ଭାଲୁ ସହ ଅଧଘଣ୍ଟାର ଲଢେଇ, ପରେ…

ବୈପାରୀଗୁଡା ୧୭।୨: ଭାଲୁ ସହ ଅଧଘଣ୍ଟାର ଲଢେଇ । ହାରିଗଲା ଭାଲୁ, ମରଣ ମୁହଁରୁ ଜୀବନ ଫେରିପାଇଲେ ଯୁବକ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଘଗୁଡାରେ ।
ସୂଚନାଯୋଗ୍ୟ, କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଘଗୁଡାରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଜଗବନ୍ଧୁ ହରିଜନ ଗୁରୁତର ହୋଇଛନ୍ତି । ଜଗବନ୍ଧୁ ଶୁକ୍ରବାର ରାତିରେ କୁନ୍ଦୁରାଠାରୁ ନିଜ ଗାଁ ବାଘଗୁଡା ଅଭିମୁଖେ ଯାଉଥିବା ବେଳେ ହଠାତ ଭାଲୁ ସହ ମୁହାଁମୁହିଁ ହୋଇଥିଲେ । ଜଗବନ୍ଧୁ ସାହାସିକତାର ସହ ଭାଲୁ ସହ ଅଧା ଘଣ୍ଟା ଧରି ଲଢ଼େଇ କରି ଭାଲୁ ମୁହଁରୁ ରକ୍ଷା ପାଇଯାଇଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘରେ ପହଞ୍ଚିବା କ୍ଷଣି ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ଜୟପୁରକୁ ସ୍ଥାନାନ୍ତର କରାଯାଇଥିଲା।