ଯୋରନ୍ଦା ଷ୍ଟେଶନରେ ଟ୍ରେନ୍‌ ଇଞ୍ଜିନରେ ଲାଗିଲା ନିଆଁ

ଢେଙ୍କାନାଳ,୨୨ା୨(ରତନ ନାୟାର): ଢେଙ୍କାନାଳ ଜିଲା ଗୋବିନ୍ଦପୁରସ୍ଥିତ ଯୋରନ୍ଦା ରୋଡ୍‌ ରେଳଷ୍ଟେଶନ ନିକଟରେ ଇଞ୍ଜିନ ସହ ଏକ ମେଣ୍ଟେନାନ୍ସ ଭ୍ୟାନ ଜଳିଯାଇଛି। ରାଜ ଆଠଗଡ଼ରୁ ଢେଙ୍କାନାଳ ଯାଇଥିବା ବେଳେ ଜେନେରେଟରରେ ସମସ୍ୟା ହୋଇ ନିଆଁ ଲାଗିଥିଲା। ଢେଙ୍କାନାଳରୁ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଜାରି ରଖିଛନ୍ତି। ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି। ଏହି ରାସ୍ତାରେ ରେଳ ଚଳାଚଳ ବନ୍ଦ ରହିଛି।