ଭାଜପା ଆଶାୟୀଙ୍କ ମଧ୍ୟରେ ଲଢ଼େଇ

ଯାଜପୁର/କାଏମା(ହର୍ଷବର୍ଦ୍ଧନ ବେହେରା/ଶିବପ୍ରସାଦ ମହାନ୍ତି),୧୫ା୧ : ଯାଜପୁର ଜିଲା ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୦୦ ମସିହାରୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇ ଆସୁଛନ୍ତି। ଏବେ ବିଜେଡିରୁ ପ୍ରଣବ କୁମାର ବଳବନ୍ତରାୟ ବିଧାୟକ ଅଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା) ଏଠାରୁ ଅଦ୍ୟାବଧି ଖାତା ଖୋଲିପାରି ନାହିଁ। ତେଣୁ ଆଗାମୀ ନିର୍ବାଚନରେ ଶାସକ ଦଳକୁ କଡ଼ା ଜବାବ ଦେବା ଲାଗି ଦଳ ପ୍ରାର୍ଥୀ ଖୋଜୁଛି। ଏଭଳି ସ୍ଥଳେ ଭାଜପା ଆଶାୟୀଙ୍କ ମଧ୍ୟରେ ଲଢ଼େଇ ଚାଲୁଥିବା ଘଟଣା ବାହାରକୁ ଆସିବାରେ ଲାଗିଛି।
ଦୌଡ଼ରେ ଧର୍ମଶାଳା ଭାଜପାରେ ଚାଲିଛି ଛକାପଞ୍ଝା। ୨୦୧୯ ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ସ୍ମୃତିରେଖା ପହି ପରବର୍ତ୍ତୀ ସମୟରେ ଭାଜପାରେ ଯୋଗ ଦେଇଥିଲେ। ସେ ଏବେ ଭାଜପାର ସାଙ୍ଗଠନିକ ବୈଠକ କରୁଥିବାବେଳେ ସାମାଜିକ କର୍ମୀରୁ ଭାଜପା ନେତା ହୋଇଥିବା ହିମାଂଶୁ ଶେଖର ସାହୁ ପଦଯାତ୍ରାରେ ମାତିଛନ୍ତି। ଭାଜପା କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଉଭୟେ ନିଜ ନିଜ ସମର୍ଥକଙ୍କୁ ନେଇ ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଛି। ଏମିତିରେ ଭାଜପା କର୍ମୀ ଓ ନେତା କୁଆଡ଼େ ଯିବେ ସେ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। କୌତୂହଳର ବିଷୟ, ବରିଷ୍ଠ ଭାଜପା ନେତା ସର୍ବେଶ୍ୱର ବେହୁରା ଉଭୟ ନେତାଙ୍କ କାର୍ଯ୍ୟକ୍ରମରେ ପାଳିି କରି ଯୋଗ ଦେଉଥିବା ଦେଖିବାକୁ ମିଳିଛି। ନିକଟରେ ହିମାଂଶୁ ଶତାଧିକ କର୍ମୀଙ୍କୁ ନେଇ ପଦଯାତ୍ରା କରିଥିବା ବେଳେ ଭାଜପା ନେତ୍ରୀ ସ୍ମୃତିରେଖା ପାଟପୁର ଗ୍ରାମରେ କେତେକ କର୍ମୀଙ୍କୁ ନେଇ ବୈଠକ କରିଥିଲେ। ଉଭୟ ନେତା ସମାନ୍ତରାଳ ଭାବେ କାର୍ଯ୍ୟକ୍ରମ କରୁଥିବାର ଦେଖି ବିଜେଡି ନେତାମାନେ ଖୁସ୍‌। ୧୫ ନମ୍ବର ଜୋନର ମଙ୍ଗଳପୁର, ଦେଓଦା ଏବଂ ଉତ୍ତରପ୍ରତାପ ପଞ୍ଚାୟତରେ ହିମାଂଶୁଙ୍କ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରାର ଆୟୋଜନ କରାଯାଇଥିଲା। ଏହା ମଙ୍ଗଳପୁର ପଞ୍ଚାୟତରୁ ଆରମ୍ଭ ହୋଇ ଦେଓଦା ମଧ୍ୟ ଦେଇ ଉତ୍ତରପ୍ରତାପ ପଞ୍ଚାୟତର ନରସିଂହପୁର ପଡ଼ିଆଠାରେ ପହଞ୍ଚିଥିଲା। କିନ୍ତୁ ଏହି ପଦଯାତ୍ରାରେ ପୂର୍ବରୁ ଜିଲା ପରିଷଦ ଉପନିର୍ବାଚନ ଲଢ଼ିଥିବା ଭାଜପା ପ୍ରାର୍ଥୀ ମହେଶ୍ୱର ତରାଇ ଓ ତାଙ୍କ ସମର୍ଥକଙ୍କୁ ଦେଖିବାକୁ ମିଳି ନ ଥିଲା। ମହେଶ୍ୱର ଏହି ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ଭାବେ ୬,୪୪୦ ଖଣ୍ଡ ଭୋଟ ପାଇଥିଲେ। କିନ୍ତୁ ତାଙ୍କୁ ପଦଯାତ୍ରା ବିଷୟରେ କୌଣସି ସୂଚନା ମିଳି ନ ଥିବା ସେ କହିଛନ୍ତି । ସେହିପରି ୧୫ନମ୍ବର ଜୋନର ମଣ୍ଡଳ ସଭାପତି କୁଳମଣି ମଳିକ, ମଙ୍ଗଳପୁର ପଞ୍ଚାୟତର ଭାଜପା କର୍ମୀ ପୀତାମ୍ବର ମଲ୍ଲିକ ଓ ତାଙ୍କ କର୍ମୀମାନେ ଉପସ୍ଥିତ ଥିଲେ। ଏହା ବର୍ତ୍ତମାନ ଭାଜପାର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି। ଅନ୍ୟପଟରେ କବାଟବନ୍ଧ ମଣ୍ଡଳ ଏଣ୍ଡଳବା ଗ୍ରାମପଞ୍ଚାୟତର ପାଟପୁର ଗ୍ରାମରେ ଥିବା ଶିବ ମନ୍ଦିର ନିକଟରେ ସ୍ମୃତିରେଖାଙ୍କ ନେତୃତ୍ୱରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା।
କବାଟବନ୍ଧ ମଣ୍ଡଳର ମଣ୍ଡଳ ସଭାପତି ହେମନ୍ତ ଆଚାର୍ଯ୍ୟଙ୍କ ସମେତ ଏକାଧିକ କର୍ମୀ ଏଥିରେ ଯୋଗଦେଇଥିଲେ।
ଭାଜପାକୁ ଏକାଠି କରିବାକୁ ହିମାଂଶୁ ନୂଆ ରଣନୀତି ପ୍ରସ୍ତୁତ କରି ମିଶ୍ରଣ ପର୍ବ ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। ହେଲେ ଦଳର ସଙ୍ଗଠନ ଦାୟିତ୍ୱ ସ୍ମୃତିରେଖାଙ୍କ ହାତରେ ରହିଛି। ଯଦି ଦେଖିବା ଏଇ କିଛିଦିନ ମଧ୍ୟରେ ଭାଜପା ପକ୍ଷରୁ ଦୁଇ ଥର ମିଶ୍ରଣ ପର୍ବ ହୋଇଥିଲେ ମଧ୍ୟ ସ୍ମୃତିରେଖାଙ୍କୁ ସେହି ମଞ୍ଚରେ ଦେଖିବାକୁ ମିଳି ନ ଥିଲା। ଅନ୍ୟପକ୍ଷରେ ଭାଜପାର ଆଉ ଜଣେ ଟାଣୁଆ ନେତା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଦଳ ମଧ୍ୟରେ ଏପଟ ସେପଟ ହେଉଥିବା ଦେଖିବାକୁ ମିଳୁଛି ।
ସେଥିପାଇଁ ଭାଜପା କର୍ମୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। କିଛି ଦିନ ତଳେ ହିମାଂଶୁ ଯେବେ ଭୁବନେଶ୍ୱର ଯାଇ ଦଳରେ ସାମିଲ ହୋଇଥିଲେ, ଉକ୍ତ ଦିନ ସର୍ବେଶ୍ୱର ଓ ସ୍ମୃତିିରେଖା ଗୋଟିଏ ମଞ୍ଚରେ ରହି ରସୁଲପୁର ବ୍ଲକ ଘେରାଉ କରିଥିଲେ। ବର୍ତ୍ତମାନ କିନ୍ତୁ ହିମାଂଶୁଙ୍କ ମଞ୍ଚରେ ସର୍ବେଶ୍ୱର ଅତିଥି ଭାବେ ଭାଷଣ ଦେଉଥିବା ଦେଖିବାକୁ ମିଳିଛି। ପୂର୍ବରୁ ହୋଇଥିବା ଧର୍ମଶାଳା ଭାଜପାର ଏହି ତିନି ପ୍ରମୁଖ ନେତାଙ୍କୁ ଗୋଟିଏ ମଞ୍ଚରେ ରସୁଲପୁର ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। କିନ୍ତୁ ସେଠାରେ ଭାଜପାର ବ୍ୟାନର ଚିରିବା ପରି ଘଟଣା ଦଳର କନ୍ଦଳକୁ ପଦାରେ ପକାଇଥିଲା। ସେବେଠାରୁ ଆଉ ତିନି ଜଣଙ୍କୁ ଏକାଠି ଦେଖିବାକୁ ମିଳୁନି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri