ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା ମିଳିଛି। ସନ୍ଦିଗ୍ଧ ଡ୍ରୋନ କାହାର ଜଣାପଡ଼ିନି। ଏନେଇ ବେଲପାହାଡ଼ ପୋଲିସ ତଦନ୍ତ ଚଳାଇଛି। ଅନ୍ୟପଟେ, ଡ୍ରୋନ୍‌କୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଏମ୍‌ପି ସୁରେଶ ପୂଜାରୀ। କିଏ, କେଉଁ ଉଦ୍ଦେଶ୍ୟ ନେଇ ଏହାକୁ ଅପରେଟ କରୁଥିଲା, ତାହା ସନ୍ଦେହଜନକ। ଏ ସଂପର୍କରେ ଏସ୍‌ପିକୁ ଜଣାଇବା ପରେ ପୋଲିସ ପହଞ୍ଚିଥିବା ଏମ୍‌ପି କହିଛନ୍ତି।