ଅତିରିକ୍ତ ତହସିଲଦାରଙ୍କୁ ଅନ୍ୟତ୍ର ବଦଳି ଦାବି, ନଚେତ୍‌ ଆନ୍ଦୋଳନ

ଦାରିଙ୍ଗବାଡି,୯।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲଦାର ଧୀରଜ କୁମାର ପାତ୍ର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୋମବାର ଦାରିଙ୍ଗବାଡିର ଆଦିବାସୀ ଦଳିତ ମହାସଙ୍ଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ଭେଟି ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅଞ୍ଚଳର ଅନେକ ଜମିଜମା ସମସ୍ୟା ଲାଗିରହିଛି। ତାର ସମାଧାନ କରିବାକୁ ମହାସଙ୍ଘ ତହସିଲଦାରଙ୍କୁ ନିବେଦନ କରିଥିଲେ। ସେହିପରି ଏବେ ଛାତ୍ରୀଛାତ୍ରମାନେ ବିଭିନ୍ନ ବିଦ୍ୟାଳୟରେ ନାମ ଲେଖାଉଛନ୍ତି ଏବଂ ଅନେକ ଯୁବପିଢ଼ି ଚାକିରି ପାଇଁ ଆବଶ୍ୟକ ପ୍ରମାଣପତ୍ର ଯୋଗାଡ଼ କରୁଛନ୍ତି। ପୂର୍ବରୁ ତହସିଲ କାର୍ଯ୍ୟାଳୟରୁ ମିଳିଥିବା ଜାତିଗତ, ରୋଜଗାର ଏବଂ ରେସିଡେନ୍ସି ପ୍ରମାଣ ପତ୍ର ପାଇଁ ତହସିଲ ଅଫିସ ଆସି ହଇରାଣ ହେଉଛନ୍ତି। ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଜଣେ ମହିଳା ହୋଇଥିବାବେଳେ ପୁରୁଷ ଉପଭୋକ୍ତାମାନେ କାର୍ଯ୍ୟାଳୟକୁ ଗଲେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି।

ଲୋକଙ୍କ କୌଣସି କାର୍ଯ୍ୟ ହେଉନି ବୋଲି ମହାସଂଘର ସଭାପତି ତ୍ରିନାଥ ପ୍ରଧାନ, ସମ୍ପାଦକ ସନ୍ତୋଷ ପ୍ରଧାନ, ସଦସ୍ୟା ବିଳାସିନି ନାୟକ ପ୍ରମୁଖ ଅଭିଯୋଗ କରିଥିଲେ। ୨ ଦିନ ମଧ୍ୟରେ ଅତିରିକ୍ତ ତହସିଲଦାରଙ୍କୁ ଏଠାରୁ ବଦଳି କରି ଜଣେ ପୁରୁଷ ଅତିତିକ୍ତ ତହସିଲଦାରଙ୍କୁ ଏଠାରେ ନିଯୁକ୍ତି ଦିଅନ୍ତୁ ନ ହେଲେ ହଜାର ହଜାର ଆଦିବାସୀ ଦଳିତ ମହାସଙ୍ଘର ସଦସ୍ୟ, କର୍ମକର୍ତ୍ତା ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବାକୁ ଚେତାବନୀ ଦେଇଥିଲେ। ଏଥିରେ ତହସିଲଦାର ଅତିକମରେ ଏକ ସପ୍ତାହ ସମୟ ଦିଅନ୍ତୁ। ଆମେ ତହସିଲ କାର୍ଯ୍ୟାଳୟରେ ହେଉଥିବା ସମସ୍ୟାର ସମାଧାନ କରିବୁ ବୋଲି କହିଥିଲେ। ଜାତିଗତ ଓ ରେସିଡେନ୍ସ ପ୍ରମାଣପତ୍ର ପାଇଁ ବାରମ୍ବାର ସବୁବର୍ଷ ଆବେଦନ କରିବା ଆବଶ୍ୟକ ନାହିଁ ବୋଲି କହିବା ସହ ଏନେଇ ସେ ଡିଇଓ, ବିଇଓ ଓ ସମସ୍ତ ବିଦ୍ୟାଳୟକୁ ଚିଠି କରି ଜଣାଇଦେବି ବୋଲି ମହାସଂଘକୁ ତହସିଲଦାର କହିଥିଲେ।

ଏଥିରେ ଆଦିବାସୀ ଦଳିତ ମହାସଂଘର କର୍ମକର୍ତ୍ତା ରାଜି ହୋଇଥିଲେ। ସମସ୍ୟାର ସମାଧାନ ନ ହେଲେ ସପ୍ତାହ ପରେ ଆନ୍ଦୋଳନ ନିଶ୍ଚିତ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ଚାରିଛକରେ ରହିଥିବା ଏକ ବିବାଦୀୟ ଜମି, ଯାହାକି ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ଉକ୍ତ ଜମିରେ ଏବେ ଉଭୟ ପକ୍ଷଙ୍କୁ ବାରଣ ଥିବାବେଳେ ଏହାକୁ ପୁଣି ଭଡା ସୂତ୍ରରେ ଦେଇ କୋର୍ଟକୁ ଅବମାନନା କରାଯାଉଛି। ତୁରନ୍ତ ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦିବାସୀ ଦଳିତ ମହାସଙ୍ଘ ତହସିଲଦାରଙ୍କ ନିକଟରେ ଲିଖିତ ଦାବି କରିଛି। ଯଦି ପ୍ରଶାସନ ଭଡା ନେଇ ଗୋଦାମ କରିଥିବା ଭଡାଟିଆଙ୍କୁ ନ ଉଠାଏ ତେବେ ମହାସଙ୍ଘ ଆଇନକୁ ହାତକୁ ନେଇ ସେଠାରୁ ଭଡାଟିଆଙ୍କୁ ଉଠାଇବ ବୋଲି ଚେତାବନୀ ଦେଇଥିଲେ। ତହସିଲଦାର ସେମାନଙ୍କୁ ଆଇନକୁ ହାତକୁ ନ ନେବା ପାଇଁ ପରାମର୍ଶ ଦେଇଛନ୍ତି ଓ ସେ ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି ତହସିଲଦାର କହିଛନ୍ତି। ଏହି ଦାବିପତ୍ର ଦେବା ସମୟରେ ସଭାପତି ତ୍ରିନାଥ ପ୍ରଧାନ, ସମ୍ପାଦକ ସନ୍ତୋଷ ପ୍ରଧାନ, ବିଳାସିନି ନାୟକ, ନକୁଳ ପ୍ରଧାନ, ପଦ୍ମନାଭ ପ୍ରଧାନ, ସମିଳ ପ୍ରଧାନ, ବାରାନିଧି ମଲିକ,ସନାତନ ମନ୍ତ୍ରୀ, କରୁଣାକର ପ୍ରଧାନ ପ୍ରମୁଖ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri