ମଟ୍‌କା ଚା’ ପିଇବାକୁ ଲୋକଙ୍କ ଭିଡ଼

କେନ୍ଦୁଝର,୨୪ା୧୧: କର୍ମମୟ ଜୀବନରେ ନିଜକୁ ଟିକିଏ ସତେଜ କରିବା ପାଇଁ ସମସ୍ତଙ୍କୁ ଚା’ର ଆବଶ୍ୟକତା ରହିଛି। ଅଫିସ୍‌, କଳକାରଖାନା ତଥା ଯେ, କୌଣସି କର୍ମ କ୍ଷେତ୍ରରେ କାମ କରୁଥିବା ଅଫିସର ଓ କର୍ମଚାରୀ ସମସ୍ତଙ୍କୁ ଟି-ବେକ୍‌ ନିହାତି ଆବଶ୍ୟକ। ଟିକିଏ ଚା’ ହେଇଗଲେ ପୁଣି କାମ କରିବାକୁ ଶକ୍ତି ଫେରି ଆସିଲା ଭଳି ଅନୁଭୂତ ହୁଏ। ଏବେ ଯୁଗ ଅନୁଯାୟୀ ବିଭିନ୍ନ ପ୍ରକାରର ଚା’ ପ୍ରସ୍ତୁତ ହେଉଛି। କେନ୍ଦୁଝରର ଏକ ଯୁବକ ମଟକା ଚା’ ବିକ୍ରି କରି ରୋଜଗାରକ୍ଷମ ହୋଇପାରିଛନ୍ତି।
କେନ୍ଦୁଝର ସହରରେ ସାମନ୍ତରାୟପୁର ନିବାସୀ ଶିବଶକ୍ତି ସ୍ବାଇଁ ମାଟି ହାଣ୍ଡିରେ ମସଲା ଚା’ ତିଆରି କରି ବିକ୍ରି କରୁଛନ୍ତି। ଘରେ ମା’ ଓ ସହଧର୍ମିଣୀଙ୍କୁ ନେଇ ତାଙ୍କର ପରିବାର। ଶିବ ମାଟ୍ରିକ୍‌ ପାସ୍‌ ପରେ ବିଭିନ୍ନ ଅନୁଷ୍ଠାନରେ ଚାକିରି କରିଥିଲେ। ମାତ୍ର କୌଣସି କାମରେ ସନ୍ତୋଷ ନ ମିଳିବାରୁ ନିଜେ କିଛି ବ୍ୟବସାୟ କରି ରୋଜଗାର କରିବାକୁ ଚିନ୍ତା କରି ମାଟି ହାଣ୍ଡି ତଥା ମଟ୍‌କା ଚା’ ତିଆରି କରିବା ଆରମ୍ଭ କରିଥିଲେ। ପ୍ରଥମେ ଲୋକେ ଚା’ ସମ୍ପର୍କରେ ଜାଣି ନ ଥିବାରୁ ବିକ୍ରି ହେଉ ନ ଥିଲା। କିନ୍ତୁ ବର୍ତ୍ତମାନ ଅଞ୍ଚଳରେ ତାଙ୍କ ମଟ୍‌କା ଚା’ର ଚାହିଦା ବଢ଼ିଯାଇଛି। ସକାଳ ଓ ସନ୍ଧ୍ୟା ବେଳେ ଏହି ମସଲା ମଟ୍‌କା ଚା’ ପିଇବା ପାଇଁ ବେଶ୍‌ ଭିଡ଼ ଜମୁଛି। ଏହି ଚା’ ଭଲ କ୍ଷୀର ସହ ନାମୀ କମ୍ପାନୀର ଚା’ପତି ଏବଂ ଗୋଲମରିଚ ଗୁଣ୍ଡ, ଅଳେଇଚ, ଗୁଜୁରାତି, ଡାଲଚିନି ଗୁଣ୍ଡ ପ୍ରଭୃତି ମିଶା ଯାଉଥିବାରୁ ଚା’ର ସ୍ବାଦ ରୁଚିକର ହେଉଥିବା ଏଠାରେ ନିୟମିତ ଚା’ ପିଉଥିବା ଗ୍ରାହକ ଅଜୟ ମିଶ୍ର ଓ ପୁପୁନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଅଳ୍ପଦିନ ମଧ୍ୟରେ ପ୍ରତିଦିନ ୨୦୦ କପ୍‌ ଚା’ ବିକ୍ରି କରୁଛନ୍ତି। ସମସ୍ତଙ୍କୁ ମଧ୍ୟ ଚା’ କରି ଯୋଗାଇ ପାରୁନ ଥିବା ଶିବଶକ୍ତି ପ୍ରକାଶ କରିଛନ୍ତି। ଏପରିକି ସନ୍ଧ୍ୟା ସମୟରେ ମହିଳାମାନେ ମଧ୍ୟ ଆସି ଚା’ ପିଉଥିବାର ଲକ୍ଷ୍ୟ କରାଯାଉଛି।

ଦୀପକ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri