Posted inଜାତୀୟ

ଗାଳି ଦେବାର ଗୋଟିଏ ଦିନ ପରେ ଶିବରାଜଙ୍କୁ ପ୍ରଶଂସା କଲେ ଧନଖର

ନୂଆଦିଲ୍ଲୀ,୬।୧୨: ଉପରାଷ୍ଟ୍ରପତି ଜଗଦୀପ ଧନଖର କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ପ୍ରଥମେ ଗାଳି ଦେବା ପରେ ଏବେ ତାଙ୍କୁ ପ୍ରଶଂସା କରିଛନ୍ତି। ଧନଖର ନିକଟରେ କୃଷକଙ୍କ ସହ ଏକ କାର୍ଯ୍ୟକ୍ରମରେ ଶିବରାଜଙ୍କୁ ଏକ ପ୍ରଶ୍ନ ପଚାରିଥିଲେ,ଚାଷୀଙ୍କ ସହ କାହିଁକି ଆଲୋଚନା ହେଉନାହିଁ। ରାଜ୍ୟସଭାରେ ସେହି କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରି ଧନଖର କହିଛନ୍ତି, ଶିବରାଜ ତାଙ୍କ ନାମ ପରି ଶକ୍ତିଶାଳୀ। ମୁଁ ଆଶା କରୁଛି ସେ ଚାଷୀଙ୍କ ପାଇଁ କାମ କରିବେ।

ଧନଖର କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ଯେ ଯିଏ ସମସ୍ତଙ୍କ ପ୍ରିୟ ବୋଲି ସୁନାମ ଅର୍ଜନ କରିଛନ୍ତି,ସେ କୃଷକଙ୍କ ପ୍ରିୟ ହେବେ। ତାଙ୍କ ନାମ ଅନୁଯାୟୀ ସେ ଜଣେ ଶକ୍ତିଶାଳୀ ମନ୍ତ୍ରୀ। ତେଣୁ ସେ କୃଷକଙ୍କ ମନ କଥା ଶୁଣିବେ।

ଏହାପୂର୍ବରୁ ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ଧନଖର କାହିଁକି ଚାଷୀଙ୍କ ସହ ଆଲୋଚନା କରାଯାଉ ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏହି ସମୟରେ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ମଞ୍ଚରେ ଥିଲେ। ଧନକର ପଚାରିଲେ, କୃଷି ମନ୍ତ୍ରୀ, ପ୍ରତ୍ୟେକ ମୁହୂର୍ତ୍ତ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଭାରତର ସମ୍ବିଧାନ ଅନୁଯାୟୀ ଦ୍ୱିତୀୟ ସର୍ବୋଚ୍ଚ ପଦବୀରେ ଥିବା ବ୍ୟକ୍ତି ଭାବରେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଦୟାକରି ମୋତେ କୁହନ୍ତୁ, କୃଷକମାନଙ୍କୁ କୌଣସି ପ୍ରତିଶ୍ରୁତି ଦିଆଯାଇଛି କି ନାହିଁ ଏବଂ ସେହି ପ୍ରତିଶ୍ରୁତି କାହିଁକି ପାଳନ କରାଯାଇ ନାହିଁ? ପ୍ରତିଶ୍ରୁତି ପୂରଣ କରିବା ପାଇଁ ଆମେ କ’ଣ କରୁଛୁ? ଗତ ବର୍ଷ ମଧ୍ୟ ଏକ ଆନ୍ଦୋଳନ ହୋଇଥିଲା, ଏହି ବର୍ଷ ମଧ୍ୟ ଏକ ଆନ୍ଦୋଳନ ଚାଳିଛି ଏବଂ ସମୟ ଅତିବାହିତ ହେଉଛି, କିନ୍ତୁ ଆମେ କିଛି କରୁନାହୁଁ ।
ଏସବୁ ଦେଖି ମୋତେ କଷ୍ଟ ଲାଗୁଛି। ମୋର ଚିନ୍ତା ହେଉଛି ଏପର୍ଯ୍ୟନ୍ତ କାହିଁକି ପଦକ୍ଷେପ ନିଆଯାଇ ନାହିଁ? ଆପଣ କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଅଟନ୍ତି। ମୋର ମନେ ଅଛି ସର୍ଦ୍ଦାର ପଟେଲ, ଦେଶକୁ ଏକ କରିବାର ଦାୟିତ୍ୱ ନେଇଥିଲେ, ସେ ଏହାକୁ ବହୁତ ଭଲ ଭାବରେ ପୂରଣ କରିଥିଲେ। ଏହି ଆହ୍ବାନ ଆଜି ଆପଣଙ୍କ ସମ୍ମୁଖରେ ଅଛି ଏବଂ ଏହାକୁ ଭାରତର ଏକତାଠାରୁ କମ ଭାବନ୍ତୁ ନାହିଁ। ତୁରନ୍ତ ଚାଷୀଙ୍କ ସହ ଆଲୋଚନା ହେବା ଉଚିତ ଏବଂ କୃଷକମାନଙ୍କୁ କୌଣସି ପ୍ରତିଶ୍ରୁତି ଦିଆଯାଇଛି କି ନାହିଁ ଆମେ ସମସ୍ତେ ଜାଣିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri