ମୁଠାଏ ମାଟି

ଦ୍ୱିତୀ ଚନ୍ଦ୍ର ସାହୁ

ନୂଆ ଘରସବୁ ସଜଡ଼ାସଜଡ଼ି ପରେ ମନ ବଳିଲା ଏଣିକି ବଗିଚା କରିବା। ସହରରେ ଘର କରିଲାବେଳେ ସ୍ଥାନ ପ୍ରତି ସମସ୍ତେ ସଚେତନ। ପ୍ରାୟ ସମସ୍ତଙ୍କର ନିଶା ଅମୂଲମୂଲ ଦରରେ କିଣାଯାଇଥିବା ଜାଗା ଯେମିତି ବରବାଦ ହେବନି। ସେଥିପାଇଁ ଇଞ୍ଜିନିୟରଙ୍କ ନିକଟରେ ନିଜେ ବସି ଘରର ପ୍ଲାନିଂ କରାଇଥାନ୍ତି। ଅଧିକାଂଶ ଲୋକଙ୍କ ଦି’ ମହଲା ଘର ତୋଳା ହୁଏ। ଗୋଟିକରେ ମାଲିକ, ଆର ଗୋଟିକ ଭଡ଼ା। ଋଣ ଭରଣା ପାଇଁ ଇଏ ଏକ ଯୋଜନା। ସେମିତିରେ ସାମ୍ନାରେ ଯଦିଓ କିଛି ସ୍ଥାନ ଛଡ଼ାଯାଇଥାଏ, କିନ୍ତୁ ସେସବୁ ପୂର୍ବରୁ ସିମେଣ୍ଟ କଂକ୍ରିଟ ହୋଇଥାଏ। ଯାନବାହନ ପାର୍କିଂ ଓ ଭୂତଳ ଜଳ ସଂରକ୍ଷଣ କୃତ୍ରିମ କୁଣ୍ଡ ପାଇଁ ସେଠାରେ ସୁବନ୍ଦୋବସ୍ତ ହୋଇଥାଏ। ଏମିତିରେ ଘରେ ବଗିଚା କରାଯିବ କୋଉଠି? ଯଦି ହେବ ଘରର ଅଗଣା, ନ ହେଲେ ପ୍ରଶସ୍ତ ଛାତ। ଅଧିକାଂଶ ସହରୀ ଲୋକ ଛାତ ବଗିଚା ପାଇଁ ଆଗ୍ରହୀ। ଛାତ ବଗିଚା ପାଇଁ ମନ ବଳିଲା କ୍ଷଣି ଦୋକାନକୁ ଯାଇ କୁଣ୍ଡ କିଣା ହୋଇ ଆସିଲା। ଫୁଲ ଗଛ ମିଳିଯିବ ନର୍ସରୀରେ। କିଂତୁ ଗଛ ଲଗେଇବା ପାଇଁ ମାଟି ଓ ଖତ ଦରକାର। ଖତ ବି କିଣିଲେ ଆଜିକାଲି ମିଳିଯାଉଛି। କିନ୍ତୁ ମାଟି ମିଳିବ କୋଉଠୁ? କୁଣ୍ଡ ପାଇଁ ମାଟି ଉଦ୍ଦେଶ୍ୟରେ ସ୍କୁଟି ଓ ଅଖା ଧରି ସହରରେ ପଇଁତରା ମରାଗଲା। ସହର ଉପକଣ୍ଠରେ ଗୋଟେ ଘରର ମୂଳଦୁଆ ପାଇଁ ଖୋଳାଯାଉଥିଲା ମାଟି। ସେଠାରେ ଗାଡି ରଖି ମାଟି ମୁଠାଏ ନେବାକୁ ଆଗ୍ରହ ପ୍ରକାଶ କରୁକରୁ ସେଠାରେ ଉପସ୍ଥିତ ଘର ମାଲିକ ମନା କଲା। କହିଲା- ‘ଆଜ୍ଞା! ଡେଲି ଡେଲି ଏମିତି ଅଖା ଧରି ଲୋକ ସବୁ ଚାଲି ଆସୁଛନ୍ତି। ମାଟିସବୁ ଏମିତି ଦେଇଦେଲେ ମୁଁ ଫେରେ ଫାଉଣ୍ଡେସନ ପରେ ଖାଲକୁ ପୋତିବି କେମିତି?’ ଏହାର ଉତ୍ତର ନ ଥିଲା।
ହତାଶା ଭିତରେ ଗାଡ଼ି ଘର ଅଭିମୁଖେ ଘୂରେଇଲି। ଏତିକିବେଳେ ଶ୍ରୀମା’ଙ୍କ ଗୋଟେ ଧାଡ଼ିି ମନେପଡ଼ିଗଲା। ସେ କହିଥିଲେ, ଦିନ ଆସିବ ମୁଠାଏ ସୁନା ଅପେକ୍ଷା ମୁଠାଏ ମାଟିର ମୂଲ ଢେରଗୁଣରେ ଅଧିକ ହେବ। ବାସ୍ତବରେ ସତକଥା। ଏବେ ମାଟିର ଦର କଷି ହେବନି। ସହରସାରା କଂକ୍ରିଟ ଜଙ୍ଗଲ। ମାଟି ଦେଖିବାକୁ ମିଳୁନି। ଚାରିଆଡେ କଂକ୍ରିଟ ଚଟାଣ। ଘରର ଅଗଣାଠାରୁ ରାସ୍ତା ଘାଟ ସବୁଠି ମାଟି ଉପରେ ସ୍ଥାୟୀ ଆସ୍ତରଣ। ବର୍ଷାପାଣି ଗଡ଼ିଗଡ଼ି ନାଳ ନଦୀ ହୋଇ ସମୁଦ୍ରକୁ ଚାଲିଯାଉଛି। ମାଟି ଭିତରକୁ ପାଣି ଭେଦି ପାରୁନି। ଏଣେ ନୂଆ ଘର ତିଆରି କରିବା ପୂର୍ବରୁ ଲୋଡ଼ା ନଳକୂଅ। ପ୍ରଥମେ ଗାଡ଼ିି ଆସି ଗଭୀର ନଳକୂପ ଖୋଳିବ। ପରେ ଘର ତୋଳା ଆରମ୍ଭ ହେବ। ଏଇମିତି ଅନେକ କାରଣରୁ ମାଟି ତଳର ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଗାଁଗହଳିରେ ଖରାଦିନେ ଯେତେ ମାରି ମାରି ହାଲିଆ ହୋଇଗଲେ ବି ଟୋପାଏ ପାଣି ଦେଇପାରୁନି ନଳକୂପ। ଗଁାରୁ ସହର ସବୁଠି ପାଣି ପାଇଁ ହାହାକାର। ଗାଁଲୋକେ ମୁନ୍ଦାଏ ପାଣି ପାଇଁ ଦୀର୍ଘ କିଲୋମିଟର ଚାଲି ଚାଲି ପାଣି ବୋହି ଆଣୁଥିବାର ଦୃଶ୍ୟ ସାଧାରଣ ହୋଇଗଲାଣି। ଏସବୁ ପ୍ରତି ଚିନ୍ତା କାହାର ନାହିଁ। ଅଥଚ ଘର ତୋଳିଲାବେଳେ ଚାଖଣ୍ଡେ କି ହାତେ ଜମି ପାଇଁ ପଡ଼ୋଶୀ ମଧ୍ୟରେ ଗଣ୍ଡଗୋଳ, ହାତାହାତି। ପରିବାର ଭିତରେ ବି ସେଇ ସମସ୍ୟା। ଭାଗବଣ୍ଟା ବେଳେ ଗଁାଗହଳିରେ ଜମିକୁ ନେଇ କେତେ ସମସ୍ୟା। ସହରରେ ଜଣେ ଅପାର ଆନନ୍ଦରେ ଜମି କିଣିଥିବ। ଘର କରିବାକୁ ଗଲାବେଳେ ଆଉ କିଏ ଘର ତୋଳି ସାରିଥିବ। ସେଇ ଜମିକୁ ଏକାଧିକ ଲୋକଙ୍କୁ ଚଞ୍ଚକତା କରି ବିକ୍ରି କରିଦେଇଥିବ ବିଲ୍‌ଡର। ତା’ପରେ ତା’ର ଠିକଣା ଖୋଜିବା କଷ୍ଟକର।
ମାଟି ଉପରେ ମାଲିକାନା ନେଇ ହଜାରେ ସମସ୍ୟା। ମାଟି ଉପରେ ନିର୍ଦ୍ଧାରିତ ଅଙ୍କାବଙ୍କା କଳ୍ପିତ ଅନେକ ରେଖା ଯେମିତି ପାଲଟିଛି ଭାଗ୍ୟରେଖା। ମାନଚିତ୍ରର ଏଇ ସୀମାରେଖାକୁ ନେଇ ସବୁଠି ଦ୍ୱନ୍ଦ୍ୱ। ଦେଶ-ଦେଶ ଭିତରେ ଯୁଦ୍ଧ ପରିସ୍ଥିତି। ରାଜ୍ୟ-ରାଜ୍ୟ ଭିତରେ ଆଇନ ଶୃଙ୍ଖଳା ପରିସ୍ଥିତି। ଜିଲା-ଜିଲା ଭିତରେ ବିବାଦ। ଗାଁ ଗାଁ ଭିତରେ ହଣାକଟା। ଏବେ ଖାଲି ମାଟି ଉପରେ ମଣିଷର ଲୋଲୁପ ଦୃଷ୍ଟି ନାହିଁ, ମାଟି ତଳେ ଥିବା ଖଣିଜ ସଂପଦ ଉପରେ ଲୋଭିଲା ନଜର। ମାଟି ଭିତର ଅମୂଲ୍ୟ ସଂପଦ ପାଇଁ ଜୋରଜବରଦସ୍ତି ଅନଧିକାର ପ୍ରବେଶକୁ ନେଇ ବିବାଦ ଓ କୋର୍ଟ କଚେରି। ଭାରତର ସୀମାରେଖା ଉପରେ ପଡ଼ୋଶୀଙ୍କ ଆକ୍ରମଣ। ଓଡ଼ିଶାର ସୀମାରେଖା ଉପରେ ସେମିତି ଆନ୍ଦ୍ର, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ଆଖି। ମୁଠାଏ ମାଟିକୁ ନେଇ ସବୁଠି ବିପ୍ଳବ। ଷାଠିଏ ସତୁରି ଦଶକରେ ବୈଷୟିକ ସାଧନ ସେମିତି କିଛି ନଥିଲା। ଗଁାରେ ଘର ତୋଳିବା ହେଉ କି ବିଲ ତିଆରି ଲାଗି ଲୋଡା ପଡୁଥିଲା କେବଳ ମଣିଷବଳ। ମାଟି ଖୋଳି ପଥର ତାଡି ଘର, କୂଅ, ବିଲ, ରାସ୍ତାଘାଟ ତିଆରି ହେଉଥିଲା। ଘର ତିଆରି ପାଇଁ ଗାଁଠାରୁ ଦୂର ଅନାବାଦୀ ମାଟି ଢେପରୁ ମାଟି ଖୋଳି ଜନ୍ଦାପିମ୍ପୁଡି ଭଳି ପରିବାରର ସଦସ୍ୟମାନେ ବୋହି ଆଣି ମାଟିକାନ୍ଥ ତିଆରି ହେଉଥିଲା। ମାଣବସା ଗୁରୁବାର ଲାଗି ପାହାଡ ତଳ ମାଟି ଖାଦାନରୁ ଚିହ୍ନିତ ରଙ୍ଗମାଟି ଅଣାଯାଉଥିଲା ଘର ଲିପିବା ପାଇଁ। ଗଛ ଲଗାଇବାକୁ କୁଣ୍ଡର ଆବଶ୍ୟକତା ପଡୁ ନଥିଲା। ଘର ପଛପଟ ପ୍ରଶସ୍ତ ବାଡ଼। ସେଠି ଫୁଲ ଫଳ ପନିପରିବାର ସମ୍ଭାର। ଔଷଧୀୟ ବୃକ୍ଷରାଜିରେ ପୂରି ଉଠୁଥିଲା ବାଡ଼। ଝାଟିମାଟିର ବାଡ଼ରେ ଯଦିଓ ପାଚେରି ଉଠୁଥିଲା, କିନ୍ତୁ ବାଡ଼କୁ ନ ମାନି ଗଛଲତା ପରସ୍ପର ଭିତରେ ପ୍ରୀତି ବାଣ୍ଟୁଥିଲେ। ଏବେ ହାତରେ ଧନ ବଳ ଅଛି ତ ମାଟି ଉପରେ ହୁକୁମତ କରିପାରିବେ। ଗଁାର ପରିସ୍ଥିତି ସଙ୍ଗିନ। ପୁଳାଏ ଟଙ୍କାକୁ ଫୋପାଡି ଜୀବନଜୀବିକା କିଣା ହୋଇପାରୁଛି। ବର୍ଷ ବର୍ଷ ଧରି ରହିଥିବା ଭିଟାମାଟି ଉପରେ ବି ଥିବା ନିଜର ମାଲିକାନା ଚାଲିଯାଉଛି ବାଏଁ ବାଏଁ ଶିଳ୍ପପତିଙ୍କ ନିକଟକୁ। ସବୁ ସୁବିଧା ନାଆରେ ଅଜଣା ଜାଗାରେ ଚିଡ଼ିଆଖାନାର ଭ୍ରମ ଭିତରେ ପୁନର୍ବାସ କଲୋନୀରେ ମଣିଷ ରହିବାକୁ ବାଧ୍ୟ। ସେଠି ମାଟି ମୁଠାଏ ସ୍ବପ୍ନ। ମାଟିର ମୋହରେ ମନ ବିଷଣ୍ଣ। ସହର କାୟା ମେଲୁଛି। ଗାଁପାଖକୁ ଭେଦିଗଲା ସହରର ସର୍ବଗିଳା ଅଜଗର। ଅକ୍ଟୋପସ ପରି ବିଲ୍‌ଡରଙ୍କ ଘେରରେ ଗାଁର ସବୁଜ ଜମି। ସହରରେ ଲୋକଙ୍କ ପାଇଁ ମାଟି ନାହିଁ। ଅଛି ତ କୋଉ ସହରତଳିର ଅସ୍ଥାୟୀ କୁଡ଼ିଆ ଭିତରେ ଜୀବନ। ଏମିତି ଗୋଳେଇଘାଣ୍ଟି ହେଉଥିବା ମନ ସହ ଘରକୁ ଫେରିଲି। ଘର ଲୋକଙ୍କ ହାତକୁ ଖାଲି ଅଖା ବଢ଼େଇ ଦେଇ କହିଲି- ‘ମାଟି ପାଇଁ ପାଖ ଗାଁକୁ ଯିବାକୁ ହେବ।’ ଏମିତି କଥା ଶୁଣିବାକୁ କେହି ଆଦୌ ପ୍ରସ୍ତୁତ ନଥିଲେ। ଚେହେରାରୁ ଲାଗୁଥିଲା ସେମାନଙ୍କ ହୃଦୟର ପାହାଡ଼ରୁ ମାଟି ଅତଡ଼ା ଖସି ଛାତ ବଗିଚା କରିବାର ଆଗ୍ରହକୁ ରାସ୍ତାରୋକୋ କରିଦେଉଥିଲା।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri