Posted inଫୁରସତ

ପ୍ରେମିକଙ୍କୁ ଫସାଇବା ପାଇଁ ୩୦ ଫେକ୍‌ ଆକାଉଣ୍ଟ ଖୋଲିଥିଲେ ପ୍ରେମିକା, ପରେ ଯାହା ଘଟିଲା ଜାଣିଲେ…

ପ୍ରେମିକ ହୁଅନ୍ତୁ କି ପ୍ରେମିକା। ଏମାନଙ୍କ ମଧ୍ୟରୁ ଯଦି କେହି ପ୍ରେମରେ ବିଫଳ ହେଲେ ତେବେ ରାଗ ଶୁଝାଇବା ପାଇଁ କିଏ କେତେ କ’ଣ ଉପାୟ ପାଞ୍ଚିଥାନ୍ତି। ଠିକ୍‌ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବତୀ ତାଙ୍କ ପୂର୍ବ ପ୍ରେମିକକୁ ବଦନାମ କରିବା ଏବଂ ହଇରାଣ କରିବା ପାଇଁ ଭିନ୍ନ ଏକ ପଦକ୍ଷେପ ନେଇଥିଲେ। ଯାହା ଫଳରେ ଯୁବକ ଜଣଙ୍କ ଜେଲ୍‌ ଯାଇଥିଲେ। ପ୍ରେମ ପାଇଁ ପ୍ରତିଶୋଧ ନେବାକୁ ଯୁବତୀ ଜଣକ ସୋସିଆଲ ମିଡିଆର ସାହାଯ୍ୟ ନେଇଥିଲେ। ସେ ତାଙ୍କ ପୂର୍ବତନ ପ୍ରେମିକଙ୍କ ନାମରେ ୩୦ଟି ନକଲି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ତିଆରି କରିଥିଲେ। ସେହି ଆକାଉଣ୍ଟରୁ ନିଜକୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଉଥିଲେ। ଏହା ସହିତ ପୂର୍ବତନ ପ୍ରେମିକ ତାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ଅଭିହିତ କରିଥିଲେ। ଏହି ଘଟଣା ତାଙ୍କ ପୂର୍ବ ପ୍ରେମିକଙ୍କ ଜୀବନକୁ କଷ୍ଟକର କରିଦେଇଛି। ଫଳରେ ପ୍ରେମିକ ଅବସାଦଗ୍ରସ୍ତ ହୋଇଥିଲେ। ଏପରିକି ତାଙ୍କୁ ଚାକିରି ହରାଇ ଜେଲ ଯିବାକୁ ପଡ଼ିଲା।

ବ୍ରିଟେନର ଲିଭରପୁଲରେ ରହୁଥିବା ୨୦ ବର୍ଷୀୟା କୋର୍ଟନି ଆୟର୍ଲାଣ୍ଡ ଏବଂ ଆଇନ୍ସଓ୍ବର୍ଥରେ ରହୁଥିବା ୨୨ ବର୍ଷୀୟ ଲୁଇସ ଜଲି ପରସ୍ପରକୁ ଭଲ ପାଉଥିଲେ। ତେବେ ଗତ ବର୍ଷ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଦୁହିଁଙ୍କ ମଧ୍ୟରେ ବିବାଦ ଏତେ ବଢ଼ି ଯାଇଥିଲା ଯେ, ସେମାନେ ଅଲଗା ହୋଇଯାଇଥିଲେ।
ଏକ ରିପୋର୍ଟ ଅନୁଯାୟୀ, ଜଲିଙ୍କୁ ଜେଲ୍‌ ପଠାଇବା ଏବଂ ନିଜକୁ ମାରିବା ଭଳି ଧମକପୂର୍ଣ୍ଣ ବାର୍ତ୍ତା ପଠାଇବା ପାଇଁ କୋର୍ଟନି ୩୦ଟି ନକଲି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ତିଆରି କରିଥିଲେ। ଏହା ସହିତ ସେ ପୋଲିସକୁ ଏକ ବିବୃତ୍ତି ଦେଇଛନ୍ତି ଯେ, ଜଲିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା, ଅଶ୍ଳୀଳ ମନ୍ତବ୍ୟ ଏବଂ ହଇରାଣ ହରକତ କରିଛନ୍ତି। ଯେତେବେଳେ ପୋଲିସ କୋର୍ଟନିଙ୍କ କଥା ଶୁଣୁଥିଲା, ଜଲିଙ୍କୁ ୮୧ ଘଣ୍ଟା ପାଇଁ ଅଟକ ରଖାଯାଇଥିଲା। ଏହି ଘଟଣା ଯୋଗୁ ଜଲି ଚାକିରି ହରାଇଲେ।

ପୋଲିସ ସାମ୍ନାରେ ଜଲି ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ବୀକାର କରି ଏକ ମାମଲା ଦାୟର କରିଥିଲେ। ଯେତେବେଳେ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା, ସେତେବେଳେ ଜଲିଙ୍କ ଦ୍ୱାରା ପଠାଯାଇଥିବା ଇନ୍‌ଷ୍ଟାଗ୍ରାମ ମେସେଜ ଉପରେ କୋର୍ଟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ବାର୍ତ୍ତାଗୁଡ଼ିକର ଅନୁସନ୍ଧାନ କରାଯାଇଥିଲା ଏବଂ ସତ୍ୟ ବାହାରିଲା। ବାସ୍ତବରେ, ଅନୁସନ୍ଧାନରେ ଏହା ସ୍ପଷ୍ଟ ହୋଇଗଲା ଯେ, ଏହି ସମସ୍ତ ମେସେଜ କୋର୍ଟନିଙ୍କ ମୋବାଇଲରୁ ଛଡ଼ାଯାଇଛି। ଏହି ସମସ୍ତ ମେସେଜର ସମାନ ଠିକଣା ଅଛି।

ଏହି ଷଡ଼ଯନ୍ତ୍ରରେ କୋର୍ଟନିଙ୍କ ନୂଆ ପ୍ରେମିକ ମଧ୍ୟ ଜଡିତ ଥିଲେ। କୋର୍ଟନି ପରେ ଏସବୁ ଭୁଲ ସ୍ବୀକାର କରିବା ସହ କ୍ଷମା ମାଗିଛନ୍ତି। କୋର୍ଟ ମଧ୍ୟ ନିଜ ଭୁଲ ପାଇଁ ଜଲିଙ୍କୁ କ୍ଷମା ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri