Posted inଫୁରସତ

ଶୀତ ମହୋତ୍ସବ

ଉତ୍ସବ ତ ଅନେକ ଦେଖିଥିବେ ଆଉ ପାଳନ କରିଥିବେ, କିନ୍ତୁ ଏଠାରେ ଯେଉଁ ଶୀତୋତ୍ସବ କଥା କୁହାଯାଉଛି, ତାହା ଟିକେ ନିଆରା ହେବା ସହ ଆକର୍ଷଣୀୟ ମଧ୍ୟ ହୋଇଥାଏ । ଫଳରେ ଏହାକୁ ଦେଖିବାକୁ ଆଉ ସେହି ଖୁସିରେ ସାମିଲ ହେବାକୁ ପ୍ରତିବର୍ଷ ଦେଶବିଦେଶର ପର୍ଯ୍ୟଟକ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଥା’ନ୍ତି । ସେମିତି କିଛି ଖାସ୍‌ ଶୀତ ମହୋତ୍ସବକୁ ନେଇ ଏଥରର ଏହି ଉପସ୍ଥାପନା…
* ହେୟାର୍‌ ଫ୍ରିଜିଙ୍ଗ୍‌ ଫେଷ୍ଟିଭାଲ: ଶୀତଦିନେ କାନାଡ଼ାରେ ପାଳନ କରାଯାଉଥିବା ଏହା ଏକ ନିଆରା ଉତ୍ସବ। ଉତ୍ସବ ଅପେକ୍ଷା ଏହାକୁ ଏକ ପ୍ରତିଯୋଗିତା କହିଲେ ବେଶି ଠିକ୍‌ ହେବ। କାରଣ ଏଥିରେ ଭାଗ ନେଉଥିବା ସମସ୍ତ ପ୍ରତିଯୋଗୀଙ୍କୁ ଏକ ପୁଲ୍‌ ଭିତରେ ବୁଡ଼ି ରହିବାକୁ ହୋଇଥାଏ; ଯେଉଁ ପୁଲ୍‌ର ପାଣି ଦେହକୁ ଉଷୁମ ଲାଗେ। କିନ୍ତୁ ଏହି ପୁଲ୍‌ ବାହାରର ତାପମାତ୍ରା ଶୀତଦିନେ -୨୦ ଡିଗ୍ରୀରୁ ବି ଅଧିକ ଖସିଯାଏ ବୋଲି ସୂଚନା ରହିଛି। ଯଦ୍ଦ୍ବାରା ପ୍ରତିଯୋଗୀମାନେ ଶୀତଦିନେ ଯେତେବେଳେ ଏହି ପୁଲ୍‌ରେ ବୁଡ଼ି ସେମାନଙ୍କର ମୁଣ୍ଡକୁ ବାହାରକୁ ବାହାର କରନ୍ତି, ସେତେବେଳେ ସେମାନଙ୍କର କେଶ, ଆଖିପତା, ଆଇବ୍ରୋ, ଶରୀରର ଲୋମ ଏପରିକି ପୁରୁଷମାନଙ୍କର ଦାଢ଼ିରେ ବି ଖୁବ୍‌ କମ୍‌ ସମୟ ଭିତରେ ବରଫ ଜମିଯାଏ। ଫଳରେ ସେଗୁଡ଼ିକ ଦେଖିବାକୁ ଟିକେ ଭିନ୍ନ ଆକୃତିର ଲାଗିଥାଏ। ତେବେ ଯେଉଁ ବ୍ୟକ୍ତିଙ୍କର କେଶ ଦେଖିବାକୁ ଯେତେ ଅଜବ ଲାଗେ ତାଙ୍କର ସ୍କୋର୍‌ ସେତେ ବଢ଼ିଥାଏ। ଆଉ ଶେଷରେ ସେହି ବ୍ୟକ୍ତି ହିଁ ଉକ୍ତ ପ୍ରତିଯୋଗିତାର ବିଜୟୀ ପ୍ରାର୍ଥୀ ହୋଇଥା’ନ୍ତି। ଖାସ୍‌ ଏହି କାରଣ ପାଇଁ ଉକ୍ତ ପ୍ରତିଯୋଗିତାରେ ଭାଗ ନେଉଥିବା ସମସ୍ତ ପ୍ରତିଯୋଗୀ ପୁଲ୍‌ରେ ବୁଡ଼ିବା ପୂର୍ବରୁ ନିଜ କେଶକୁ ବିଭିନ୍ନ ଡିଜାଇନ୍‌ରେ ବାନ୍ଧିଥାନ୍ତି। ଫଳରେ ସେମାନଙ୍କ କେଶ ପୁଲ୍‌ରୁ ବାହାରିବା ପରେ ସେହି ଆକୃତିର ବରଫାବୃତ୍ତ ହୋଇଥାଏ। କାନାଡ଼ାର ୟୁକୋନ୍‌ସ୍ଥିତ ହ୍ବାଇଟ୍‌ହର୍ସ ନାମକ ସ୍ଥାନରେ ଥିବା ତଖିନି ହଟ୍‌ ସ୍ପ୍ରିଙ୍ଗ୍ସ ନାମକ ଏକ ପୁଲ୍‌ରେ ପ୍ରତିବର୍ଷ ଫେବୃୟାରୀରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ୨୦୧୧ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଲୋକପ୍ରିୟତା ଢେର୍‌ ରହିଥିବାରୁ ପ୍ରତିବର୍ଷ ଫେବୃୟାରୀରେ ବହୁ ପର୍ଯ୍ୟଟକ ବିଭିନ୍ନ ସ୍ଥାନରୁ ଏଠାକୁ ଆସିଥା’ନ୍ତି। ଏଥିରେ ପୁରୁଷ ଓ ମହିଳାଙ୍କର ଅଲଗା ଅଲଗା ପ୍ରତିଯୋଗିତା ହୋଇଥାଏ। ପୁରୁଷଙ୍କ ଭିତରୁ ଯିଏ ବିଜୟୀ ହୁଅନ୍ତି, ତାଙ୍କୁ ବେଷ୍ଟ ମେଲ୍‌ ଆଓ୍ବାର୍ଡ ମିଳେ। ମହିଳାଙ୍କ ଭିତରେ ଯିଏ ବିଜୟୀ ହୁଅନ୍ତୁ ତାଙ୍କୁ ବେଷ୍ଟ ଫିମେଲ୍‌ ଆଓ୍ବାର୍ଡ ମିଳିଥାଏ। କେବଳ ସେତିକି ନୁହେଁ ଏହି ପ୍ରତିଯୋଗିତାରେ ମୋଷ୍ଟ କ୍ରିଏଟିଭ୍‌ ଟାଇଟଲ୍‌ ବିଶିଷ୍ଟ ଏକ ସ୍ପେଶାଲ୍‌ ଆଓ୍ବାର୍ଡ ବି ଦିଆଯାଇଥାଏ। ଯେଉଁ ବ୍ୟକ୍ତି; ସିଏ ପୁରୁଷ ହୁଅନ୍ତୁ କି ମହିଳା ଯଦି ସିଏ କିଛି ଭିନ୍ନ ଶୈଳୀରେ ତାଙ୍କ କେଶକୁ ବରଫାବୃତ୍ତ କରାଇଥା’ନ୍ତି, ତା’ହେଲେ ତାଙ୍କୁ ଏହି ମୋଷ୍ଟ କ୍ରିଏଟିଭ୍‌ ଆଓ୍ବାର୍ଡଟି ପ୍ରଦାନ କରାଯାଇଥାଏ। ଏହାଛଡ଼ା ଯଦି କେତେଜଣ ବ୍ୟକ୍ତି ଗୋଟିଏ ଗ୍ରୁପ୍‌ ହୋଇ ଏହି ପ୍ରତିଯୋଗିତାରେ ସେମାନଙ୍କର କେଶବିନ୍ୟାସ ଦେଖାଇବାକୁ ଚାହାନ୍ତି, ତା’ହେଲେ ସେମାନଙ୍କ ପାଇଁ ମଧ୍ୟ ଏଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥାଏ। ତେବେ ଏହି ପ୍ରତିଯୋଗିତାରେ ଯିଏ ପ୍ରଥମ ସ୍ଥାନ ଅଧିକାର କରନ୍ତି, ତାଙ୍କୁ କୁଆଡ଼େ ୨୦୦୦ ଡଲାର୍‌ ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ ବୋଲି ସୂଚନା ରହିଛି। ‘ଦ ଇଣ୍ଟରନ୍ୟାଶନାଲ୍‌ ହେୟାର୍‌ ଫ୍ରିଜିଙ୍ଗ୍‌ କଣ୍ଟେଷ୍ଟ’ ନାମରେ ପରିଚିତ ଏହି ପ୍ରତିଯୋଗିତାଟି ଏବେ କାନାଡ଼ାର ଏକ ନିଆରା ଶୀତୋତ୍ସବ ଭାବେ ସାରା ବିଶ୍ୱରେ ବେଶ୍‌ ଲୋକପ୍ରିୟତା ହାସଲ କରିସାରିଲାଣି।
* କ୍ୟୁବେକ୍‌ ଓ୍ବିଣ୍ଟର୍‌ କାର୍ନିଭାଲ୍‌: କାନାଡ଼ାର କ୍ୟୁବେକ୍‌ ସିଟିରେ ପାଳନ କରାଯାଉଥିବା କ୍ୟୁବେକ୍‌ ଓ୍ବିଣ୍ଟର୍‌ କାର୍ନିଭାଲ୍‌ ହେଉଛି ଦୁନିଆର ଅନ୍ୟତମ ବଡ଼ ଶୀତ ମହୋତ୍ସବ। ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେଉଛି ‘ବୋନ୍‌ହୋମ୍ମେ କାର୍ନାଭାଲ୍‌’। ସ୍ନୋ ମ୍ୟାନ୍‌ର ରୂପ ଧାରଣ କରିଥିବା ଏହା ହେଉଛି ଏକ ମାସ୍କଟ୍‌। ପ୍ରତିବର୍ଷ ପ୍ରାୟତଃ ଫେବୃୟାରୀରେ ହିଁ ବେଶ୍‌ ଧୁମ୍‌ଧାମ୍‌ରେ ଏଠାରେ ଏହି ଉତ୍ସବଟି ପାଳନ କରାଯାଇଥାଏ। ଆଉ ସବୁବର୍ଷ ଏହି ମାସ୍କଟ୍‌ ହିଁ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଥାଏ। ତା’ଛଡ଼ା ଏହି ଉତ୍ସବରେ ପର୍ଯ୍ୟଟକ ବିଭିନ୍ନ ପ୍ରକାର ଖାଦ୍ୟ ପେୟର ମଜା ନେବା ସହ ମ୍ୟୁଜିକାଲ୍‌ ନାଇଟ୍‌ ତା’ସାଙ୍ଗକୁ ସ୍କିଂ, ସ୍ନୋବୋର୍ଡିଂ, ଆଇସ୍‌ କାନୋଇ (ବରଫ ଉପରେ ସ୍ବତନ୍ତ୍ର ଡଙ୍ଗା ଚାଳନା), ସ୍ନୋ ହକି ଭଳି କେତେକ ମଜାଦାର୍‌ ବରଫ ଖେଳର ଭରପୂର ଆନନ୍ଦ ମଧ୍ୟ ଉଠାଇଥା’ନ୍ତି। ଶୀତ ଯେତେ ବଢ଼େ ଏହିସବୁ ଖେଳର ମଜା ଏଠାରେ ସେତେ ଜମିଥାଏ। କେବଳ ସେତିକି ନୁହେଁ ଡଗ୍‌ ସ୍ଲେଡିଙ୍ଗ୍‌ ବି ହେଉଛି ଏଠାକାର ଅନ୍ୟତମ ଆକର୍ଷଣ। ଏସବୁ ବାଦ୍‌ ବରଫରେ ବିଭିନ୍ନ ପ୍ରକାରର କଳାକୃତି କରି ପ୍ରଦର୍ଶନ କରିବାରେ ବି ଏଠାକାର ବାସିନ୍ଦା ବେଶ୍‌ ଧୁରନ୍ଧର। ଖାସ୍‌ କରି ବରଫରେ ଖୁବ୍‌ ସୁନ୍ଦର ସୁନ୍ଦର ମହଲ ତିଆରି କରି ଏହି ଉତ୍ସବକୁ ଆହୁରି ଆକର୍ଷଣୀୟ କରିବାକୁ ଏଠାକାର ଲୋକେ ଖୁବ୍‌ ପସନ୍ଦ କରିଥା’ନ୍ତି। ସେଥିପାଇଁ ସେମାନେ ଖୁବ୍‌ ପରିଶ୍ରମ କରି ବହୁତ ସୁନ୍ଦର ସୁନ୍ଦର ବରଫର ମହଲ ତିଆରି କରିଥା’ନ୍ତି। ଉତ୍ସବର ଶେଷରେ ଯାହାର ମହଲ ଯେତେ ସୁନ୍ଦର ହୋଇଥାଏ, ତାକୁ ବିଜୟୀ ଘୋଷଣା ସହ ପୁରସ୍କୃତ କରାଯାଇଥାଏ ବୋଲି ସୂଚନା ରହିଛି।
* ଫର୍‌ ରେନ୍‌ଡେଜ୍‌ଭୋସ୍‌ ଫେଷ୍ଟିଭାଲ୍‌: ଆମେରିକାର ଆଲାସ୍କାଠାରେ ପ୍ରତିବର୍ଷ ଫେବୃୟାରୀ ମାସର ଶେଷ ଆଡ଼କୁ ଏକ ଶୀତ ମହୋତ୍ସବର ଆୟୋଜନ କରାଯାଇଥାଏ; ଯାହାର ନାଁ ହେଉଛି ଫର୍‌ ରେନ୍‌ଡେଜ୍‌ଭୋସ୍‌ ଫେଷ୍ଟିଭାଲ। ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେଉଛି ଟର୍ଚ୍ଚ ଲାଇଟ୍‌ ପରେଡ୍‌ ଓ ବନ୍‌ଫାୟାର୍‌। ତା’ସାଙ୍ଗକୁ ସ୍କିଂ, ସ୍ନୋ ହକି, ସ୍ନୋ ବାସ୍କେଟ୍‌ବଲ୍‌, ସ୍ନୋ ବକ୍ସିଂ ଭଳି ବିଭିନ୍ନ ପ୍ରକାରର ବରଫ ଖେଳର ଆୟୋଜନ ମଧ୍ୟ ଏହି ମହୋତ୍ସବରେ କରାଯାଇଥାଏ। ତା’ଛଡ଼ା ସ୍ଲେଜ୍‌ ଡଗ୍‌ ରେସ୍‌ ବି ହେଉଛି ଏହି ମହୋତ୍ସବର ଅନ୍ୟତମ ଆକର୍ଷଣ। କହିବାକୁ ଗଲେ ପ୍ରତିବର୍ଷ ଉକ୍ତ ମହୋତ୍ସବରେ ପ୍ରାୟ ୧୦୦ ପ୍ରକାର ପ୍ରୋଗ୍ରାମ୍‌ର ଆୟୋଜନ କରାଯାଇଥାଏ, ଯାହା ଆଗନ୍ତୁକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଏସବୁ ବ୍ୟତୀତ ବରଫରେ ତିଆରି ବିଭିନ୍ନ ପ୍ରକାରର ଆକର୍ଷଣୀୟ ପ୍ରତିମୂର୍ତ୍ତିର ପ୍ରଦର୍ଶନୀ ଏହି ମହୋତ୍ସବକୁ ଟିକେ ନିଆରା ଖ୍ୟାତି ଦେଇଥାଏ।
* ହର୍ନବିଲ୍‌ ଫେଷ୍ଟିଭାଲ୍‌: ନାଗାଲାଣ୍ଡରେ ପ୍ରତିବର୍ଷ ଡିସେମ୍ବର ପ୍ରଥମ ସପ୍ତାହ ଆଡ଼କୁ ଏକ ବଡ଼ ଧରଣର ଉତ୍ସବ ପାଳନ କରାଯାଇଥାଏ, ଯାହାର ନାଁ ହେଉଛି ହର୍ନବିଲ୍‌ ଫେଷ୍ଟିଭାଲ୍‌। ଏହା ଏକ ଶୀତ ମହୋତ୍ସବ ବୋଲି ମଧ୍ୟ କହିପାରିବା। ସୂଚନାନୁଯାୟୀ, ଏହି ଉତ୍ସବଟି ସେଠାରେ ୨୦୦୦ ମସିହାରୁ ପ୍ରତିବର୍ଷ ବେଶ୍‌ ଧୁମ୍‌ଧାମ୍‌ରେ ପାଳିତ ହୋଇ ଆସୁଅଛି। ନାଗାଲାଣ୍ଡର ପାରମ୍ପରିକ ନାଗଗୀତରୁ ଆରମ୍ଭ ହୋଇଥାଏ ଏହି ଉତ୍ସବ। ତା’ସାଙ୍ଗକୁ ଫ୍ୟାଶନ୍‌ ଶୋ’ ଓ ମିସ୍‌ ନାଗାଲାଣ୍ଡ ବ୍ୟୁଟି କଣ୍ଟେଷ୍ଟ ହେଉଛି ଉକ୍ତ ମହୋତ୍ସବର ଅନ୍ୟତମ ଆକର୍ଷଣ। କେବଳ ସେତିକି ନୁହେଁ, ହର୍ବାଲ୍‌ ମେଡିସିନ୍‌ ଷ୍ଟଲ୍‌, ଫ୍ଲାଓ୍ବାର୍‌ ଶୋ, ନାଗାଲାଣ୍ଡର ପାରମ୍ପରିକ ଖାଦ୍ୟକୁ ନେଇ ଆୟୋଜନ କରାଯାଉଥିବା ଫୁଡ୍‌ ଷ୍ଟଲ୍‌ ବି ଏହି ମହୋତ୍ସବରେ ନିଆରା ଅନୁଭୂତି ଦେଇଥାଏ ପର୍ଯ୍ୟଟକଙ୍କୁ। ଏସବୁବାଦ୍‌ ଏହି ଉତ୍ସବରେ ନାଗାଲାଣ୍ଡବାସୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପେଣ୍ଟିଙ୍ଗ୍ସ, ଉଡ୍‌ କାର୍ଭିଙ୍ଗ୍‌ ତଥା ପ୍ରତିମୂର୍ତ୍ତିଗୁଡ଼ିକ ବି ବେଶ୍‌ ଆକର୍ଷଣୀୟ ଲାଗିଥାଏ ଦେଖିବାକୁ।
* ହଟ୍‌ ଏୟାର୍‌ ବେଲୁନ୍‌ ଫେଷ୍ଟିଭାଲ୍‌: ସୂଚନାନୁଯାୟୀ, ପ୍ରତିବର୍ଷ ଜାନୁୟାରୀରେ ସୁଇଜର୍‌ଲାଣ୍ଡର ଚାଟ୍ୟୁ -ଡି ଓଏକ୍ସଠାରେ ପ୍ରାୟ ୯ ଦିନ ବ୍ୟାପୀ ଏହି ଫେଷ୍ଟିଭାଲ୍‌ଟିକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ; ଯାହାର ନାଁ ହେଉଛି ଇଣ୍ଟର ନ୍ୟାଶନାଲ୍‌ ହଟ୍‌ ଏୟାର୍‌ ବେଲୁନ୍‌ ଫେଷ୍ଟିଭାଲ୍‌। ଏଥିରେ ପ୍ରାୟ ଶତାଧିକ ସଂଖ୍ୟାରେ ହଟ୍‌ ଏୟାର୍‌ ବେଲୁନ୍‌ ଏକକାଳୀନ ଆକାଶରେ ଉଡୁଥିବାର ନିଆରା ଦୃଶ୍ୟ ଦେଖିବାର ସୁଯୋଗ ମିଳିଥାଏ। ସେହିପରି ଜାପାନ୍‌ର ସାଗା ପ୍ରିଫେକ୍ଚର ନାମକ ଏକ ସ୍ଥାନରେ ପ୍ରତିବର୍ଷ ନଭେମ୍ବର ମାସରେ ସାଗା ଇଣ୍ଟର ନ୍ୟାଶନାଲ୍‌ ବେଲୁନ୍‌ ଫିଏଷ୍ଟା ନାମରେ ଏକ ମହୋତ୍ସବ ପାଳନ କରାଯାଇଥାଏ; ଯାହାକୁ ଦେଖିବାକୁ ଲକ୍ଷାଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କର ଆଗମନ ହୋଇଥାଏ। ଭାରତର କେତେକ ସ୍ଥାନରେ ବି ଏହି ଶୀତଦିନେ ହଟ୍‌ ଏୟାର୍‌ ବେଲୁନ୍‌ରେ ବସିବାର ସୁବିଧା ପର୍ଯ୍ୟଟକଙ୍କୁ ପ୍ରଦାନ କରାଯାଇଥାଏ। ଯେମିତିକି ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଗୋଆ, କର୍ନାଟକ, ରାଜସ୍ଥାନ, ହିମାଚଳ ପ୍ରଦେଶ ଇତ୍ୟାଦି।
* ମାଉଣ୍ଟ ଆବୁ ଓ୍ବିଣ୍ଟର ଫେଷ୍ଟିଭାଲ୍‌: ରାଜସ୍ଥାନର ଏକ ହିଲ୍‌ ଷ୍ଟେଶନ ହେଉଛି ମାଉଣ୍ଟ ଆବୁ। ଏଠାରେ ମଧ୍ୟ ପ୍ରତିବର୍ଷ ଡିସେମ୍ବରରେ ବେଶ୍‌ ଧୁମ୍‌ଧାମ୍‌ରେ ଶୀତ ମହୋତ୍ସବ ପାଳନ କରାଯାଇଥାଏ। ସମୁଦ୍ରପତ୍ତନରୁ ପ୍ରାୟ ୧୨୧୯ ମିଟର ଉଚ୍ଚତାରେ ଥିବା ଏହି ହିଲ୍‌ ଷ୍ଟେଶନରେ ଶୀତଦିନେ ଯେଉଁ ଉତ୍ସବ ପାଳନ କରାଯାଏ, ତାହାର ମୁଖ୍ୟ ଆକର୍ଷଣ ଥାଏ ବିଭିନ୍ନ ପ୍ରକାରର ପାରମ୍ପରିକ ନାଚ, ଗୀତ, ମ୍ୟୁଜିକାଲ୍‌ ନାଇଟ୍ସ, ମେଳା ଓ ଆତସବାଜି। ତା’ଛଡ଼ା ଗୁଡ଼ି ଉଡ଼ା, ହଟ୍‌ ଏୟାର୍‌ ବେଲୁନ୍‌, କ୍ରିକେଟ୍‌ ଟୁର୍ନାମେଣ୍ଟ, ଗିଲି ଦଣ୍ଡା ଖେଳ, କବିତା ପାଠ ବି ଏହି ମହୋତ୍ସବକୁ ନିଆରା ଆକର୍ଷଣ ଦେଇଥାଏ। ସେଥିପାଇଁ ଅନ୍ୟଦିନ ଅପେକ୍ଷା ପ୍ରତିବର୍ଷ ଡିସେମ୍ବରରେ ଏଠାରେ ବହୁ ଜନ ସମାଗମ ହୋଇଥିବାର ଦେଖିବାକୁ ମିଳେ।
*ଜୟସାଲ୍‌ମେର୍‌ ଡିଜର୍ଟ ଫେଷ୍ଟିଭାଲ୍‌: ରାଜସ୍ଥାନର ଜୟସାଲ୍‌ମେର୍‌ରେ ବି ଫେବୃୟାରୀ ମାସରେ ଏକ ବଡ଼ ଧରଣର ଉତ୍ସବ ପାଳନ କରାଯାଇଥାଏ, ଯାହାର ନାଁ ହେଉଛି ଡିଜର୍ଟ ଫେଷ୍ଟିଭାଲ୍‌। ହାଲୁକା ହାଲୁକା ଶୀତରେ ଏହି ଉତ୍ସବକୁ ଉପଭୋଗ କରିବାର ନିଆରା ଆନନ୍ଦ ଲଭିବାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥା’ନ୍ତି। ଓଟଙ୍କର ଦୌଡ଼ ପ୍ରତିଯୋଗିତା, ପଗଡ଼ି ବନ୍ଧା ପ୍ରତିଯୋଗିତା, ମିଷ୍ଟର ଡିଜର୍ଟ କମ୍ପିଟିଶନ ଇତ୍ୟାଦି ହେଉଛି ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ। ତା’ଛଡ଼ା ମହୋତ୍ସବରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ପାରମ୍ପରିକ ନାଚ, ଗୀତର ଝଲକ ବି ବେଶ୍‌ ଆନନ୍ଦ ଦେଇଥାଏ ପର୍ଯ୍ୟଟକଙ୍କୁ। ମୁଖ୍ୟତଃ ଏହି ସମୟରେ ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଥାଏ ଜୟସାଲ୍‌ମେର୍‌ରେ।
*ମନାଲି ଓ୍ବିଣ୍ଟର କାର୍ନିଭାଲ୍‌: ଶୀତକୁ ଉପଭୋଗ କରିବା ପାଇଁ ହେଉ ଅବା ନୂଆବର୍ଷକୁ ସ୍ବାଗତ କରିବାକୁ ହେଉ ହିମାଚଳ ପ୍ରଦେଶର ମନାଲିଠାରେ ଡିସେମ୍ବର ମାସରୁ ବିଭିନ୍ନ ପ୍ରକାର ପ୍ରୋଗ୍ରାମ୍‌ର ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ଯେହେତୁ ଏଠାରେ ଶୀତଦିନେ ତୁଷାରପାତ ହୁଏ, ସେଥିପାଇଁ ବିଭିନ୍ନ ପ୍ରକାରର ବରଫ ଖେଳର ମଜା ଏଠି ନେଇହୁଏ। ତା’ଛଡ଼ା ବିଭିନ୍ନ ପ୍ରକାରର ପାରମ୍ପରିକ କାର୍ଯ୍ୟକ୍ରମର ଆୟୋଜନ ବି ଶୀତଦିନେ ମନାଲିକୁ ନିଆରା ଆକର୍ଷଣ ଦେଇଥାଏ। ମନାଲି ପରି ଗୋଆରେ ବି ଶୀତଦିନେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ; ଯାହା ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।
କେବଳ ଏହି ସବୁ ସ୍ଥାନ ନୁହେଁ ଦେଶବିଦେଶରେ ଆହୁରି ଏମିତି ଅନେକ ସ୍ଥାନ ରହିଛି, ଯେଉଁଠାରେ ଶୀତଦିନେ ଛୋଟବଡ଼ ଅନେକ ଉତ୍ସବର ଆୟୋଜନ କରାଯାଇଥାଏ।

ପରିଶ୍ରମ କରି ବହୁତ ସୁନ୍ଦର ସୁନ୍ଦର ବରଫର ମହଲ ତିଆରି କରିଥା’ନ୍ତି। ଉତ୍ସବର ଶେଷରେ ଯାହାର ମହଲ ଯେତେ ସୁନ୍ଦର ହୋଇଥାଏ, ତାକୁ ବିଜୟୀ ଘୋଷଣା କରାଯିବା ସହ ପୁରସ୍କୃତ କରାଯାଇଥାଏ ବୋଲି ସୂଚନା ରହିଛି।
* ଫର୍‌ ରେନ୍‌ଡେଜ୍‌ଭୋସ୍‌ ଫେଷ୍ଟିଭାଲ୍‌: ଆମେରିକାର ଅଲାସ୍କାଠାରେ ପ୍ରତିବର୍ଷ ଫେବୃୟାରୀ ମାସର ଶେଷ ଆଡ଼କୁ ଏକ ଶୀତ ମହୋତ୍ସବର ଆୟୋଜନ କରାଯାଇଥାଏ; ଯାହାର ନାଁ ହେଉଛି ଫର୍‌ ରେନ୍‌ଡେଜ୍‌ଭୋସ୍‌ ଫେଷ୍ଟିଭାଲ। ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେଉଛି ଟର୍ଚ୍ଚ ଲାଇଟ୍‌ ପରେଡ୍‌ ଓ ବନ୍‌ଫାୟାର୍‌। ତା’ସାଙ୍ଗକୁ ସ୍କିଂ, ସ୍ନୋ ହକି, ସ୍ନୋ ବାସ୍କେଟ୍‌ବଲ୍‌, ସ୍ନୋ ବକ୍ସିଂ ଭଳି ବିଭିନ୍ନ ପ୍ରକାରର ବରଫ ଖେଳର ଆୟୋଜନ ମଧ୍ୟ ଏହି ମହୋତ୍ସବରେ କରାଯାଇଥାଏ। ତା’ଛଡ଼ା ସ୍ଲେଜ୍‌ ଡଗ୍‌ ରେସ୍‌ ବି ହେଉଛି ଏହି ମହୋତ୍ସବର ଅନ୍ୟତମ ଆକର୍ଷଣ। କହିବାକୁ ଗଲେ ପ୍ରତିବର୍ଷ ଉକ୍ତ ମହୋତ୍ସବରେ ପ୍ରାୟ ୧୦୦ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ, ଯାହା ଆଗନ୍ତୁକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଏସବୁ ବ୍ୟତୀତ ବରଫରେ ତିଆରି ବିଭିନ୍ନ ପ୍ରକାରର ଆକର୍ଷଣୀୟ ପ୍ରତିମୂର୍ତ୍ତିର ପ୍ରଦର୍ଶନୀ ଏହି ମହୋତ୍ସବକୁ ଏକ ନିଆରା ଖ୍ୟାତି ଦେଇଥାଏ।
* ହର୍ନବିଲ୍‌ ଫେଷ୍ଟିଭାଲ୍‌: ନାଗାଲାଣ୍ଡରେ ପ୍ରତିବର୍ଷ ଡିସେମ୍ବର ପ୍ରଥମ ସପ୍ତାହ ଆଡ଼କୁ ଏକ ବଡ଼ ଧରଣର ଉତ୍ସବ ପାଳନ କରାଯାଇଥାଏ, ଯାହାର ନାଁ ହେଉଛି ହର୍ନବିଲ୍‌ ଫେଷ୍ଟିଭାଲ୍‌। ଏହା ଏକ ଶୀତ ମହୋତ୍ସବ ବୋଲି ମଧ୍ୟ କହିପାରିବା। ସୂଚନାନୁଯାୟୀ, ଏହି ଉତ୍ସବଟି ସେଠାରେ ୨୦୦୦ ମସିହାରୁ ପ୍ରତିବର୍ଷ ବେଶ୍‌ ଧୁମ୍‌ଧାମ୍‌ରେ ପାଳିତ ହୋଇ ଆସୁଅଛି। ନାଗାଲାଣ୍ଡର ପାରମ୍ପରିକ ନାଚଗୀତରୁ ଆରମ୍ଭ ହୋଇଥାଏ ଏହି ଉତ୍ସବ। ତା’ସାଙ୍ଗକୁ ଫ୍ୟାଶନ୍‌ ଶୋ’ ଓ ମିସ୍‌ ନାଗାଲାଣ୍ଡ ବ୍ୟୁଟି କଣ୍ଟେଷ୍ଟ ହେଉଛି ଉକ୍ତ ମହୋତ୍ସବର ଅନ୍ୟତମ ଆକର୍ଷଣ। କେବଳ ସେତିକି ନୁହେଁ, ହର୍ବାଲ୍‌ ମେଡିସିନ୍‌ ଷ୍ଟଲ୍‌, ଫ୍ଲାଓ୍ବାର୍‌ ଶୋ, ନାଗାଲାଣ୍ଡର ପାରମ୍ପରିକ ଖାଦ୍ୟକୁ ନେଇ ଆୟୋଜନ କରାଯାଉଥିବା ଫୁଡ୍‌ ଷ୍ଟଲ୍‌ ବି ଏହି ମହୋତ୍ସବରେ ନିଆରା ଅନୁଭୂତି ଦେଇଥାଏ ପର୍ଯ୍ୟଟକଙ୍କୁ। ଏସବୁବାଦ୍‌ ଏହି ଉତ୍ସବରେ ନାଗାଲାଣ୍ଡବାସୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପେଣ୍ଟିଙ୍ଗ୍ସ, ଉଡ୍‌ କାର୍ଭିଙ୍ଗ୍‌ ତଥା ପ୍ରତିମୂର୍ତ୍ତିଗୁଡ଼ିକ ବି ବେଶ୍‌ ଆକର୍ଷଣୀୟ ଲାଗିଥାଏ ଦେଖିବାକୁ।
* ହଟ୍‌ ଏୟାର୍‌ ବେଲୁନ୍‌ ଫେଷ୍ଟିଭାଲ୍‌: ସୂଚନାନୁଯାୟୀ, ପ୍ରତିବର୍ଷ ଜାନୁୟାରୀରେ ସୁଇଜର୍‌ଲାଣ୍ଡର ଚାଟ୍ୟୁ-ଡି ଓଏକ୍ସଠାରେ ପ୍ରାୟ ୯ ଦିନ ବ୍ୟାପୀ ଏହି ଫେଷ୍ଟିଭାଲ୍‌ଟିକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ; ଯାହାର ନାଁ ହେଉଛି ଇଣ୍ଟର ନ୍ୟାଶନାଲ୍‌ ହଟ୍‌ ଏୟାର୍‌ ବେଲୁନ୍‌ ଫେଷ୍ଟିଭାଲ୍‌। ଏଥିରେ ପ୍ରାୟ ଶତାଧିକ ସଂଖ୍ୟାରେ ହଟ୍‌ ଏୟାର୍‌ ବେଲୁନ୍‌ ଏକକାଳୀନ ଆକାଶରେ ଉଡୁଥିବାର ନିଆରା ଦୃଶ୍ୟ ଦେଖିବାର ସୁଯୋଗ ମିଳିଥାଏ। ସେହିପରି ଜାପାନ୍‌ର ସାଗା ପ୍ରିଫେକ୍ଚର ନାମକ ଏକ ସ୍ଥାନରେ ପ୍ରତିବର୍ଷ ନଭେମ୍ବର ମାସରେ ସାଗା ଇଣ୍ଟର ନ୍ୟାଶନାଲ୍‌ ବେଲୁନ୍‌ ଫିଏଷ୍ଟା ନାମରେ ଏକ ମହୋତ୍ସବ ପାଳନ କରାଯାଇଥାଏ; ଯାହାକୁ ଦେଖିବାକୁ ଲକ୍ଷାଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କର ଆଗମନ ହୋଇଥାଏ। ଭାରତର କେତେକ ସ୍ଥାନରେ ବି ଶୀତଦିନେ ହଟ୍‌ ଏୟାର୍‌ ବେଲୁନ୍‌ରେ ବସିବାର ସୁବିଧା ପର୍ଯ୍ୟଟକଙ୍କୁ ପ୍ରଦାନ କରାଯାଇଥାଏ। ଯେମିତିକି ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଗୋଆ, କର୍ନାଟକ, ରାଜସ୍ଥାନ, ହିମାଚଳ ପ୍ରଦେଶ ଇତ୍ୟାଦି।
* ମାଉଣ୍ଟ ଆବୁ ଓ୍ବିଣ୍ଟର ଫେଷ୍ଟିଭାଲ୍‌: ରାଜସ୍ଥାନର ଏକ ହିଲ୍‌ ଷ୍ଟେଶନ ହେଉଛି ମାଉଣ୍ଟ ଆବୁ। ଏଠାରେ ମଧ୍ୟ ପ୍ରତିବର୍ଷ ଡିସେମ୍ବରରେ ବେଶ୍‌ ଧୁମ୍‌ଧାମ୍‌ରେ ଶୀତ ମହୋତ୍ସବ ପାଳନ କରାଯାଇଥାଏ। ସମୁଦ୍ରପତ୍ତନରୁ ପ୍ରାୟ ୧୨୧୯ ମିଟର ଉଚ୍ଚତାରେ ଥିବା ଏହି ହିଲ୍‌ ଷ୍ଟେଶନରେ ଶୀତଦିନେ ଯେଉଁ ଉତ୍ସବ ପାଳନ କରାଯାଏ, ତାହାର ମୁଖ୍ୟ ଆକର୍ଷଣ ଥାଏ ବିଭିନ୍ନ ପ୍ରକାରର ପାରମ୍ପରିକ ନାଚ, ଗୀତ, ମ୍ୟୁଜିକାଲ୍‌ ନାଇଟ୍ସ, ମେଳା ଓ ଆତସବାଜି। ତା’ଛଡ଼ା ଗୁଡ଼ି ଉଡ଼ା, ହଟ୍‌ ଏୟାର୍‌ ବେଲୁନ୍‌, କ୍ରିକେଟ୍‌ ଟୁର୍ନାମେଣ୍ଟ, ଗିଲି ଦଣ୍ଡା ଖେଳ, କବିତା ପାଠ ବି ଏହି ମହୋତ୍ସବକୁ ନିଆରା ଆକର୍ଷଣ ଦେଇଥାଏ। ସେଥିପାଇଁ ଅନ୍ୟଦିନ ଅପେକ୍ଷା ପ୍ରତିବର୍ଷ ଡିସେମ୍ବରରେ ଏଠାରେ ବହୁ ଜନ ସମାଗମ ହୋଇଥିବାର ଦେଖିବାକୁ ମିଳେ।
*ଜୟସାଲ୍‌ମେର୍‌ ଡିଜର୍ଟ ଫେଷ୍ଟିଭାଲ୍‌: ରାଜସ୍ଥାନର ଜୟସାଲ୍‌ମେର୍‌ରେ ବି ଫେବୃୟାରୀ ମାସରେ ଏକ ବଡ଼ ଧରଣର ଉତ୍ସବ ପାଳନ କରାଯାଇଥାଏ, ଯାହାର ନାଁ ହେଉଛି ଡିଜର୍ଟ ଫେଷ୍ଟିଭାଲ୍‌। ହାଲୁକା ହାଲୁକା ଶୀତରେ ଏହି ଉତ୍ସବକୁ ଉପଭୋଗ କରିବାର ନିଆରା ଆନନ୍ଦ ଲଭିବାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥା’ନ୍ତି। ଓଟଙ୍କର ଦୌଡ଼ ପ୍ରତିଯୋଗିତା, ପଗଡ଼ି ବନ୍ଧା ପ୍ରତିଯୋଗିତା, ମିଷ୍ଟର ଡିଜର୍ଟ କମ୍ପିଟିଶନ ଇତ୍ୟାଦି ହେଉଛି ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ। ତା’ଛଡ଼ା ମହୋତ୍ସବରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ପାରମ୍ପରିକ ନାଚ, ଗୀତର ଝଲକ ବି ବେଶ୍‌ ଆନନ୍ଦ ଦେଇଥାଏ ପର୍ଯ୍ୟଟକଙ୍କୁ। ମୁଖ୍ୟତଃ ଏହି ସମୟରେ ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଥାଏ ଜୟସାଲ୍‌ମେର୍‌ରେ।
*ମନାଲି ଓ୍ବିଣ୍ଟର କାର୍ନିଭାଲ୍‌: ଶୀତକୁ ଉପଭୋଗ କରିବା ପାଇଁ ହେଉ ଅବା ନୂଆବର୍ଷକୁ ସ୍ବାଗତ କରିବାକୁ ହେଉ ହିମାଚଳ ପ୍ରଦେଶର ମନାଲିଠାରେ ଡିସେମ୍ବର ମାସରୁ ବିଭିନ୍ନ ପ୍ରକାର ପ୍ରୋଗ୍ରାମ୍‌ର ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ଯେହେତୁ ଏଠାରେ ଶୀତଦିନେ ତୁଷାରପାତ ହୁଏ, ସେଥିପାଇଁ ବିଭିନ୍ନ ପ୍ରକାରର ବରଫ ଖେଳର ମଜା ଏଠି ନେଇହୁଏ। ତା’ଛଡ଼ା ବିଭିନ୍ନ ପ୍ରକାରର ପାରମ୍ପରିକ କାର୍ଯ୍ୟକ୍ରମର ଆୟୋଜନ ବି ଶୀତଦିନେ ମନାଲିକୁ ନିଆରା ଆକର୍ଷଣ ଦେଇଥାଏ। ମନାଲି ପରି ଗୋଆରେ ବି ଶୀତଦିନେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ; ଯାହା ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।
କେବଳ ଏହି ସବୁ ସ୍ଥାନ ନୁହେଁ ଦେଶବିଦେଶରେ ଆହୁରି ଏମିତି ଅନେକ ସ୍ଥାନ ରହିଛି, ଯେଉଁଠାରେ ଶୀତଦିନେ ଛୋଟବଡ଼ ଅନେକ ଉତ୍ସବର ଆୟୋଜନ କରାଯାଇଥାଏ।
-ଅମ୍ବ୍ରିତା ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri