ମୋ ପରିବାରକୁ ଭଲ ପାଉଥିବା ଝିଅ ହେବ ମୋ ଲାଇଫ ପାର୍ଟନର୍‌

ପିଲାଦିନ
ପିଲାଦିନେ ମୁଁ ବେଶି ଦୁଷ୍ଟ ନ ଥିଲି। କିନ୍ତୁ ମୁଁ ଯୋଉଠିକୁ ଯାଉଥିଲି ପଡ଼ିଯାଉଥିଲି ଅବା କୋଉଠି ବାଡ଼େଇ ହୋଇ ଖଣ୍ଡିଆ ଖାବରା ହେଉଥିଲି। ସେଥିପାଇଁ ମା’ ମତେ ଅଥର୍ବା ବୋଲି ଡାକୁଥିଲେ। ମତେ ଏକୁଟିଆ ଛାଡ଼ିବାକୁ ସେମାନେ ଡରୁଥିଲେ। ଥରେ କିନ୍ତୁ ମୁଁ କାହାକୁ କିଛି ନ କହି ଘରପଛପଟକୁ ଖେଳିବାକୁ ପଳେଇଥିଲି। ସେଠି ପିଲାମାନେ ଚପଲ କାଟି, ହକିଷ୍ଟିକ୍‌ ପରି ବଙ୍କା ବାଡ଼ିରେ ଖେଳୁଥିଲେ। ହଠାତ୍‌ ଏକ ବାଡ଼ି ଆସି ମୋ ମୁଣ୍ଡରେ ବାଜିଥିଲା। ଆଉ ମୁଁ ସେନ୍ସଲେସ୍‌ ହୋଇଯାଇଥିଲି। ଏ ଖବର ଯେତେବେଳେ ଘରକୁ ଗଲା ସମସ୍ତେ ବ୍ୟସ୍ତ ହୋଇଯାଇଥିଲେ। ମା’ ମତେ ଘରକୁ ନେଲେ। ହେଲେ ବାପା ରାଗିକି ମତେ ଘରୁ ବାହାରି ଯିବାକୁ କହିବା ସହ ସେଇ ପିଲାଙ୍କ ପାଖକୁ ଯାଇ ତାଙ୍କ ସହ ରହ ବୋଲି କହିଥିଲେ। ଏଇ ଗୋଟିଏ ଥର ହିଁ ମୁଁ ଖେଳିବା ପାଇଁ ଲୁଚିକି ଯାଇଥିଲି। ଖେଳାଖେଳିରେ ମୁଁ ସେତେଟା ଭଲ ନ ଥିଲି। କିନ୍ତୁ ପିଲାଦିନୁ ମୋର ସ୍ବପ୍ନ ଥିଲା ଗୋଟେ। ସେ ହେଉଛି ହିରୋ ହେବା।
ଅଭିନୟରେ ପ୍ରଥମ ପାଦ
ମୋ ପିଉସା କୈଳାସ ଚନ୍ଦ୍ର ସେନାପତି ଡ୍ରାମାରେ ମ୍ୟୁଜିକ ଡାଇରେକ୍ଟର ଥିଲେ। ସେ ଅଜିତ ଦାସଙ୍କ ସହ କାମ କରୁଥିଲେ। ଥରେ ମୁଁ ପିଉସାଙ୍କ ସହ ଅଜିତ ଦାସଙ୍କ ଘରକୁ ଯାଇଥାଏ, ସେଇଠି ସେ ମତେ ଦେଖି ପଚାରିଥିଲେ ଅଭିନୟ କରିବୁ? ମୁଁ ହଁ କରିଥିଲି। ଆଉ ସେ ମତେ ‘ସମ୍ପର୍କ’ ସିରିୟଲରେ ଏକ ଛୋଟିଆ କ୍ୟାରେକ୍ଟରରେ ଅଭିନୟ କରିବାର ସୁଯୋଗ ଦେଇଥିଲେ। ସେତେବେଳେ ମତେ ବୟସ ମାତ୍ର ୩ ବର୍ଷ। ତା’ପରେ ମୋର ଆଗ୍ରହ ବଢ଼ିଯାଇଥିଲା। ଯେହେତୁ ଆମ ପରିବାରର କେହି ଫିଲ୍ମ ଲାଇନ୍‌ରେ ନ ଥିଲେ ମୁଁ ନାଚ ମାଧ୍ୟମରେ ଅଭିନୟ କ୍ଷେତ୍ରରେ ଆଗକୁ ବଢ଼ିବି ଭାବି ନାଚ ଶିଖୁଥିଲି। ଆଉ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିଲି। ୨୦୦୪ରେ ବୁମ୍‌ ସାକାଲାକାରେ ପ୍ରଥମ ହୋଇଥିଲି। ତା’ସହ ମଞ୍ଚ ନାଟକ ବି କରୁଥିଲି। ହର ପଟ୍ଟନାୟକଙ୍କ ଅନ୍ବେଷଣ ୨୦୦୬ରେ ମୁଁ ନୃତ୍ୟରେ ପ୍ରଥମ ହୋଇଥିଲି। ସେଇଠି ହର ପଟ୍ଟନାୟକ ଘୋଷଣା କରିଥିଲେ ଯେ ଟପ୍‌ ୫ ପିଲାଙ୍କୁ ମୁଁ ମୋର ଫିଲ୍ମ ‘ପାଗଳ ପ୍ରେମୀ’ରେ ଅଭିନୟ କରିବାର ସୁଯୋଗ ଦେବି। ସେଦିନ ସେଠି ଚଣ୍ଡୀ ପରିଜା ବି ମତେ ଦେଖିଥିଲେ। ପରେ ସେ ଦିନେ ତାପସ ସରଘରିଆଙ୍କ ମାଧ୍ୟମରେ ମତେ ଡକେଇଥିଲେ। ଆଉ ମତେ ତାଙ୍କ ଚଳଚ୍ଚିତ୍ର ‘ରକତେ ଲେଖିଛି ନାଁ’ରେ ଶିଶୁ କଳାକାରଭାବେ ସୁଯୋଗ ଦେଲେ। ଏଇ ଚଳଚ୍ଚିତ୍ରଟି ପ୍ରଥମେ ଶୁଟିଂ ହୋଇ ରିଲିଜ୍‌ ହୋଇଥିଲା। ତେଣୁ ‘ରକତେ ଲେଖିଛି ନାଁ ’ ମୋର ପ୍ରଥମ ଚଳଚ୍ଚିତ୍ର ହେଲା ଓ ‘ପାଗଳ ପ୍ରେମୀ’ ହେଲା ଦ୍ୱିତୀୟ । ତେବେ ତୃତୀୟ ଫିଲ୍ମ ‘ସମୟ ହାତରେ ଡୋରି’ରୁ ମତେ ଲୋକେ ବେଶି ଚିହ୍ନିଥିଲେ। ଏଥିରେ ମତେ ଷ୍ଟେଟ ଆଓ୍ବାର୍ଡ ବି ମିଳିଥିଲା। ଫଳରେ ଭଲ ଭଲ ଫିଲ୍ମର ଅଫର୍‌ ଆସିଲା। ମୁଁ ସେତେବେଳେ ସବୁଠାରୁ ଅଧିକ ପାରିଶ୍ରମିକ ପାଉଥିବା ଚାଇଲ୍ଡ ଆକ୍ଟର ଥିଲି। ଆଉ ‘ତୁ ମୋର ଲଭ୍‌ ଷ୍ଟୋରୀ’ରେ ମୁଁ ହିରୋ ଭାବେ ଇଣ୍ଟ୍ରୋଡ୍ୟୁସ୍‌ ହୋଇଥିଲି।
ଅବସର ସମୟରେ ପାଲଟେ ନିର୍ଦ୍ଦେଶକ
ମୁଁ କେବେ ବି ସମୟ ନଷ୍ଟ କରିବାକୁ ଭଲ ପାଏନା। ଖାଲି ସମୟ ମିଳିବା ମାତ୍ରେ ବହି ପଢ଼େ, କବିତା /ନାଟକ ଲେଖେ, ବିଭିନ୍ନ ପ୍ରକାରର କ୍ରାଫ୍ଟ ତିଆରି କରେ। ତା’ସହ ଶର୍ଟ ଫିଲ୍ମ ବି କରେ, ଯେଉଁଥିରେ ମୁଁ ନିଜେ ସ୍କ୍ରିପ୍ଟ ଲେଖିବା ସହ ଭିଡିଓ ଏଡିଟିଂ ଓ ନିର୍ଦ୍ଦେଶନା ବି ଦେଇଥାଏ। ନିକଟରେ ବାସ୍ତବ କାହାଣୀକୁ ନେଇ ମୋର ‘ମଞ୍ଜୁନାଥ’ ନାମକ ଶର୍ଟ ଫିଲ୍ମ କୋଲକାତାର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ସମ୍ମାନିତ ହୋଇଛି।
ଫିମେଲ ଫ୍ୟାନ୍‌ଙ୍କ ପାଗଳାମୀ
ସୋସିଆଲ ମିଡିଆରେ ମୋ ନାଁରେ କେହି କେହି ଫେକ୍‌ ଆଇଡି କରି ମୋର ଯୁବତୀ ଓ ମହିଳା ଫ୍ୟାନଙ୍କ ସହ ଚାଟିଂ କରନ୍ତି। ଆଉ ସେମାନେ ସେହି ବ୍ୟକ୍ତିଙ୍କୁ ମୁଁ ଭାବି ତାଙ୍କୁ ଭଲ ପାଇ ବସନ୍ତି। ଏମିତି ବି ହୋଇଛି ସେଇ ଯୁବତୀ ଓ ମହିଳା ଆମ ଘରକୁ ଆସି ମତେ ବାହାହେବାକୁ ବି କହିଛନ୍ତି। ଥରେ ଜଣେ ବିବାହିତ ମହିଳା ଆସି ମତେ ବିବାହ କରିବାକୁ ଜିଦି କରିଥିଲେ। ଅନେକ ବୁଝାଇବା ସତ୍ତ୍ୱେ ସେ ବୁଝି ନ ଥିଲେ। ଆଉ ଆମକୁ ପୋଲିସଙ୍କ ସହାୟତା ନେବାକୁ ପଡ଼ିଥିଲା।
ଲାଇଫ ପାର୍ଟନର୍‌
ଏପର୍ଯ୍ୟନ୍ତ ମୁଁ ଲାଇଫ ପାର୍ଟନର୍‌ ବିଷୟରେ କିଛି ଭାବିନି। ତେବେ ଯିଏ ମୋ ବାପା ମା’ ତଥା ମୋ ପୂରା ପରିବାରକୁ ଭଲ ପାଇବ ମୁଁ ତାକୁ ହିଁ ବିବାହ କରିବି।
ପ୍ରିୟ ମଣିଷ
ଏମିତି ତ ପରିବାରର ସମସ୍ତେ ମୋର ପ୍ରିୟ। ତେବେ ଜେଜେବାପା ଜେଜେମା’ଙ୍କ ସ୍ଥାନ ମୋ ହୃଦୟରେ ଟିକେ ସ୍ବତନ୍ତ୍ର। ବାପା ଆଡଭୋକେଟ୍‌ ହୋଇଥିବାରୁ ପିଲାଦିନୁ ମୋ ସହ କେବେ ବି କେଉଁ ଶୁଟିଂକୁ ଯାଇପାରୁ ନ ଥିଲେ। ଜେଜେବାପା ଓ ଜେଜେମା’ ହିଁ ମୋ ସହ ଯାଉଥିଲେ। ମୁଁ ମୋ ଜେଜେବାପାଙ୍କୁ ଆଦରରେ ‘ଭାଇ’ ଓ ଜେଜେମା’କୁ ‘ଦିଦି’ ବୋଲି ଡାକେ। ଖୁସିର ମୁହୂର୍ତ୍ତ
ଚଳିତ ବର୍ଷ ଜୁନ ୧୦ରେ ମୋ ଫିଲ୍ମ ‘ଦିଲ୍‌ ମୋର ମାନେନା’ ରିଲିଜ୍‌ ହୋଇଥିଲା। ଆଉ ମୁଁ ଜେଜେବାପାଙ୍କ ସହ ହଲ୍‌କୁ ଯାଇଥିଲି। ସେଠି ମୋ ଫ୍ୟାନ୍‌ମାନେ ମତେ ଦେଖି ଖୁସିରେ ଟେକି ଟେକି ନେଇଯାଇଥିଲେ। ଜେଜେବାପା ଏ ଦୃଶ୍ୟ ଦେଖି ଖୁସିରେ କାନ୍ଦି ପକେଇଥିଲେ। ସେଦିନ ମତେ ବହୁତ ଖୁସି ଲାଗିଥିଲା।
ଫିଟ୍‌ନେସ୍‌ ପାଇଁ
ଫିଟ୍‌ ରହିବା ପାଇଁ ମୁଁ ପ୍ରତିଦିନ ପ୍ରାୟ ୧୦ କି.ମି. ସାଇକେଲିଂ କରେ ଓ ଡ୍ୟାନ୍ସ ପ୍ରାକ୍ଟିସ୍‌ କରେ। ତା’ଛଡା ଜିମ୍‌ ବି ଯାଏ।
ଖାଦ୍ୟ ପ୍ରିୟ
ମୁଁ ବହୁତ ଖାଇବା ପ୍ରିୟ। ତେବେ ମତେ ବେଶି ଦେଶୀ ଖାଦ୍ୟ ଭଲ ଲାଗେ। ଦହି ମୋର ଭାରି ପ୍ରିୟ। ବାରିପଦାର ହୋଇଥିବାରୁ ନନ୍‌ ଭେଜ୍‌ରେ ମଟନ୍‌ ପସନ୍ଦ। ଆଉ ସାଙ୍ଗସାଥୀ ଏକାଠି ହେଲେ ଆମେ କେବଳ ଗୋଟିଏ କଥା ଭାବୁ ‘କ’ଣ ଖାଇବୁ, କେଉଁଠି ଖାଇବୁ’।
ଏବେ ବି ପାଏ ପକେଟ୍‌ ମନି
ଆଗରୁ ତ ପକେଟ୍‌ ମନି ମିଳୁଥିଲା। ରୋଜଗାରକ୍ଷମ ହେଲା ପରେ ବି ବାପା ମା’ ଓ ଅନ୍ୟ ବଡ଼ମାନେ ମୁଁ ନ ମାଗିଲେ ବି ପକେଟ୍‌ ମନି ଦିଅନ୍ତି।
ଇଚ୍ଛା ଅଛି
ଅଭିନେତା ଭାବେ ଜିଇବା ଓ ଅଭିନେତା ଭାବେ ମରିବାକୁ ଚାହେଁ। ଏହାଛଡା ଦ୍ୱିତୀୟ କଥା ମୁଁ କେବେ ଭାବିନି।

-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri