Posted inଫୁରସତ

କୁକୁର ଚୋବାଇ ପାରିବେନି ଏହି ଚପଲକୁ

ସାଧାରଣତଃ କୁକୁରଙ୍କୁ ଚପଲ ଚୋବାଇବାକୁ ବହୁତ ଭଲ ଲାଗିଥାଏ। ଭୁଲରେ ଯଦି ଆମେ ଆମ ଚପଲ ଘରର ପୋଷା କୁକୁର ଆଖପାଖରେ ରଖି ଦେଇଥାଉ ତେବେ ଚପଲକୁ ଚୋବାଇ ସେମାନେ ତା’ର ଅବସ୍ଥା ଖରାପ କରିଦିଅନ୍ତି। ଯାହାକୁ ଦେଖି ଆମେ ସବୁବେଳେ ନଷ୍ଟ ହୋଇଥିବା ଆମ ଚପଲ ପାଇଁ ଦୁଃଖ କରୁ। ହେଲେ ଚପଲ ଚୋବାଇବା ଦ୍ୱାରା ଯେ କୁକୁରଙ୍କର କେତେ କ୍ଷତି ହୁଏ ସେଥିପ୍ରତି ଦୃଷ୍ଟି ଦେଇ ନ ଥାଉ। ସାଧାରଣତଃ ଚପଲରେ ଥିବା ରାସାୟନିକ ପଦାର୍ଥ କୁକୁରଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ। ହେଲେ ଏ ସମ୍ପର୍କରେ ଅନେକେ ଅବଗତ ନ ଥାନ୍ତି। ଏହି ସମସ୍ୟାକୁ ସମାଧାନ କରିବା ଲାଗି ବ୍ରାଜିଲର ଫ୍ଲିପ୍‌ ଫ୍ଲପ୍‌ ତିଆରି କରୁଥିବା କମ୍ପାନୀ ବ୍ରିଜା, ପେଟ୍‌ ଫୁଡ କମ୍ପାନୀ ପେଡିଗ୍ରୀ ଓ ଆଡଭର୍ଟାଇଜିଂ ଏଜେନ୍ସି ମିରୁମ ସହ ମିଶି ଏଭଳି ଏକ ଚପଲ ତିଆରି କରିଛି, ଯାହାକୁ ଯେତେ ଚେଷ୍ଟା କଲେ ବି ଚୋବାଇ ହେବନି। ଏହା ହେଉଛି ପୃଥିବୀର ପ୍ରଥମ ଅନ୍‌ଚ୍ୟୁଏବଲ୍‌ ଚପଲ। ଏହି ତିନି କମ୍ପାନୀ ଡେନାଟୋନିୟମ୍‌ ବେନଜୋଏଟ୍‌ରେ ଉକ୍ତ ଚପଲ ତିଆରି କରିଛନ୍ତି। ଏହା ଏମିତି ଏକ ରସାୟନ ଯାହା ପୃଥିବୀର ସବୁଠାରୁ ପିତା। ହେଲେ ଏହା କୁକୁରଙ୍କ ଶରୀର ପାଇଁ ଆଦୌ କ୍ଷତିକାରକ ନୁହେଁ। ଫଳରେ କୁକୁର ଏହାକୁ ଚୋବାଇବା ତ ଦୂର କଥା ଏହାକୁ ପାଟିରେ ପୁରାଇବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ବିନା ଖାଇବା-ପିଇବାରେ କେତେଦିନ ବଞ୍ଚିପାରିବ ମଣିଷ? ଜାଣନ୍ତୁ ହ୍ୟୁମାନ ବଡ଼ିର କାପାସିଟି…

ମଣିଷ ଶରୀର ଆଶ୍ଚର୍ଯ୍ୟଜନକ ଭାବରେ ସ୍ଥିର, କିନ୍ତୁ ଏହାର କିଛି ବାୟୋଲଜିକାଲ ସୀମା ମଧ୍ୟ ଅଛି। ଖାଦ୍ୟ ଏବଂ ପାଣି ବିନା ବଞ୍ଚିବା ଶରୀର ମସ୍ତିଷ୍କ, ହୃଦୟ…

ଝିଅମାନେ ସାବଧାନ: ସ୍ମାର୍ଟ ଚଷମାରେ ଆପଣଙ୍କର ସବୁ ରେକର୍ଡ କରିନେବେ, ଓଡ଼ିଶାରେ ପଡିଛନ୍ତି ଧରା

ନୂଆଦିଲ୍ଲୀ,୩।୨: ବଦଳୁଥିବା ସମୟ ସହିତ ଟେକ୍ନୋଲୋଜି ଯେତିକି ସୁବିଧା ଆଣୁଛି, ସେତିକି ବିପଦ ମଧ୍ୟ ବଢ଼ାଉଛି। ବର୍ତ୍ତମାନ ଆମେରିକା ଏବଂ ବ୍ରିଟେନ ଭଳି ଦେଶରେ ‘ସ୍ମାର୍ଟ ଚଷମା’…

ନରମ ଶେଯ ବଦଳରେ ଦ୍ୱାର ମୁହଁରେ କାହିଁକି ଶୁଏ କୁକୁର? କାରଣ ଜାଣିଲେ ତାଜୁବ ହେବେ

ଯଦି ଆପଣଙ୍କର କୁକୁର ଅଛି, ତେବେ ଆପଣ ହୁଏତ ଏକ ଅଜବ ଅଭ୍ୟାସ ଲକ୍ଷ୍ୟ କରିଥିବେ। ଅନେକ ସମୟରେ, ଆରାମଦାୟକ ବିଛଣା, ସୋଫା କିମ୍ୱା ଘରର ଶାନ୍ତ…

ମୋଗଲ ବଜେଟ କିପରି ପ୍ରସ୍ତୁତ କରୁଥିଲେ, କେଉଁମାନଙ୍କଠୁ ନେଉଥିଲେ ଟ୍ୟାକ୍ସ?

ନୂଆଦିଲ୍ଲୀ,୨।୨: ଗତକାଲି ଯେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଥିଲେ, ଏହା ଏକ ସମ୍ପୂର୍ଣ୍ଣ ଆଧୁନିକ ପରମ୍ପରା ପରି ମନେ ହେଉଥିଲା। କିନ୍ତୁ ଆପଣ…

ଏହି ଦେଶକୁ କାହିଁକି କୁହାଯାଏ କଳା ସୁନାର ଦେଶ, ଜାଣନ୍ତୁ…

ଯେତେବେଳେ ‘କଳା ସୁନାର ଦେଶ’ ନାଁ ଆସେ ସେତେବେଳେ ପ୍ରାୟତଃ ପ୍ରଥମେ କୁଏତ୍‌ର ନାଁ ମନକୁ ଆସେ। କଳା ସୁନା ଯାହାର ଅର୍ଥ ଅଶୋଧିତ ତୈଳ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri