ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟ ପାର୍ଶ୍ୱରେ ଫାଟ

ପୁରୀ, ୫ା୨(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ଉତ୍ତରଦ୍ୱାର ତଥା ହସ୍ତୀଦ୍ୱାର ଗୁମୁଟରେ ଫାଟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟ ତଳପାର୍ଶ୍ୱ ନିକଟରେ ଥିବା ପଦ୍ମପାଖୁଡାରେ ଅନେକ ଫାଟ ପରିଲକ୍ଷିତ ହୋଇଛି। ଏକାଧିକ ସ୍ଥାନରେ ଫାଟ ଥିବା ବେଳେ ପଥର ସନ୍ଧି ତଥା କାନ୍ଥରେ ଥିବା ଅନେକ କଳାକୃତିରୁ ପଥର ଖଣ୍ଡ ଖସି ତଳେ ପଡ଼ିଛି। ଗୁମୁଟ ପାଦଦେଶରୁ ପ୍ରାୟ ଦୁଇଫୁଟ ଉଚ୍ଚରେ ସୃଷ୍ଟି ହୋଇଛି ସାଂଘାତିକ ଫାଟ। ଏପରି କି ଗୋଟିଏ ଟନ୍‌ ପଥରର ଡିଜାଇନରେ ପ୍ରାୟ ଦେଢ ମିଟର ଲମ୍ବର ଫାଟ ସୃଷ୍ଟି ହୋଇଛି। ତେବେ ଏଭଳି ଫାଟ ଉତ୍ତର ଦ୍ୱାର ଗୁମୁଟ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ପକ୍ଷରୁ ତୁରନ୍ତ ମରାମତି କରା ନ ଗଲେ ଏହା ଭୁଶୁଡ଼ିପଡ଼ିବାର ଆଶଙ୍କା ରହିଛି।
ଶ୍ରୀମନ୍ଦିର କାନ୍ଥରେ ଅତୀତରେ ବିଭିନ୍ନ କାରୁକାର୍ଯ୍ୟପୂର୍ଣ୍ଣ ସ୍ଥାପତ୍ୟ ସ୍ଥାନିତ କରାଯାଇଥିଲା। ମାତ୍ର ଅନେକ ସମୟରେ ଦେଖିବାକୁ ମିଳିଛି, ମରାମତି ସମୟରେ ଉକ୍ତ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢ଼ି ଉକ୍ତ ସ୍ଥାନରେ ପ୍ଲେନ୍‌ ପଥର ଲଗାଇଦିଆଯାଉଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଅପରପକ୍ଷରେ ଗୁମୁଟରେ ଫାଟ ସମ୍ପର୍କରେ ସୂଚନା ପାଇବା ପରେ ଏଏସ୍‌ଆଇ ଅଧିକାରୀ ଜ୍ୟୋତିରଞ୍ଜନ ପ୍ରଧାନ ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟକୁ ଯାଇ ଫାଟଗୁଡ଼ିକ ଅନୁଧ୍ୟାନ କରିଥିଲେ। ଏ ନେଇ ପ୍ରଧାନ କହିଛନ୍ତି, ଯେଉଁ ସ୍ଥାନରେ ଫାଟ ସୃଷ୍ଟି ହୋଇଛି କି ଗର୍ତ୍ତ ହୋଇଛି ଉକ୍ତ ଅଞ୍ଚଳ ଅବରୋଧ ହୋଇରହିଥିଲା। ମୁଖ୍ୟତଃ ମାଟି ଭର୍ତ୍ତି ହୋଇରହିଥିଲା। ତେବେ ପରିକ୍ରମା ପ୍ରକଳ୍ପ ମାର୍ଗ ନିର୍ମାଣ ସମୟରେ ମାଟି କଢା ହେବା ପରେ ଏହା ସାମ୍ନାକୁ ଆସିଛି। ଭିତର ପାର୍ଶ୍ୱ କାର୍ଯ୍ୟ ଚାଲିଛି। ଖୁବଶୀଘ୍ର ଫାଟଗୁଡିକୁ ମରାମତି କରାଯିବ। ମୁଖ୍ୟତଃ ଅଞ୍ଚଳଗୁଡିକ ଅବରୋଧ ରହିଥିଲା। ଯେଉଁ ସବୁ ସ୍ଥାନ ଅବରୋଧମୁକ୍ତ ହେଉଛି ସେସବୁ ସ୍ଥାନ ଅନୁଧ୍ୟାନ କରାଯାଇ କାର୍ଯ୍ୟ କରାଯାଉଛି। ଏଏସ୍‌ଆଇ ପକ୍ଷରୁ କାର୍ଯ୍ୟ କରାଯିବ। ଶ୍ରୀମନ୍ଦିର ଭିତରପାର୍ଶ୍ୱରୁ କାର୍ଯ୍ୟ କରାଯାଉଛି। ଭିତର କାର୍ଯ୍ୟ ହେବା ପରେ ବାହାର କାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ୧୦ ଦିନ ଭିତରେ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଧାନ ସୂଚନା ଦେଇ କହିଛନ୍ତି। ତେବେ ପୂର୍ବରୁ ଅନ୍ୟ ତିନି ଦ୍ୱାର ଗୁମୁଟ କାର୍ଯ୍ୟ କରାଯାଇଥିବା ବେଳେ ଲୋକ ଗହଳି ଓ ଅବରୋଧ ପାଇଁ ଉତ୍ତର ଦ୍ୱାର କାର୍ଯ୍ୟ କରାଯାଇ ପାରି ନ ଥିଲା। ତେବେ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଧାନ କହିଛନ୍ତି। ଉତ୍ତରପ୍ରଦେଶରୁ ଆସିଥିବା ଭକ୍ତ ଅଭିଷେକ କହିଛନ୍ତି, ଐତିହ୍ୟପୂର୍ଣ୍ଣ ଶ୍ରୀଜଗନ୍ନାଥ ମନ୍ଦିର ଚାରିଧାମ ମଧ୍ୟରୁ ଅନ୍ୟତମ। ତେଣୁ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଶ୍ରୀମନ୍ଦିର ସହ ଭକ୍ତଙ୍କ ଆସ୍ଥା ଜଡ଼ିତ। ତେଣୁ ଭଲ ଭାବେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ କରାଯିବାକୁ ଅଭିଷେକଙ୍କ ସମେତ ଅନେକ ଭକ୍ତ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri