ତାରାତାରିଣୀ ପୀଠରେ ଲାଗିଲା ନିଆଁ

ପୁରୁଷୋତ୍ତମପୁର,୧୨।୧୦(ଡି.ଏନ୍‌.ଏ.) ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ତାରା ତାରିଣୀଙ୍କ ପୀଠରେ ଏକ ଅଘଟଣ ଘଟିଛି। ମଙ୍ଗଳବାର ପବିତ୍ର ମହାସପ୍ତମୀ ପୂଜା ଚାଲିଥିବା ସମୟରେ ମା’ଙ୍କ ପୀଠରେ ନିଆଁ ଲାଗିଥିବା ସୂଚନା ମିଳିଛି।

ମାନସିକଧାରୀମାନେ ଷୋଳ ପର୍ବ ଓ ନବରାତ୍ର ଲାଗି ମା’ଙ୍କ ପୀଠରେ ଥିବା ଦୀପ ଘରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଏଥିରେ କାହାର କିଛି କ୍ଷତି ଘଟିନଥିବା ଜଣାପଡିଛି। ମାନସିକ ଧାରୀଙ୍କ ଲାଗିଥିବା ସମସ୍ତ ଦୀପମାନ ଜଳି ଯାଇଥିବା ବେଳେ କବାଟ ଝରକା ମଧ୍ୟ କିଛି ମାତ୍ରାରେ ପୋଡିଯାଇଛି। ଏହାର ଖବର ପାଇ ପୁରୁଷୋତ୍ତମପୁର ଅଗ୍ନିଶମ ଅଧିକାରୀ ଉମାଚରଣ ଭଟ୍ଟମିଶ୍ର ସଦଳବଳେ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ। ମନ୍ଦିରରେ ଏଭଳି ଅଘଟଣ ଦେଖି ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ଅଶୁଭ ସଙ୍କେତ ବୋଲି କହିଛନ୍ତି। ଖବର ପାଇ ପୁରୁଷୋତ୍ତମପୁର ତହସିଲଦାର ନିତିଶ୍‌ କୁମାର ତ୍ରିପାଠୀ ଘଟଣାସ୍ଥଳକୁ ଯାଇ ପରିସ୍ଥିତିର ସମୀକ୍ଷା କରିଛନ୍ତି। କିଭଳି ଦୀପ ଘରେ ନିଆଁ ଲାଗିଲା ତାହାର କାରଣ ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ୟଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri