ସଂଗ୍ରାମୀ ସ୍ମୃତିବନ ଅନ୍ୟମାନଙ୍କ ପାଇଁ ଉଦାହରଣ

ବରଗଡ଼,୨୭।୭(ପ୍ରେମାନନ୍ଦ ଖମାରୀ): ଦେଶ ମାତୃକାର ସ୍ବାଧୀନତା ପାଇଁ ଅନେକ ସଂଗ୍ରାମୀଙ୍କ ଅବଦାନ ଅତୁଳନୀୟ ଓ ଅବର୍ଣ୍ଣନୀୟ । ବ୍ରିଟିଶ କବଳରୁ ଦେଶକୁ ମୁକ୍ତ କରିବା ପାଇଁ ଅନେକ ସଂଗ୍ରାମୀ ଶହୀଦ ହୋଇଛନ୍ତି । ସ୍ବାଧୀନତା ସଂଗ୍ରାମ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ଏଭଳିସ୍ଥଳେ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ସାଉଁଟିବା ପାଇଁ ବରଗଡ଼ ସାମ୍ବଦିକ ସଂଘ ସଂଗ୍ରାମୀ ସ୍ମୃତିବନ ସ୍ଥାପନା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି। କେବଳ ସେତିକି ନୁହେଁ, ସଂଗ୍ରାମୀ ସ୍ମୃତିବନ ସ୍ଥାପନା ଭଳି ବରଗଡ଼ ସାମ୍ବାଦିକ ସଂଘର ନିଆରା ପ୍ରୟାସକୁ ପାଥେୟ କରି ଆଜି ରାଜ୍ୟ ଏବଂ ଦେଶରେ ଅନୁରୂପ ପ୍ରସ୍ତାବ ନିଆଯାଉଛି ବୋଲି ବୁଧବାର କାର୍‌ଗିଲ୍‌ ବିଜୟ ଦିବସରେ ବରଗଡ଼ ବ୍ଲକ ବଗେଇବିରା ନିକଟ କଜିଲିବିଜିଲି ପାହାଡ଼ ପାଦଦେଶ ତଥା ବୈଷ୍ଣୋଦେବୀ ମନ୍ଦିରର ଅନତିଦୂରରେ ରହିଥିବା ସଂଗ୍ରାମୀ ସ୍ମୃତିବନର ପ୍ରଥମ ଜନ୍ମ ବାର୍ଷିକୀ ପାଳନ ସମାରୋହରେ ମତପ୍ରକାଶ ପାଇଛି ।
ସମାରୋହରେ ଅଧ୍ୟକ୍ଷତା କରି ବରଗଡ଼ ସାମ୍ବାଦିକ ସଂଘର ସଭାପତି ଶଙ୍କର ବଲ୍ଲଭ ମିଶ୍ର ସଂଗ୍ରାମୀ ସ୍ମୃତିବନର ଜନ୍ମ ବାର୍ଷିକୀ ପାଳନର ଆଭିମୁଖ୍ୟ ଉପରେ ସୂଚନା ଦେଇଥିଲେ । ସେ କହିଥିଲେ, ଗତବର୍ଷ ଠିକ୍‌ ଆଜିକାର ଦିନରେ କାରଗିଲ ବିଜୟ ଦିବସରେ ବରଗଡ଼ ସାମ୍ବାଦିକ ସଂଘର ଉଦ୍ୟମ ଏବଂ ସ୍ଥାନୀୟ ବନ ବିଭାଗର ସହଯୋଗରେ ସଂଗ୍ରାମୀ ସ୍ମୃତିବନ ସ୍ଥାପନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲାର ୧୫୩ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ଗ୍ରାମରୁ ମାଟି ଅଣାଯାଇଥିଲା ଏବଂ ପ୍ରତ୍ୟେକ ସଂଗ୍ରାମୀଙ୍କ ନାମରେ ଗୋଟିଏ ଲେଖାଏଁ ଚାରାରୋପଣ କରାଯାଇଥିଲା । ତେବେ ସେହି ଚାରାଗୁଡ଼ିକୁ ତଥା ସଂଗ୍ରାମୀ ସ୍ମୃତିବନକୁ ଏକବର୍ଷ ହୋଇଯାଇ ଥିବାବେଳେ ପ୍ରଥମ ଜନ୍ମବାର୍ଷିକୀ ପାଳନ କରୁଛି ବୋଲି ମିଶ୍ର କହିଥିଲେ। ଏହି କ୍ରମରେ କେକ୍‌ କଟାଯାଇ ଥିବାବେଳେ ସ୍ମୃତିବନରେ ରହିଥିବା ବୃକ୍ଷଚାରାକୁ ପୂଜାର୍ଚ୍ଚନା ସହିତ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ସେହି ସ୍ମୃତିବନର ଜନ୍ମବାର୍ଷିକୀ ପାଳନ ଅବସରରେ ଚାରାରୋପଣ କରାଯାଇଥିଲା ।
ସେହିପରି କାର୍ଯ୍ୟକ୍ରମରେ ବରଗଡ଼ ବନଖଣ୍ଡର ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ରାଜେନ୍ଦ୍ର କୁମାର ଗୋଚ୍ଛାୟତ ଯୋଗଦେଇ ବରଗଡ଼ ସାମ୍ବାଦିକ ସଂଘର ଏଭଳି ନିଆରା ପ୍ରୟାସକୁ ପ୍ରଶଂସା କରିଥିଲେ। ପ୍ରତ୍ୟେକ ସଂଗ୍ରାମୀ ପୀଠରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ରହିଥିବାବେଳେ ଆଜାଦୀ କା ଅମୃତ ମହୋତ୍ସବରେ ୧କୋଟି ଚାରାରୋପଣ ପାଇଁ ସରକାର ନିଷ୍ପତ୍ତି ନେଇଥିବା ଗୋଚ୍ଛାୟତ କହିଥିଲେ। ଏହି ଅବସରରେ ସଂଗ୍ରାମୀ ସ୍ମୃତିବନରେ ଲଗାଯାଇଥିବା ଚାରାଗୁଡ଼ିକର ଯତ୍ନ ନେଉଥିବା ୪ବନ କର୍ମଚାରୀ ପଥର୍ଲାର କାର୍ତ୍ତିକ ସାହୁ, ଗୁଡ଼େଶିରାର ରୋହିତ ବାରିକ, ବାନ୍ଦୁଟିକ୍ରାର ଲଲିତ ପ୍ରଧାନ ଏବଂ ଅମ୍ବାପାଲିର ବିମଳ ମହାନନ୍ଦଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ଉପସଭାପତି ବୀରେନ୍ଦ୍ର ପ୍ରଧାନ, ସହସମ୍ପାଦକ ପ୍ରବୀଣ କୁମାର ସାହୁ, ବରିଷ୍ଠ ସଦସ୍ୟ ଉମେଶ ବିଶ୍ୱାଳ, ଦିପକ ଶର୍ମା, ରବି ପଣ୍ଡା, ଜି.ଭି ରାଓ, ଲଲାଟେନ୍ଦୁ ଦାଶ, ଧୃବ କର୍ମୀ, ସୁଦାମ ଭୋଇ, ପ୍ରଦୀପ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ଛଟେଇ ପରେ ଇସ୍ତଫା ଦେଲେ ୱାଶିଂଟନ ପୋଷ୍ଟର ସିଇଓ ୱିଲ ଲୁଇସ

ୱାଶିଂଟନ,୮।୨: ପ୍ରତିଷ୍ଠିତ ୱାଶିଂଟନ ପୋଷ୍ଟର ପ୍ରକାଶକ ଏବଂ ସିଇଓ ୱିଲ ଲୁଇସ ଇସ୍ତଫା ଦେଇଛନ୍ତି। ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ମଧ୍ୟରେ ଏହି ନିଷ୍ପତ୍ତି ଆସିଛି। ଲୁଇସ…

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

‘ଭାରତ ହେଉଛି ବିଶ୍ୱାସର ସବୁଠାରୁ ଶକ୍ତିଶାଳୀ ମୁଦ୍ରା’, ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ଦୁଇ ଦିନିଆ ମାଲେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିକାଶ ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri