ମଟ୍‌କା ଚା’ ପିଇବାକୁ ଲୋକଙ୍କ ଭିଡ଼

କେନ୍ଦୁଝର,୨୪ା୧୧: କର୍ମମୟ ଜୀବନରେ ନିଜକୁ ଟିକିଏ ସତେଜ କରିବା ପାଇଁ ସମସ୍ତଙ୍କୁ ଚା’ର ଆବଶ୍ୟକତା ରହିଛି। ଅଫିସ୍‌, କଳକାରଖାନା ତଥା ଯେ, କୌଣସି କର୍ମ କ୍ଷେତ୍ରରେ କାମ କରୁଥିବା ଅଫିସର ଓ କର୍ମଚାରୀ ସମସ୍ତଙ୍କୁ ଟି-ବେକ୍‌ ନିହାତି ଆବଶ୍ୟକ। ଟିକିଏ ଚା’ ହେଇଗଲେ ପୁଣି କାମ କରିବାକୁ ଶକ୍ତି ଫେରି ଆସିଲା ଭଳି ଅନୁଭୂତ ହୁଏ। ଏବେ ଯୁଗ ଅନୁଯାୟୀ ବିଭିନ୍ନ ପ୍ରକାରର ଚା’ ପ୍ରସ୍ତୁତ ହେଉଛି। କେନ୍ଦୁଝରର ଏକ ଯୁବକ ମଟକା ଚା’ ବିକ୍ରି କରି ରୋଜଗାରକ୍ଷମ ହୋଇପାରିଛନ୍ତି।
କେନ୍ଦୁଝର ସହରରେ ସାମନ୍ତରାୟପୁର ନିବାସୀ ଶିବଶକ୍ତି ସ୍ବାଇଁ ମାଟି ହାଣ୍ଡିରେ ମସଲା ଚା’ ତିଆରି କରି ବିକ୍ରି କରୁଛନ୍ତି। ଘରେ ମା’ ଓ ସହଧର୍ମିଣୀଙ୍କୁ ନେଇ ତାଙ୍କର ପରିବାର। ଶିବ ମାଟ୍ରିକ୍‌ ପାସ୍‌ ପରେ ବିଭିନ୍ନ ଅନୁଷ୍ଠାନରେ ଚାକିରି କରିଥିଲେ। ମାତ୍ର କୌଣସି କାମରେ ସନ୍ତୋଷ ନ ମିଳିବାରୁ ନିଜେ କିଛି ବ୍ୟବସାୟ କରି ରୋଜଗାର କରିବାକୁ ଚିନ୍ତା କରି ମାଟି ହାଣ୍ଡି ତଥା ମଟ୍‌କା ଚା’ ତିଆରି କରିବା ଆରମ୍ଭ କରିଥିଲେ। ପ୍ରଥମେ ଲୋକେ ଚା’ ସମ୍ପର୍କରେ ଜାଣି ନ ଥିବାରୁ ବିକ୍ରି ହେଉ ନ ଥିଲା। କିନ୍ତୁ ବର୍ତ୍ତମାନ ଅଞ୍ଚଳରେ ତାଙ୍କ ମଟ୍‌କା ଚା’ର ଚାହିଦା ବଢ଼ିଯାଇଛି। ସକାଳ ଓ ସନ୍ଧ୍ୟା ବେଳେ ଏହି ମସଲା ମଟ୍‌କା ଚା’ ପିଇବା ପାଇଁ ବେଶ୍‌ ଭିଡ଼ ଜମୁଛି। ଏହି ଚା’ ଭଲ କ୍ଷୀର ସହ ନାମୀ କମ୍ପାନୀର ଚା’ପତି ଏବଂ ଗୋଲମରିଚ ଗୁଣ୍ଡ, ଅଳେଇଚ, ଗୁଜୁରାତି, ଡାଲଚିନି ଗୁଣ୍ଡ ପ୍ରଭୃତି ମିଶା ଯାଉଥିବାରୁ ଚା’ର ସ୍ବାଦ ରୁଚିକର ହେଉଥିବା ଏଠାରେ ନିୟମିତ ଚା’ ପିଉଥିବା ଗ୍ରାହକ ଅଜୟ ମିଶ୍ର ଓ ପୁପୁନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଅଳ୍ପଦିନ ମଧ୍ୟରେ ପ୍ରତିଦିନ ୨୦୦ କପ୍‌ ଚା’ ବିକ୍ରି କରୁଛନ୍ତି। ସମସ୍ତଙ୍କୁ ମଧ୍ୟ ଚା’ କରି ଯୋଗାଇ ପାରୁନ ଥିବା ଶିବଶକ୍ତି ପ୍ରକାଶ କରିଛନ୍ତି। ଏପରିକି ସନ୍ଧ୍ୟା ସମୟରେ ମହିଳାମାନେ ମଧ୍ୟ ଆସି ଚା’ ପିଉଥିବାର ଲକ୍ଷ୍ୟ କରାଯାଉଛି।

ଦୀପକ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri