Posted inଫୁରସତ

ପ୍ରେମିକଙ୍କୁ ଫସାଇବା ପାଇଁ ୩୦ ଫେକ୍‌ ଆକାଉଣ୍ଟ ଖୋଲିଥିଲେ ପ୍ରେମିକା, ପରେ ଯାହା ଘଟିଲା ଜାଣିଲେ…

ପ୍ରେମିକ ହୁଅନ୍ତୁ କି ପ୍ରେମିକା। ଏମାନଙ୍କ ମଧ୍ୟରୁ ଯଦି କେହି ପ୍ରେମରେ ବିଫଳ ହେଲେ ତେବେ ରାଗ ଶୁଝାଇବା ପାଇଁ କିଏ କେତେ କ’ଣ ଉପାୟ ପାଞ୍ଚିଥାନ୍ତି। ଠିକ୍‌ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବତୀ ତାଙ୍କ ପୂର୍ବ ପ୍ରେମିକକୁ ବଦନାମ କରିବା ଏବଂ ହଇରାଣ କରିବା ପାଇଁ ଭିନ୍ନ ଏକ ପଦକ୍ଷେପ ନେଇଥିଲେ। ଯାହା ଫଳରେ ଯୁବକ ଜଣଙ୍କ ଜେଲ୍‌ ଯାଇଥିଲେ। ପ୍ରେମ ପାଇଁ ପ୍ରତିଶୋଧ ନେବାକୁ ଯୁବତୀ ଜଣକ ସୋସିଆଲ ମିଡିଆର ସାହାଯ୍ୟ ନେଇଥିଲେ। ସେ ତାଙ୍କ ପୂର୍ବତନ ପ୍ରେମିକଙ୍କ ନାମରେ ୩୦ଟି ନକଲି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ତିଆରି କରିଥିଲେ। ସେହି ଆକାଉଣ୍ଟରୁ ନିଜକୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଉଥିଲେ। ଏହା ସହିତ ପୂର୍ବତନ ପ୍ରେମିକ ତାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ଅଭିହିତ କରିଥିଲେ। ଏହି ଘଟଣା ତାଙ୍କ ପୂର୍ବ ପ୍ରେମିକଙ୍କ ଜୀବନକୁ କଷ୍ଟକର କରିଦେଇଛି। ଫଳରେ ପ୍ରେମିକ ଅବସାଦଗ୍ରସ୍ତ ହୋଇଥିଲେ। ଏପରିକି ତାଙ୍କୁ ଚାକିରି ହରାଇ ଜେଲ ଯିବାକୁ ପଡ଼ିଲା।

ବ୍ରିଟେନର ଲିଭରପୁଲରେ ରହୁଥିବା ୨୦ ବର୍ଷୀୟା କୋର୍ଟନି ଆୟର୍ଲାଣ୍ଡ ଏବଂ ଆଇନ୍ସଓ୍ବର୍ଥରେ ରହୁଥିବା ୨୨ ବର୍ଷୀୟ ଲୁଇସ ଜଲି ପରସ୍ପରକୁ ଭଲ ପାଉଥିଲେ। ତେବେ ଗତ ବର୍ଷ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଦୁହିଁଙ୍କ ମଧ୍ୟରେ ବିବାଦ ଏତେ ବଢ଼ି ଯାଇଥିଲା ଯେ, ସେମାନେ ଅଲଗା ହୋଇଯାଇଥିଲେ।
ଏକ ରିପୋର୍ଟ ଅନୁଯାୟୀ, ଜଲିଙ୍କୁ ଜେଲ୍‌ ପଠାଇବା ଏବଂ ନିଜକୁ ମାରିବା ଭଳି ଧମକପୂର୍ଣ୍ଣ ବାର୍ତ୍ତା ପଠାଇବା ପାଇଁ କୋର୍ଟନି ୩୦ଟି ନକଲି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ତିଆରି କରିଥିଲେ। ଏହା ସହିତ ସେ ପୋଲିସକୁ ଏକ ବିବୃତ୍ତି ଦେଇଛନ୍ତି ଯେ, ଜଲିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା, ଅଶ୍ଳୀଳ ମନ୍ତବ୍ୟ ଏବଂ ହଇରାଣ ହରକତ କରିଛନ୍ତି। ଯେତେବେଳେ ପୋଲିସ କୋର୍ଟନିଙ୍କ କଥା ଶୁଣୁଥିଲା, ଜଲିଙ୍କୁ ୮୧ ଘଣ୍ଟା ପାଇଁ ଅଟକ ରଖାଯାଇଥିଲା। ଏହି ଘଟଣା ଯୋଗୁ ଜଲି ଚାକିରି ହରାଇଲେ।

ପୋଲିସ ସାମ୍ନାରେ ଜଲି ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ବୀକାର କରି ଏକ ମାମଲା ଦାୟର କରିଥିଲେ। ଯେତେବେଳେ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା, ସେତେବେଳେ ଜଲିଙ୍କ ଦ୍ୱାରା ପଠାଯାଇଥିବା ଇନ୍‌ଷ୍ଟାଗ୍ରାମ ମେସେଜ ଉପରେ କୋର୍ଟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ବାର୍ତ୍ତାଗୁଡ଼ିକର ଅନୁସନ୍ଧାନ କରାଯାଇଥିଲା ଏବଂ ସତ୍ୟ ବାହାରିଲା। ବାସ୍ତବରେ, ଅନୁସନ୍ଧାନରେ ଏହା ସ୍ପଷ୍ଟ ହୋଇଗଲା ଯେ, ଏହି ସମସ୍ତ ମେସେଜ କୋର୍ଟନିଙ୍କ ମୋବାଇଲରୁ ଛଡ଼ାଯାଇଛି। ଏହି ସମସ୍ତ ମେସେଜର ସମାନ ଠିକଣା ଅଛି।

ଏହି ଷଡ଼ଯନ୍ତ୍ରରେ କୋର୍ଟନିଙ୍କ ନୂଆ ପ୍ରେମିକ ମଧ୍ୟ ଜଡିତ ଥିଲେ। କୋର୍ଟନି ପରେ ଏସବୁ ଭୁଲ ସ୍ବୀକାର କରିବା ସହ କ୍ଷମା ମାଗିଛନ୍ତି। କୋର୍ଟ ମଧ୍ୟ ନିଜ ଭୁଲ ପାଇଁ ଜଲିଙ୍କୁ କ୍ଷମା ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri