ତୁଳସୀ ପତ୍ର ଖାଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ବିଭିନ୍ନ ଦୁଃସାଧ୍ୟ ରୋଗରୁ ଉପଶମ ମିଳିବାର ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ତୁଳସୀ ପତ୍ର ସେବନ ଦ୍ୱାରା ଶରୀରର ବୃଦ୍ଧିକାରୀ ଓ ଶକ୍ତିଦାୟକ ସମସ୍ତ ରସାୟନିକ ପ୍ରକ୍ରିୟା ସନ୍ତୁଳିତ ରହିଥାଏ। ଏହା ରକ୍ତରେ ଶର୍କରା ପରିମାଣକୁ ସ୍ବାଭାବିକ ରଖିବା, ରକ୍ତ ଚାପ, ଶାରୀରିକ ଅବସାଦ ହ୍ରାସ କରିବା, ସ୍ମରଣ ଶକ୍ତି ଏବଂ ବୌଦ୍ଧିକ ଶକ୍ତିକୁ କ୍ରିୟାଶୀଳ କରିବା ସହ ଉତ୍କଣ୍ଠା ଓ ଅବସାଦକୁ ପ୍ରଶମିତ କରାଇଥାଏ। ପ୍ରତିଦିନ ତୁଳସୀ ମିଶ୍ରିତ ଜଳ ସେବନ ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ଜୀବାଣୁ, ଭୂତାଣୁ, ବୀଜାଣୁ ଜନିତ ରୋଗରୁ ଉପଶମ ମିଳେ। ତା’ ସହ ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତୁଳସୀ ପତ୍ରରସ, କିଛି ମାତ୍ରାରେ ଅଦାରସ, ଗୋଲମରିଚ ଗୁଣ୍ଡ ,ମହୁକୁ ମିଶ୍ରଣ କରି ଲେହ ସଦୃଶ ସେବନ କରିବା ଦ୍ୱାରା ଦୀର୍ଘ ଦିନର ଥଣ୍ଡାଜନିତ ରୋଗରୁ ଉପଶମ ମିଳିଥାଏ।
ମାତ୍ରାଧିକ ତୁଳସୀ ପତ୍ର ସେବନ କରିବା ଦ୍ୱାରା ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେବାର ଆଶଙ୍କା ରହିଛି। ତେଣୁ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ତୁଳସୀକୁ ଔଷଧ ରୂପେ ଉପଯୁକ୍ତ ଭାବରେ ବ୍ୟବହାର କରିବା ଉଚିତ।
ଆୟୁର୍ବେଦ ଶାସ୍ତ୍ରରେ ତୁଳସୀ ବୃକ୍ଷକୁ ସ୍ବାସ୍ଥ୍ୟ ନିମନ୍ତେ ପ୍ରଧାନ୍ୟ ଦିଆଯାଇଥାଏ।ଏହାକୁ ବାସ ଗୃହରେ ସ୍ଥାପନ କରିବା ଦ୍ୱାରା ପ୍ରଚୁର ପରିମାଣରେ ଅମ୍ଳଜାନ ମିଳିଥାଏ। ତା’ସହ ଉକ୍ତ ବୃକ୍ଷରୁ ନିର୍ଗତ ସୁଗନ୍ଧ ବାସ୍ନା ଶରୀର ପାଇଁ ବେଶ୍‌ ଉପକାରୀ। ଏହା ମଧ୍ୟ ମାନସିକ ସ୍ଥିତିକୁ ସକାରାତ୍ମକ ଭାବେ ସୁଦୃଢ ରଖାଇବାରେ ସହାୟକ ହୋଇଥାଏ।
ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ଅନେକ ପ୍ରକାର ବୃକ୍ଷ ଲତା ଆଦିର ଉପକାରିତା ବିଷୟରେ ବର୍ଣ୍ଣନା କରାଯାଇଛି। ଏଗୁଡିକୁ ସ୍ବାସ୍ଥ୍ୟ ନିମନ୍ତେ ଉପଯୋଗ କରିବା ପୂର୍ବରୁ ଚିକିତ୍ସକଙ୍କ ପରାମର୍ଶ ନେବା ନିହାତି ଜରୁରୀ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ

-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଚନ୍ଦାହାଣ୍ଡି,ନବରଙ୍ଗପୁର,

ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri