ବିଲମୁଣ୍ଡରୁ ଧାନ ବିକି ଦେଉଛି ଚାଷୀ

ଖଇରା, ୧୪।୧୨(ଉତ୍କଳବନ୍ଧୁ ପଣ୍ଡା)ଡିସେମ୍ବର ମାସର ଅଧାଦିନ ଗଲାଣି। ୨୫ଭାଗ ଚାଷୀ ବିଲରୁ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ପ୍ରଲୋଭନରେ ପଡି ଧାନ ବିକିସାରିଲାଣି। ଗତବର୍ଷ ମିଲରମାନଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇସାରିଥିବା ଚାଷୀ ଆଉ ଆଗକୁ ଭରସା ନ ରଖି ମହରଗରୁ ବର୍ତ୍ତିବାକୁ ଶାଗମାଛ ଦରରେ ବ୍ୟବସାୟୀମାନଙ୍କୁ ଧାନ ବିକି କାନ୍ତାରରେ ପଡିବା ସାର ହେଉଛି। ଖଇରା ଅଞ୍ଚଳରୁ ଏବେ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାର ଧାନ ବୋଝେଇ ଟ୍ରକ ପଶ୍ଚିମବଙ୍ଗ, ଛତିଶଗଡ ଓ ଆନ୍ଧ୍ରକୁ ଚାଲାଣ ହେଉଛି। ବ୍ଲକ ତହସିଲ ଥାନା ସମ୍ମୁଖ ଦେଇ ଯାତାୟାତ କରୁଥିଲେ ହେଁ ପ୍ରଶାସନର ଏଥିପ୍ରତି ନିଘା ନାହିଁ। ଚାଷୀ ସ୍ବଳ୍ପ ଦରରେ ବିଲମୁଣ୍ଡରେ ବ୍ୟବସାୟୀମାନଙ୍କୁ ଧାନ ବିକିବା ଯୋଗୁ ଚାଷୀର ସର୍ବନିମ୍ନ ଖର୍ଚ୍ଚଭରଣା ହୋଇପାରୁନାହିଁ। ଯଦି ତୁରନ୍ତ ପ୍ରଶାସନ ଏ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ସପ୍ତାହକ ମଧ୍ୟରେ ସମସ୍ତ ଛୋଟ ଚାଷୀଙ୍କ ଧାନ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ହାତକୁ ଚାଲିଯିବ ଏଥିରେ ସନ୍ଦେହ ନାହିଁ। ଗତବର୍ଷଗୁଡିକରେ ଜିଲା ଯୋଗାଣ ବିଭାଗର କୋହଳ ମନୋଭାବ ଯୋଗୁ ମିଲରମାନେ ଚାଷୀଙ୍କୁ ଶୋଷଣ କରିଥିଲେ।
ଅଡା ସମେତ ଖଇରା ବ୍ଲକର ୧୪ଟି ସେବା ସମବାୟ ସମିତିରୁ ଧାନ ନେବାକୁ ନିଯୁକ୍ତ ମିଲରମାନେ ଧୂଳି ଅଗାଡି ଆଳରେ ୧୦ ପ୍ରତିଶତ ପର୍ଯ୍ୟନ୍ତ କଟନୀଛଟନୀ କରିଥିଲେ। ବୁରା ବାବଦକୁ ଖଇରା ସିମୁଳିଆରେ ଥିବା ୧୧ଟି ରାଇସ୍‌ ମିଲ ୨୦୨୧-୨୨ ମସିହାରେ ୧କୋଟି ୧୫ଲକ୍ଷ ୫୬ହଜାର ଟଙ୍କା ସରକାରଙ୍କଠାରୁ ଉଠାଇଥିବା ବେଳେ ଚାଷୀମାନଙ୍କୁ ଏଥିରୁ ବଞ୍ଚିତ କରାଯାଇଛି। ସେହିବର୍ଷ ପ୍ରାୟ ସମସ୍ତ ମିଲ ଗାଡି ଅଭାବ ଦେଖାଇ ଅର୍ଦ୍ଧାଧିକ ଚାଷୀଙ୍କୁ ମିଲକୁ ଡକାଇ ଧାନ ନେଇଥିଲେ ହେଁ ସମସ୍ତ ଧାନ ପାଇଁ ଗୋଟି ଗୋଟି କରି ପରିବହନ ଖର୍ଚ୍ଚ ସରକାରଙ୍କଠାରୁ ନେଇଛନ୍ତି ା ୫କୋଟି ୬ଲକ୍ଷ ଟଙ୍କା ମୁନାଫା ମିଳିଥିବା ବେଳେ ପାଖାପାଖି ଅଢେଇ କୋଟି ଟଙ୍କା କେବଳ ବସି ବସି ରୋଜଗାର କରିଥିବା ସୂଚନା ଅଧିକାର ତଥ୍ୟରୁ ଜାଣିବାକୁ ମିଳିଛି। ସେପଟେ ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଏକରରେ ୧୪ କୁଇଣ୍ଟାଲରୁ କମ୍‌ ଧାନ ମିଳୁଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି। ଲଘୁଚାପ ବର୍ଷା ଭୟରେ ବହୁ ଚାଷୀ ମେଶିନ ଲଗାଇ ଧାନକାଟି ସୁରକ୍ଷିତ ସ୍ଥାନକୁ ନେଇ ଆସିଥିଲେ। ହେଲେ ଏମ୍‌ଏସ୍‌ପି ୨୧୮୩ଟଙ୍କା ଥିବା ବେଳେ ସରକାରୀ ନିଷ୍ପତ୍ତିରେ ବିଳମ୍ବ ଯୋଗୁ ଏବେ ବାହାର ଦଲାଲମାନେ ୧୫ଶହରୁ ୧୬ଶହ ଟଙ୍କାରେ ଧାନ କିଣିବା ଚାଷୀଙ୍କ ପ୍ରତି ଉପହାସ ବୋଲି କୁହାଯାଉଛି। ଗୋଟେ ପଟେ ସରକାର ଚାଷୀଙ୍କ ପାଇଁ ସ୍ବତନ୍ତ୍ର ବଜେଟ କଥା କହୁଥିବା ବେଳେ ଅନ୍ୟପଟେ ବର୍ତ୍ତମାନ ଦଲାଲଙ୍କ ଦ୍ୱାରା ଶିକାର ହେଉଥିବା ଘଟଣା ତାଙ୍କର ଦୋମୁହାଁ ନୀତିକୁ ପଦାରେ ପକାଇଥିବା ବିଶିଷ୍ଟ କଂଗ୍ରେସ ନେତା ହିମାଂଶୁ ଶେଖର ବେହେରା କହିଛନ୍ତି। ଚାଷୀଙ୍କ ବର୍ତ୍ତମାନର ଅବସ୍ଥାକୁ ଗୁରୁତ୍ୱ ନ ଦେବା ବିଜେଡିର ଚାଷୀମାରଣ ନୀତି ବୋଲି ଭାଜପା ମୁଖପାତ୍ର ଠାକୁର ରଞ୍ଜିତ ଦାସ ବୋଲି କହିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ ନିରୋଦ ଚନ୍ଦ୍ର ଦାସଙ୍କୁ ପଚାରିବାରେ ଡିସେମ୍ବର ୨୫ରୁ ସରକାରୀ ସ୍ତରରେ ଧାନ କିଣିବାକୁ ନିଷ୍ପତ୍ତି ନିଆଯାଇଛି। ସେତେଦିନ ଯାଏ ଚାଷୀମାନଙ୍କୁ ଧାନ ରଖିବା ଦରକାର ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri