Posted inଜାତୀୟ

ଗାଳି ଦେବାର ଗୋଟିଏ ଦିନ ପରେ ଶିବରାଜଙ୍କୁ ପ୍ରଶଂସା କଲେ ଧନଖର

ନୂଆଦିଲ୍ଲୀ,୬।୧୨: ଉପରାଷ୍ଟ୍ରପତି ଜଗଦୀପ ଧନଖର କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ପ୍ରଥମେ ଗାଳି ଦେବା ପରେ ଏବେ ତାଙ୍କୁ ପ୍ରଶଂସା କରିଛନ୍ତି। ଧନଖର ନିକଟରେ କୃଷକଙ୍କ ସହ ଏକ କାର୍ଯ୍ୟକ୍ରମରେ ଶିବରାଜଙ୍କୁ ଏକ ପ୍ରଶ୍ନ ପଚାରିଥିଲେ,ଚାଷୀଙ୍କ ସହ କାହିଁକି ଆଲୋଚନା ହେଉନାହିଁ। ରାଜ୍ୟସଭାରେ ସେହି କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରି ଧନଖର କହିଛନ୍ତି, ଶିବରାଜ ତାଙ୍କ ନାମ ପରି ଶକ୍ତିଶାଳୀ। ମୁଁ ଆଶା କରୁଛି ସେ ଚାଷୀଙ୍କ ପାଇଁ କାମ କରିବେ।

ଧନଖର କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ଯେ ଯିଏ ସମସ୍ତଙ୍କ ପ୍ରିୟ ବୋଲି ସୁନାମ ଅର୍ଜନ କରିଛନ୍ତି,ସେ କୃଷକଙ୍କ ପ୍ରିୟ ହେବେ। ତାଙ୍କ ନାମ ଅନୁଯାୟୀ ସେ ଜଣେ ଶକ୍ତିଶାଳୀ ମନ୍ତ୍ରୀ। ତେଣୁ ସେ କୃଷକଙ୍କ ମନ କଥା ଶୁଣିବେ।

ଏହାପୂର୍ବରୁ ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ଧନଖର କାହିଁକି ଚାଷୀଙ୍କ ସହ ଆଲୋଚନା କରାଯାଉ ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏହି ସମୟରେ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ମଞ୍ଚରେ ଥିଲେ। ଧନକର ପଚାରିଲେ, କୃଷି ମନ୍ତ୍ରୀ, ପ୍ରତ୍ୟେକ ମୁହୂର୍ତ୍ତ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଭାରତର ସମ୍ବିଧାନ ଅନୁଯାୟୀ ଦ୍ୱିତୀୟ ସର୍ବୋଚ୍ଚ ପଦବୀରେ ଥିବା ବ୍ୟକ୍ତି ଭାବରେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଦୟାକରି ମୋତେ କୁହନ୍ତୁ, କୃଷକମାନଙ୍କୁ କୌଣସି ପ୍ରତିଶ୍ରୁତି ଦିଆଯାଇଛି କି ନାହିଁ ଏବଂ ସେହି ପ୍ରତିଶ୍ରୁତି କାହିଁକି ପାଳନ କରାଯାଇ ନାହିଁ? ପ୍ରତିଶ୍ରୁତି ପୂରଣ କରିବା ପାଇଁ ଆମେ କ’ଣ କରୁଛୁ? ଗତ ବର୍ଷ ମଧ୍ୟ ଏକ ଆନ୍ଦୋଳନ ହୋଇଥିଲା, ଏହି ବର୍ଷ ମଧ୍ୟ ଏକ ଆନ୍ଦୋଳନ ଚାଳିଛି ଏବଂ ସମୟ ଅତିବାହିତ ହେଉଛି, କିନ୍ତୁ ଆମେ କିଛି କରୁନାହୁଁ ।
ଏସବୁ ଦେଖି ମୋତେ କଷ୍ଟ ଲାଗୁଛି। ମୋର ଚିନ୍ତା ହେଉଛି ଏପର୍ଯ୍ୟନ୍ତ କାହିଁକି ପଦକ୍ଷେପ ନିଆଯାଇ ନାହିଁ? ଆପଣ କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଅଟନ୍ତି। ମୋର ମନେ ଅଛି ସର୍ଦ୍ଦାର ପଟେଲ, ଦେଶକୁ ଏକ କରିବାର ଦାୟିତ୍ୱ ନେଇଥିଲେ, ସେ ଏହାକୁ ବହୁତ ଭଲ ଭାବରେ ପୂରଣ କରିଥିଲେ। ଏହି ଆହ୍ବାନ ଆଜି ଆପଣଙ୍କ ସମ୍ମୁଖରେ ଅଛି ଏବଂ ଏହାକୁ ଭାରତର ଏକତାଠାରୁ କମ ଭାବନ୍ତୁ ନାହିଁ। ତୁରନ୍ତ ଚାଷୀଙ୍କ ସହ ଆଲୋଚନା ହେବା ଉଚିତ ଏବଂ କୃଷକମାନଙ୍କୁ କୌଣସି ପ୍ରତିଶ୍ରୁତି ଦିଆଯାଇଛି କି ନାହିଁ ଆମେ ସମସ୍ତେ ଜାଣିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟାରେ ଶେଷ ହେଲା ପ୍ରେମ କାହାଣୀ, ଝିଅକୁ ପୋଲିସ, ପଞ୍ଚାୟତ ଆଗରେ ଗୁଳିକଲେ ବାପା

ଗ୍ବାଲିଅର,୧୫।୧: ମଧ୍ୟପ୍ରଦେଶର ଗ୍ବାଲିଅରରୁ ବୁଧବାର ଏକ ଚାଞ୍ଚଲ୍ୟକର ଅନର କିଲିଂ ମାମଲା ସାମନାକୁ ଆସିଛି। ବିବାହର ୩ ଦିନ ପୂର୍ବରୁ ଜଣେ ବାପା ତାଙ୍କ ଝିଅଙ୍କୁ...

ନିର୍ବାଚନ ପୂର୍ବରୁ ଜୀବନରୁ ମାରିଦେବାକୁ ଯୋଜନା, କେଜ୍‌ରିଓ୍ବାଲ କହିଲେ- ‘ଯେଉଁ ଦିନ ଲାଇଫଲାଇନ୍‌ ସରିଯିବ ସେଦିନ…’

ନୂଆଦିଲ୍ଲୀ,୧୫।୧: ଆମ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଆକ୍ରମଣ କରିବାକୁ ଏକ ଖଲିସ୍ତାନୀ ସମର୍ଥକଙ୍କ ଗୋଷ୍ଠୀ ଯୋଜନା କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ହସ୍ତଗତ...

କଂଗ୍ରେସର ନୂଆ ଠିକଣା- ‘ଇନ୍ଦିରା ଭବନ’

ନୂଆଦିଲ୍ଲୀ,୧୫।୧: କଂଗ୍ରେସ ଦଳର ନୂଆ ଠିକଣା ’ଇନ୍ଦିରା ଭବନ’। ବୁଧବାର ଦଳର ନୂତନ ମୁଖ୍ୟାଳୟ ଉଦ୍‌ଘାଟିତ ହୋଇଛି। କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ...

ନଇଁଲା ମେଟା: ଜୁକରବର୍ଗଙ୍କ ବୟାନକୁ କହିଲା ‘ଅନିଚ୍ଛାକୃତ ତ୍ରୁଟି’

ନୂଆଦିଲ୍ଲୀ,୧୫।୧: ଶେଷରେ କ୍ଷମା ମାଗିଲା ମେଟା ଇଣ୍ଡିଆ। ସିଇଓ ମାର୍କ ଜୁକରବର୍ଗ ଭାରତର ନିର୍ବାଚନକୁ ନେଇ ଦେଇଥିବା ବିବାଦୀୟ ବୟାନକୁ କମ୍ପାନୀ ପକ୍ଷରୁ ‘ଅନିଚ୍ଛାକୃତ ତ୍ରୁଟି’...

ସାଧ୍ୱୀ ହର୍ଷାଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, କହିଲେ ଏତେ ସୁନ୍ଦରୀ ହେବାର…

ନୂଆଦିଲ୍ଲୀ,୧୫।୧: ପ୍ରୟାଗରାଜର ମହାକୁମ୍ଭରେ ଚର୍ଚ୍ଚାର ବିଷୟ ପାଲଟିଥିବା ମଡେଲ ଏବଂ ଆଙ୍କର ହର୍ଷା ରିଚାରିଆଙ୍କୁ ନେଇ ଏବେ ଏକ ନୂତନ ବିବାଦ ମୁଣ୍ଡ ଟେକିଛି। ମହାକୁମ୍ଭ...

ପ୍ୟାରିସ ଅଲମ୍ପିକ୍ସରେ ଜିତିଥିବା ଦୁଇଟି ଯାକ ମେଡାଲ ଫେରାଇବେ ମନୁ ଭାକର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୫।୧: ପ୍ୟାରିସ ୨୦୨୪ରେ ଦୁଇଟି ମେଡାଲ ବିଜେତା ମନୁ ଭାକର ନିଜ ପଦକ ଫେରାଇବାକୁ ଯାଉଛନ୍ତି। ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ...

ପରାଜୟ ପରେ ସ୍ମୃତି ଇରାନୀଙ୍କ କମ୍‌ବ୍ୟାକ୍‌, ମୋଦିଙ୍କ ଟିମ୍‌ରେ ପୁଣି ହେଲେ ସାମିଲ୍‌

ନୂଆଦିଲ୍ଲୀ,୧୫।୧: ୨୦୨୪ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଛଅ ମାସରୁ ଅଧିକ ସମୟ ଧରି ଲୋକଲୋଚନରୁ ଦୂରେଇ ରହିଥିଲେ ସ୍ମୃତି ଇରାନୀ। ମଝିରେ...

ସାମ୍ନାକୁ ଆସିଲା ସୁନ୍ଦରୀ ସ୍ବାଧୀ ହର୍ଷାଙ୍କ ସତ! ଏହି କାମ କରି ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୧୫।୧: ମହାକୁମ୍ଭ ୨୦୨୫ରେ କୋଟି କୋଟି ଭକ୍ତଙ୍କ ଭିଡ଼ରେ, ବାବା ଓ ନାଗାସାଧୁଙ୍କ ମଧ୍ୟରେ ଯିଏ ଅଧିକ ଭାଇରାଲ ହେଛନ୍ତି ସେ ହେଲେ ସ୍ବାଧୀ ହର୍ଷାରିଚାରିଆ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri