ଆମ ଦେଶର ପାରମ୍ପରିକ ରୀତିନୀତି ଅନୁସାରେ ବର୍ଷକ ୬ ଋତୁ ବୋଲି ବିବେଚନା କରାଯାଇଥାଏ। ଋତୁ ଅନୁଯାୟୀ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଇଥାଏ। ବର୍ତ୍ତମାନ ସମଗ୍ର ବିଶ୍ୱରେ ପରିବେଶ ପ୍ରଦୂଷଣ ସ୍ବାସ୍ଥ୍ୟ ପାଇଁ ସତର୍କଘଣ୍ଟି ସାଜିଛି। ଜଙ୍ଗଲ ଧ୍ୱଂସ କରିବା, ବୃକ୍ଷରୋପଣ ନ କରିବା, ସବୁଜ ବନାନିକୁ କାଟି ନଷ୍ଟ କରିବା ଦ୍ୱାରା ଜଳବାୟୁରେ ଅମ୍ଳଜାନ ପରିମାଣ ହ୍ରାସ ପାଉଛି। ଅପରପକ୍ଷେ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ଦିନକୁ ଦିନ ବଢ଼ି ଚାଲିଛି। ବିଜ୍ଞାନ ମତାନୁଯାୟୀ ମାନବ ଜାତି ପୃଥିବୀ ପୃଷ୍ଠରେ ତିଷ୍ଠି ରହିବା ପାଇଁ ସୁସ୍ଥ ପରିବେଶର ଆବଶ୍ୟକତା ରହିଛି। ତେଣୁ ପରିବେଶକୁ କିପରି ପ୍ରଦୂଷଣମୁକ୍ତ କରାଯାଇପାରିବ, ସେ ନେଇ ଚେଷ୍ଟା କରାଯିବା ଜରୁରୀ। ଏ ନେଇ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଜୁନ୍ ୫ ତାରିଖକୁ ‘ବିଶ୍ୱ ପରିବେଶ ଦିବସ’ ଭାବରେ ପାଳନ କରାଯାଇଥାଏ।
ଆଜିର ମନୁଷ୍ୟ ନିଜର କ୍ଷଣସ୍ଥାୟୀ ଉପଯୋଗିତାକୁ ଗୁରୁତ୍ୱ ଦେଇ, ଦୀର୍ଘବର୍ଷ ଧରି ବଣଜଙ୍ଗଲରେ ବଞ୍ଚତ୍ ରହିଥିବା ବିଶାଳକାୟ ବୃକ୍ଷଗୁଡ଼ିକୁ କାଟି ସଫା କରିଦେଉଛି। ନିଜର ସୁବିଧା ପାଇଁ ଜଙ୍ଗଲରେ ଅଗ୍ନି ସଂଯୋଗ କରିବା ହେତୁ ବହୁମୂଲ୍ୟ ପ୍ରାକୃତିକ ସମ୍ପଦ ଅଳ୍ପ ସମୟ ମଧ୍ୟରେ ଜଳିପୋଡି ପାଉଁଶ ହେଇଯାଉଛି। ଏହାଦ୍ୱାରା ବଣଜଙ୍ଗଲରେ ବାସ କରୁଥିବା ବାଘ, ଭାଲୁ, ବାର୍ହା, ହାତୀ, ସର୍ପ ଆଦି ବିଭିନ୍ନ ବନ୍ୟଜନ୍ତୁ ସମୂହ ଗ୍ରାମାଭିମୁଖୀ ହେଉଛନ୍ତି। ସେମାନଙ୍କ ଆକ୍ରମଣରେ ଧନଜୀବନ ହାନି ହେଉଛି।
ପ୍ରକୃତି ଓ ପରିବେଶ ଅସନ୍ତୁଳିତ ରହିଲେ ତାହା ପ୍ରାଣିଜଗତ ପାଇଁ କ୍ଷତିକାରକ। ତେଣୁ ସୁସ୍ଥ ଓ ଦୀର୍ଘାୟୁ ପାଇଁ ଉତ୍ତମ ପରିବେଶ ନିହାତି ଜରୁରୀ। ଏହାର ଆଶୁ ପ୍ରତିକାର ନିମନ୍ତେ ଆମର ବାସଗୃହ ତଥା ପାରିପାଶର୍ବିକ ସ୍ଥାନରେ ବୃକ୍ଷରୋପଣର ଆବଶ୍ୟକତା ରହିଛି।
– ଡା. ବସନ୍ତ କୁମାର ଷଢ଼ଙ୍ଗୀ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭
IPL 2026: ଚେପକ୍ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ
ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…
ଭୂକମ୍ପ ଝଟ୍କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…
ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…
ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…
ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…
କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର
ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…
ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍ପି କହିଲେ ତଦନ୍ତ ଚାଲିଛି
ପୁରୀ,୩ା୪(ଅଜିତ୍ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…
ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …
ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…
ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…
ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ
କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…
Archives

