ଭିଣେଇ ଘରକୁ ଯାଇ ନିଖୋଜ ଥିଲେ: ପୋଖରୀରେ ମୃତଦେହ ଭାସୁଥିବାକୁ ନେଇ ସନ୍ଦେହ

ବାଲେଶ୍ୱର ଅଫିସ,୧୨।୮- ବାଲେଶ୍ବର ଚାନ୍ଦିପୁର ଥାନା ଝାମ୍ପୁରା ଛକ ପେଟ୍ରୋଲପମ୍ପ ନିକଟରେ ଥିବା ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତକ ହେଲେ ନିଳଗିରିର ଦେବେନ୍ଦ୍ର ସିଂ। ଦେବେନ୍ଦ୍ର ଚାନ୍ଦିପୁର ଝାମ୍ପୁରାରେ ଥିବା ତାଙ୍କ ଭିଣେଇଙ୍କ ଘରକୁ ଆସିଥିଲାବେଳେ ମଙ୍ଗଳବାର ସକାଳେ ଶୌଚ ହେବା ପାଇଁ ଯାଇଥିଲେ। ପରେ ଆଉ ଘରକୁ ଫେରି ନଥିଲେ। ପରିବାରଲୋକେ ବହୁତ ଖୋଜା ଖୋଜି କରିଥିଲେ ହେଁ ତାଙ୍କୁ ପାଇ ନ ଥିଲେ। ବୁଧବାର ସକାଳୁ ତାଙ୍କର ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ମୃତକଙ୍କ ମୁହଁରେ ଦାଗ ରହିଥିବାରୁ ଦେବେନ୍ଦ୍ରଙ୍କ ମୃତ୍ୟକୁ ନେଇ ସଂନ୍ଦେହ ପ୍ରକାଶ ପାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନ ଥିବାବେଳେ ଲୋକଗହଳି ଲାଗିରହଥିବା ସୂଚନା ମିଳିଛି।